VASTU

ଘରୁ ବାହାରିବା ସମୟରେ କରନ୍ତୁ ଏହି କାମ ! ବଦଳିପାରେ ଆପଣଙ୍କ ଭାଗ୍ୟ

ଧନୀ ଲୋକ ହୁଅନ୍ତୁ କିମ୍ବା ଗରିବ ଲୋକ ଜୀବନରେ ନାନା ପ୍ରକାର ସମସ୍ୟା ଲାଗିରହିଥାଏ। କିନ୍ତୁ କିଛି ଲୋକେ ଏପରି ମଧ୍ୟ ହେଇଥାନ୍ତି ଯାହାଙ୍କ ଜୀବନରେ ଅନେକ ପ୍ରକାରର ସମସ୍ୟା ଲାଗିରହିଥାଏ। ଏବଂ ଏହି ସମସ୍ୟା କେବେ ସରିନଥାଏ । ଅର୍ଥାତ ସେହି ବ୍ୟକ୍ତିଙ୍କର ଭାଗ୍ୟ ତାଙ୍କ ସାଥି ଛାଡିବାକୁ ନା ନିଏନି। ଯଦି ଆପଣଙ୍କର କିଛି ଖରାପ ସମୟ ଚାଲିଛି। ସବୁ କିଛି ଖରାପ ହେଉଛି ତେବେ ଯେବେ ଘରୁ ବାହାରୁଛନ୍ତି କିଛିଟି କାମ ପ୍ରତି ଧ୍ୟାନ ଦିଅନ୍ତୁ।ଏହାଦ୍ଵାରା ଅନେକ ସୁଫଳ ମିଳିପାରିବ।

ଜାଣନ୍ତୁ ସେ ସମ୍ପର୍କରେ-

  • ଘରର ବଡ଼ ଲୋକଙ୍କର  ଆର୍ଶୀବାଦ ନେବା-କୁହାଯାଇଥାଏ କି ଘରର ଯଦି ବଡ଼ ଲୋକଙ୍କର ଆର୍ଶୀବାଦ ନେବା ତେବେ ଆମେ ଯଶ, ସୁନାମ ଆଦି ଅର୍ଜନ କରିଥାଉ। ତେଣୁ ଯେବେ ବି ଘରୁ ବାହାରକୁ ଯିବେ ତ ଘରର ମୁରବିଙ୍କର ଆର୍ଶୀବାଦ ନେଇକି ହିଁ ଯିବେ।
  • କଞ୍ଚା କ୍ଷୀରର ବ୍ୟବହାର କରନ୍ତୁ-ଯଦି ସବୁ ସମୟରେ ଆପଣ ନିଜ କାମରେ ବାଧା ଉପୁଜିବାର ଦେଖନ୍ତି ତ ଚିନ୍ତା କରିବାର କିଛି ନହିଁ। ବାସ ଘରୁ ବାହାରିବା ସମୟରେ ହାତକୁ କଞ୍ଚା କ୍ଷୀରରେ ଧୋଇଦିଅନ୍ତୁ। ଏପରି କରିବା ଦ୍ୱାରା କିଛି ଅଟକିଯାଇଥିବା କାମ ଶୀଘ୍ର ହେଇପାରେ।
  • ଏକ ଗୋଲମରିଚ-ତାନ୍ତ୍ରିକ ଉପାୟରେ ଗୋଲମରିଚର ବହୁତ ବଡ଼ ମହତ୍ୱ ରହିଥାଏ। ଘରର ଦୁଆରବନ୍ଧ ଆଗରେ କିଛି ଗୋଲମରିଚ ପକାଇଦିଅନ୍ତୁ। ଏବଂ ଏହା ପରେ ଘରୁ ବାହାରିବା ସମୟରେ ଏହା ଉପରେ ଗୋଡ଼ ରଖି ବାହାରିବା ଉଚିତ କିନ୍ତୁ ବୁଲିକି ଏହାକୁ ଦେଖିବେ ନାହିଁ।
  • ପର୍ସରେ ରଖନ୍ତୁ ୫ ଗୋଟି ଲବଙ୍ଗ-ଘରୁ ବାହାରିବା ସମୟରେ ୫ ଗୋଟି ଲବଙ୍ଗ ପର୍ସରେ ରଖିବା ଉଚିତ। ଏପରି କରିବା ଦ୍ୱାରା ଯେଉଁ ବ୍ୟକ୍ତିଙ୍କୁ ନିଜ ଜୀବନରେ ଅନେକ ପ୍ରକାରର ସମସ୍ୟା ଲାଗିରହିଥାଏ ଏବଂ ଏପରି କରିବା ଦ୍ୱାରା ତାଙ୍କର ଯେଉଁ କାମ ହେଉ ନ ଥିବ ସେ କାମ ହେବା ଆରମ୍ଭ ହେଇଥାଏ।

ପଢନ୍ତୁ;

ପିଲାମାନଙ୍କୁ ମୋଦିଙ୍କ ସନ୍ଦେଶ : “ଆତ୍ମ ବିଶ୍ଵାସ ହିଁ ସଫଳତାର ମନ୍ତ୍ର”

Related posts

ଘରେ ଭଗବାନଙ୍କର କେଉଁଭଳି ମୂର୍ତ୍ତି ରଖିଲେ ଶୁଭଫଳ ମିଳିଥାଏ? ଜାଣନ୍ତୁ

ENO Beuro

ବାର ମାସ ଅନୁସାରେ ସୂର୍ଯ୍ୟଙ୍କୁ କରନ୍ତୁ ଏହି ମନ୍ତ୍ରରେ ପୂଜା ! ପାଇପାରିବେ ଅନେକ ସୁଫଳ

ENO Beuro

ଭୁଲରେ ବି ରଖନ୍ତୁ ନାହିଁ ଠାକୁର ଘରେ ଏହି ସବୁ ମୂର୍ତି , ଜାଣନ୍ତୁ କାରଣ କ’ଣ ?  

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More