• Home
  • News
  • କେଉଁ ଦେଶ ପାଖରେ ରହିଛି ପରମାଣୁ ଅସ୍ତ୍ରର ସିକ୍ରେଟ କୋର୍ଡ, ଜାଣନ୍ତୁ ସେ ସମ୍ପର୍କ ରେ
News

କେଉଁ ଦେଶ ପାଖରେ ରହିଛି ପରମାଣୁ ଅସ୍ତ୍ରର ସିକ୍ରେଟ କୋର୍ଡ, ଜାଣନ୍ତୁ ସେ ସମ୍ପର୍କ ରେ

ପରମାଣୁ ଆକ୍ରମଣ ନେଇ ଏବେ ପୂରା ବିଶ୍ୱବାସୀ ଆତଙ୍କିତ ରହିଛନ୍ତି । କାହା ହାତରେ ରହିଛି ଧ୍ୱଂସକରି ବମ ର  ସିକ୍ରେଟ କୋର୍ଡ? ଏହା ଏକ ପ୍ରଶ୍ନ ସୁଷ୍ଟି କରିଛି।

ଉତ୍ତର କୋରିଆ- ଆମେରିକା ମଧ୍ୟରେ ଲାଗି ରହିଥିବା ବିବାଦ ଯେ କେତେବେଳେ ପରମାଣୁ ଯୁଦ୍ଧରେ ପରିଣତ ହୋଇଯିବ ତାହା କହିବା ଅସମ୍ଭବ ଅଟେ  । ଏପରିକି ଦୁହେଁ ଦୁହିଁଙ୍କୁ ପରମାଣୁ ଆକ୍ରମଣ ନେଇ ଧମକ ମଧ୍ୟ ଦେଇ ସାରିଲେଣି । କେତେବେଳେ ଉତ୍ତର କୋରିଆ ଟେବୁଲ ତଳେ ପରମାଣୁ ବଟନ ଅଛି କହି ଆମେରିକାକୁ ଡରାଉଛି ତ ପୁଣି କେତେବେଳେ ଆମେରିକା ଧୂଳିରେ ମିଶାଇ ଦେବାକୁ ଉତ୍ତରକୋରିଆକୁ ଧମକ ଦେଉଛି । ତେବେ ଏଭଳି ସ୍ଥିତିରେ ବିଶ୍ୱର ପରମାଣୁ ସମ୍ପନ୍ନ ଦେଶରେ ମଧ୍ୟ ଆତଙ୍କ ସୃଷ୍ଟି ହୋଇଛି । ତେଣୁ ଅଧିକାଂଶ ପରମାଣୁ ସମ୍ପନ୍ନ ରାଷ୍ଟ୍ର ଏଭଳି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରି ଦେଲେଣି ।

ପରମାଣୁ ଆକ୍ରମଣରେ ଯେପରି ଡେରି ନ ହୁଏ ସେଥିପାଇଁ ଏହି ସିକ୍ରେଟ କୋର୍ଡ କମାଣ୍ଡକୁ ବିକଶିତ କରାଯାଇଛି । ରାଷ୍ଟ୍ରମୁଖ୍ୟ ଯେଉଁଠି ବି ଥାଆନ୍ତୁ ନା କାହିଁକି ମାତ୍ର ଗୋଟିଏ ନିର୍ଦ୍ଦେଶରେ ଶତ୍ରୁ ରାଷ୍ଟ୍ର ଉପରେ କ୍ଷଣିକରେ ଆକ୍ରମଣ କରିବାରେ ସକ୍ଷମ ହୋଇପାରିବେ । ଏହି କମାଣ୍ଡ ବ୍ୟବସ୍ଥାକୁ ଏତେ ଗୋପନ ରଖାଯାଇଥାଏ । କେବଳ ରାଷ୍ଟ୍ରମୁଖ୍ୟ, ସେନା ମୁଖ୍ୟ ଓ ରକ୍ଷା ବିଭାଗର ପ୍ରମୁଖଙ୍କୁ ଏହି ସିକ୍ରେଟ କମାଣ୍ଡ ଜଣା ଥାଏ ।

ବିଶ୍ୱର ୯ଟି ଦେଶ ପାଖରେ ପରମାଣୁ ଅସ୍ତ୍ର ରହିଛି । ଭାରତ, ଆମେରିକା, ଚୀନ, ରଷ, ଇସ୍ରାଏଲ, ଫ୍ରାନ୍ସ, ଇଂଲଣ୍ଡ ଓ ଉତ୍ତର କୋରିଆ ଭଳି ରାଷ୍ଟ୍ର ପାଖରେ ପରମାଣୁ ଅସ୍ତ୍ର ରହିଛି । ଏହି ସବୁ ଦେଶର ରାଷ୍ଟ୍ର ମୁଖିଆଙ୍କ ନିକଟରେ ପରମାଣୁ ଅସ୍ତ୍ରର ସିକ୍ରେଟ କୋର୍ଡ ରହିଛି । ଏହି ସିକ୍ରେଟ କୋର୍ଡ ଥରେ ପ୍ରେସ କରିବା ମାତ୍ରେ ପୂରା ବିଶ୍ୱ ଧ୍ୱଂସ ଆଡକୁ ଚାଲିଯିବ ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଓ ରଷର ରାଷ୍ଟ୍ରପତି ନିଜ ଦେଶ ପାଇଁ ଏହି ସିକ୍ରେଟ କୋର୍ଡକୁ ବିକଶିତ କରିଥିଲେ । ଯାହାଦ୍ୱାରା ଯେ କୌଣସି ମୁହୂର୍ତ୍ତରେ ରାଷ୍ଟ୍ରମୁଖ୍ୟଙ୍କ ଗୋଟିଏ ନିର୍ଦ୍ଦେଶରେ ପରମାଣୁ ଆକ୍ରମଣ କରାଯାଇପାରିବ ।

ଭାରତ ପାଖରେ ମଧ୍ୟ ଏହି ସିକ୍ରେଟ କମାଣ୍ଡ କୋର୍ଡ ରହିଛି । ଏହାର ସିକ୍ରେଟ କୋର୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ରହିଛି।

କେଉଁ ଦେଶ ପାଖରେ ରହିଛି ପରମାଣୁ ଅସ୍ତ୍ରର ସିକ୍ରେଟ କୋର୍ଡ, ଜାଣନ୍ତୁ ସେ ସମ୍ପର୍କ ରେ nuclear power

ପଢନ୍ତୁ ;

ଆଧାର ତଥ୍ୟ,ଚୋରି ରିପୋର୍ଟ : ଅଭିଯୁକ୍ତଙ୍କ ବିରୋଧରେ ଏତଲା

Related posts

ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ହେଲେ ସୀତାଂଶୁ କର

Krishna Kumar Manoj

ସବଡିଭିଜନ୍ ମାନ୍ୟତା ଦାବିରେ ୬ ଘଂଟିଆ ପଟ୍ଟାମୁଣ୍ଡାଇ ବନ୍ଦ ପାଳନ

Krishna Kumar Manoj

ଭାରତକୁ ପୁଣି ଚ୍ୟାଲେଂଜ କରିଛି ଆତଙ୍କବାଦୀ ସଂଗଠନ ଜୈଶ । କହିଲେ,ମୋଦି ଓ ଭାରତ ଆମର ସବୁଠୁ ବଡ଼ ଶତ୍ରୁ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More