News

ପାଣିପାଗ ବିଭାଗ ପକ୍ଷରୁ ସୂଚନା : ଆଜି ୧୩ଟି ଅଞ୍ଚଳରେ ହୋଇପାରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ!

ସତର୍କ ରୁହନ୍ତୁ, ହୋଇପାରେ କୁଆପଥର ମାଡ ସହ ପ୍ରବଳ ଝଡ଼ବର୍ଷା

ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଏହି ୧୩ଟି ଜିଲ୍ଲାରେ କୁଆପଥର ମାଡ ସହ ପ୍ରବଳ ଝଡ଼ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ସୂଚନା ଜାରି କରାଯାଇଛି। ଘଡ଼ଘଡ଼ି ବର୍ଷା ସହ ୫୦ରୁ ୬୦କିଲୋମିଟର ବେଗରେ ପବନ ବହିବ। ମୟୁରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ, ଭଦ୍ରକ, ବାଲେଶ୍ୱର, ଯାଜପୁର, ସୁନ୍ଦରଗଡ଼, କନ୍ଧମାଳ, ରାୟଗଡ଼ା, ଗଜବତି ଓ ଗଞ୍ଜାମ ଜିଲ୍ଲାରେ ଝଡ଼ବର୍ଷା ହେବାର ଆଶଙ୍କା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏହି ସମୟରେ ଘରୁ ବହାରିବା ବିପଦପୂର୍ଣ୍ଣ ।ତେଣୁ ଝଡ଼ବର୍ଷା ଓ କୁଆପଥର ମାଡ ସମୟରେ ଘରୁ ନବାହାରିକୁ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଦେଇଛି।

ଜୁନ୍‌ ପ୍ରଥମ ସପ୍ତାହରେ ଓଡ଼ିଶା ମୌସୁମୀ ଓଡ଼ିଶା ପହଞ୍ଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ। ଯାହାଫଳରେ ଓଡ଼ିଶା ବାସୀଙ୍କୁ ଖରା ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ବର୍ତ୍ତମାନ ସମୟରେ ବଲାଙ୍ଗୀରରେ ସବାଧିକ ତାପମାତ୍ର ୪୨.୭ଡିଗ୍ରୀ ସେଲସିୟସ୍‌ ଥିବା ବେଳେ ସର୍ବନିମ୍ନ ତାପମାତ୍ର ସୁନ୍ଦରଗଡ଼ରେ ରହିଛି। ସୁନ୍ଦରଗଡ଼ରେ ତାପମାତ୍ର ୨୧ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି।

ଏହା ସହ ଦେଶର ୧୩ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଜମ୍ମୁ-କଶ୍ମୀର, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ମେଘାଳୟ, ନାଗାଲାଣ୍ଡ୍‌, ମଣିପୁର, ମିଜୋରାମ, ତ୍ରିପୁରା ଆଦି ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି।

ପଢନ୍ତୁ; ରାଜସ୍ଥାନ ରୟାଲ୍ସକୁ ୬ ୱିକେଟରେ ହରାଇଲା କିଙ୍ଗ୍‌ସ ଏକାଦଶ ପଞ୍ଜାବ!

Related posts

ତାମିଲନାଡୁର ଆଇପିଏସ ଅଧିକାରୀ ସଫୀର କରିମ ଗିରଫ, କାରଣଟି ବଡ ନିନ୍ଦନୀୟ

ENO Beuro

ପୁଣି ବଢିଲା ସୁନାଦର : ଗୋଟିଏ ଦିନରେ ବଢିଲା ୧୧ ଶହରୁ ଅଧିକ ଟଙ୍କା

Ratnamani Moharana

ଆଜିଠୁ ବଢ଼ିବ କାଳବୈଶାଖୀ,ରାଜ୍ୟରେ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା!

ENO Beuro

2 comments

Leave a Comment