VASTU

ଦିନର କେଉଁ ସମୟରେ ସ୍ନାନ କଲେ ମିଳିପାରିବ ସୁଖ , ସମୃଦ୍ଧି ଓ ଯଶ , ଆସନ୍ତୁ ଜାଣିବା

ଆଜିକାଲି ଅଧିକାଂଶ ଲୋକେ ଭୋରରୁ ସ୍ନାନ କରି ପାରୁନାହାନ୍ତି। ସୂର୍ଯ୍ୟର ପ୍ରକୋପ ଅଧିକ ହେବା ପରେ ଲୋକେ ସ୍ନାନ କରୁଛନ୍ତି।ଶାସ୍ତ୍ର ଅନୁସାରେ ଭୋରୁ ସ୍ନାନ କରିବା ଲାଭ ଦାୟକ। ଯଦି ଆପଣ ବିଳମ୍ୱରେ ସ୍ନାନ କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଏହା ଆପଣଙ୍କ ପାଇଁ ମହଙ୍ଗା ହୋଇପାରେ। ଧର୍ମଶାସ୍ତ୍ରରେ ୪ ପ୍ରକାର ସ୍ନାନ ବିଷୟରେ ଉଲ୍ଲେଖ କରାଯାଇଛି – ମୁନି ସ୍ନାନ, ଦେବ ସ୍ନାନ, ମାନବ ସ୍ନାନ, ରାକ୍ଷାସ ସ୍ନାନ। ସ୍ନାନରୁ ହିଁ ଘରେ ମାଆ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପଡ଼ିଥାଏ ଓ ଘରେ ସୁଖ, ସମୃଦ୍ଧି ଓ ଶାନ୍ତି ବିରାଜିତ ହେବା ସହ ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଆସନ୍ତୁ ଜାଣିବା ସେ ସବୁ ବିଷୟରେ :-

୧. ଭୋର ୪ରୁ ୫ଟା ମଧ୍ୟରେ କରାଯାଉଥିବା ସ୍ନାନକୁ ମୁନି ସ୍ନାନ କୁହାଯାଏ। ଯାହାକୁ ସର୍ବୋତ୍ତମ ସ୍ନାନ କୁହାଯାଇଥାଏ। ମୁନିସ୍ନାନ କରିବା ଦ୍ୱାରା ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସିଥାଏ।

୨. ସକାଳେ ୫ରୁ ୬ଟା ସମୟ ମଧ୍ୟରେ ନିତ୍ୟସ୍ନାନ କରିବା ଦ୍ୱାରା ଜୀବନରେ ଯଶ, କିର୍ତ୍ତୀ, ଧନ, ବୈଭବ ଓ ସମ୍ପତ୍ତି ପ୍ରାପ୍ତି ହୋଇଥାଏ। ଏହାକୁ ଦେବ ସ୍ନାନ ବୋଲି କୁହାଯାଇଥାଏ। ଯାହା ଶାସ୍ତ୍ର ଅନୁସାରେ ଉତ୍ତମ ଅଟେ।

୩. ଯେଉଁ ବ୍ୟକ୍ତି ସକାଳ ୬ରୁ ୮ଟା ସମୟ ମଧ୍ୟରେ ସ୍ନାନ୍ନ କରିଥାଏ, ଏହାକୁ ମାନବ ସ୍ନାନ କୁହାଯାଇଥାଏ। ଏହି ସମୟରେ ସ୍ନାନ କରୁଥିବା ବ୍ୟକ୍ତିଙ୍କୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିଥାଏ।

୪. ସକାଳ ୮ ପରେ ଯେଉଁ ସ୍ନାନ କରାଯାଏ, ତାକୁ ରାକ୍ଷାସ ସ୍ନାନ କୁହାଯାଇଥାଏ। ଏହି ସ୍ନାନକୁ ଧର୍ମରେ ନିଷେଧ କରାଯାଇଛି। ଏହି ସମୟରେ ସ୍ନାନ କରିବା ଦ୍ୱାରା ଘରେ ଅଭାବ-ଅନଟନ, କ୍ଷତି ଓ ଧନହାନୀ ହୋଇଥାଏ।

ମୁନି ସ୍ନାନ, ଦେବ ସ୍ନାନ, ମାନବ ସ୍ନାନ, ରାକ୍ଷାସ ସ୍ନାନ

ଦିନର କେଉଁ ସମୟରେ ସ୍ନାନ କଲେ ମିଳିପାରିବ ସୁଖ , ସମୃଦ୍ଧି ଓ ଯଶ , ଆସନ୍ତୁ ଜାଣିବା  ଦିନର କେଉଁ ସମୟରେ ସ୍ନାନ କଲେ ମିଳିପାରିବ ସୁଖ , ସମୃଦ୍ଧି ଓ ଯଶ , ଆସନ୍ତୁ ଜାଣିବା

ପଢନ୍ତୁ, କେବଳ ଜୁସ କି ସାଲାଡ ନୁହେଁ , ଅନେକ ରୋଗର ଔଷଧ ପାଇଁ ମଧ୍ୟ ଖୁବ ଦରକାରୀ ଏ ଫଳ

Related posts

ଗୃହରୁ ନକରାତ୍ମକ ଶକ୍ତି ଦୂର କରିବାକୁ ଚାହୁଁଥିଲେ, ଏହି ସବୁ ଉପାୟ କରନ୍ତୁ

ENO Beuro

ଘରର ସୁଖ ସମୃଦ୍ଧି ବଢିବ ପାଇଁ ମହିଳାମାନେ ଏହି କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ

ENO Beuro

ଆସନ୍ତୁ ଜାଣିବା,କେଉଁ କାର୍ଯ୍ୟରେ କ’ଣ ଖାଇ ଯାତ୍ରା କଲେ ମିଳିଥାଏ ଶୁଭଫଳ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More