News

ଲାଗି ରହିବ କାଳବୈଶାଖୀ! ଆଗାମୀ ୨୪ଘଣ୍ଟା ମଧ୍ୟରେ ଝଡ଼ବର୍ଷା ସହ ୫୦ରୁ ୬୦କିମି ବେଗରେ ବହିବ ପବନ

ବଢିବ କାଳବୈଶାଖୀ

ଆଣ୍ଡାମାନରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ହେତୁ ଆଗାମୀ ୨୪ଘଣ୍ଟା ମଧ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କୁଆପଥର ମାଡ ସହ ପ୍ରବଳ ଝଡ଼ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଘଡ଼ଘଡ଼ି ବର୍ଷା ସହ ୫୦ରୁ ୬୦କିଲୋମିଟର ବେଗରେ ପବନ ବହିବ। କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଭଦ୍ରକ, ବାଲେଶ୍ୱର, ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, କେଉଁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଝଡ଼ବର୍ଷା ହେବାର ଆଶଙ୍କା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଗତକାଲି ଭୁବନେଶ୍ୱର (୩୨)ମିଲିମିଟର ଓ କଟକରେ ଏକଘଣ୍ଟା ଧରି ବର୍ଷା ହେବା ସହିତ ୫୦ରୁ ୬୦କିଲୋମିଟର ବେଗରେ ପବନ ବହିବା ସହିତ ବିଭିନ୍ନ ସ୍ଥାନରେ ଗଛଡାଳ ଭାଙ୍ଗି ରାସ୍ତାରେ ପଡ଼ିଥିଲା ଓ ପାଣି ଜମି ରହିଥିବା ହେତୁ ଯାତାୟାତାରେ ଅସୁବିଧା ହୋଇଥିଲା । ଝଡ଼ବର୍ଷା ହେତୁ ବିଦ୍ୟୁତ ସଂଯୋଗରେ ବାଧା ସୃଷ୍ଟି ହୋଇଥିଲା। କିଛି ସମୟ ପାଇଁ ରାଜଧାନୀ ଅନ୍ଧକାରମୟ ହୋଇପଡ଼ିଥିଲା। ଝଡ଼ବର୍ଷା ସହିତ ବଜ୍ରପାତ ମଧ୍ୟ ହୋଇଥିଲା। ଭୁବନେଶ୍ୱର ବ୍ୟତୀତ ରାଜ୍ୟର ଚାନ୍ଦବାଲି, ଗୋପାଳପୁର,ବାଲେଶ୍ୱର, ଓ ଝାରସୁଗୁଡ଼ାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲା। ସେହିପରି ପୁରୀରେ ସର୍ବାଧିକ ୯୪ମିଲିମିଟର ବର୍ଷା ହୋଇଥିଲା। ଆଜି ମଧ୍ୟ ପାଣିପାଗ ସେଭଳି ରହିଛି। ଆକଶରେ ମେଘଖଣ୍ଡ ବିଛେଇ ହୋଇ ରହିଛି। ଥଣ୍ଡା ପବନ ଅନୁଭୂତ ହେଉଛି। ଦିନର ତାପମାତ୍ର ୪୦ଡିଗ୍ରୀ ଭିତରେ ରହିବ ବୋଲି ଅନୁମାନ କରାଯାଇଛି। ଗତକାଲି ୪ଟି ସ୍ଥାନରେ ତାନମାତ୍ରା ଅଧିକ ରହିଥିଲା।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହିସବୁ ଜିଲ୍ଲାରେ କୁଆପଥର ମାଡ଼, ଝଡ଼ତୋଫାନ ଓ ଘଡ଼ଘଡ଼ି ସହିତ ବର୍ଷା ହେବାର ଆଶଙ୍କା ରହିଛି। ଏଣୁ ଏହି ସମୟରେ ବାହାରକୁ ନଯିବା ପୂର୍ବରୁ ସତର୍କ ରହିବା ପାଇଁ ପାଣିପାଗ କାର୍ଯାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଭୁବନେଶ୍ୱର ସମେତ ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ପୂର୍ବାହ୍ନରୁ ଖରା ଓ ଅସହ୍ୟ ଗରମ ଅନୁଭୂତ ହୋଇଛି। ତେବେ ଆଗାମୀ ୨୪ଘଣ୍ଟା ମଧ୍ୟରେ ବର୍ଷା ହେଲେ ଗରମରୁ ସାମନ୍ୟ ତ୍ରାହି ମିଳି ପାରିବ।

ପଢନ୍ତୁ; ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ତାହାଲେ ଆପଣାନ୍ତୁ ଏହି ଉପାୟ

Related posts

ଗୃହ କମିଟିରେ ସତ୍ୟପାଠ ଦାଖଲ କଲେ ଅଭିଜିତ୍‌ ଆୟର

ENO Beuro

ପେଟ୍ରୋଲ–ଡିଜେଲ ଦର ଆକାଶ ଛୁଆଁ : ୭୫ ଟପିଲାଣି ପେଟ୍ରୋଲ ଦର !

ENO Beuro

ପୁରୁଷ ୧୦ ମିଟର ଏୟାର ପିସ୍ତଲ ବିଭାଗରେ ସ୍ଵର୍ଣ୍ଣ ବିଜେତା ସୌରଭ ଚୌଧୁରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More