VASTU

କେଉଁ ରଙ୍ଗର ଗଣେଶ ମୂର୍ତି ପୂଜା କଲେ ଶୁଭ ମିଳିଥାଏ ଜାଣନ୍ତୁ?

By ENO Beuro

September 12, 2018

କେଉଁ ରଙ୍ଗର ଗଣେଶ ମୂର୍ତି ପୂଜା କଲେ ଶୁଭ ମିଳେ ଜାଣନ୍ତୁ

ଆମର ବିଶ୍ୱାସ ରହିଛି ଯଦି ଆମେ ଘରେ କିମ୍ବା ଅଫିସରେ ଗଣେଶ ମୂର୍ତ୍ତି ରଖି ପୂଜା କରିବା ତେବେ ଏହି ପୂଜା ଆମକୁ ବହୁତ ଶୁଭ ଫଳ ଦେଇଥାଏ । ମନକୁ ଶାନ୍ତି ଦେଇଥାଏ ।  ନିଜର କାମରେ ଆତ୍ମବିଶ୍ୱାସ ବଢାଇ ଥାଏ । ସବୁ କାର୍ଯ୍ୟ ସଫଳ ମଧ୍ୟ ହୋଇଥାଏ ।

ନିଜର କାମରେ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ଅଫିସରେ କମଳା ରଙ୍ଗର ଗଣେଶ ମୂର୍ତ୍ତି ପୂଜା କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ଗ୍ରହ ଶାନ୍ତି ରହିବା ଦ୍ୱାରା ଆପଣଙ୍କର ସବୁ କାମରେ ମନ ଲାଗି ରହିବ ।ଏହା ଦ୍ଵାରା ଭଗବାନ ଗଣେଶଙ୍କ କୃପା ସଦେବ ଆପଣଙ୍କ ଉପରେ ରହିବ ।

ଘରେ ଯଦି ବାରମ୍ବାର ଝଗଡା ହେଉଛି ତେବେ ଶାନ୍ତି ଫେରାଇ ଆଣିବାକୁ ଧଳା ରଙ୍ଗର ଗଣେଶ ମୂର୍ତ୍ତି ପୂଜା କରନ୍ତୁ । ଧଳା ରଙ୍ଗ ସବୁବେଳେ ଶାନ୍ତିର ପ୍ରତୀକ ହୋଇଥାଏ । ସବୁବେଳେ ଠାକୁର ଘରେ ଏକାଧିକ ଠାକୁରଙ୍କ ମୂର୍ତ୍ତି ରଖିବା ଅନୁଚିତ।

ଘରେ ମାଟିଆ ରଙ୍ଗର ଗଣେଶ ରାଖୀ ପୂଜା କରିବା ଦ୍ଵାରା ଆମକୁ ଅନେକ ଫାଇଦା ମିଳିଥାଏ । ଭଗବାନ ଗଣେଶଙ୍କ ଆଶୀର୍ବାଦ ସର୍ବଦା ଆମ ଉପରେ ରହିଥାଏ । ପ୍ରତିଦିନ ଗଣେଶଙ୍କୁ ପୂଜା କରିବା ଦ୍ଵାରା ଆମର ସବୁ ରିଷ୍ଟ ଖଣ୍ଡନ ହୋଇଥାଏ ।

ପଢନ୍ତୁ ; ଖୁବ୍‌ ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି ‘ଦବଙ୍ଗ-୩’