HOROSCOPES

କେଉଁ ରାଶିର ଯୋଡିଙ୍କ ଭିତରେ ପ୍ରେମ ହେଲେ କ’ଣ ହୁଏ ଜାଣନ୍ତୁ

By Krishna Kumar Manoj

September 12, 2018

କେଉଁ ରାଶିର ଯୋଡିଙ୍କ ଭିତରେ କେବେବି ପଡ଼େନି

ପ୍ରେମ ଭାବି ଚିନ୍ତିକି କେବେ ବି କରାଯାଏ ନାହିଁ । କେହି ବି ପ୍ରେମ କରେ ଆରମ୍ଭରେ ତାଙ୍କୁ ସବୁକଥା ଭଲ ଲାଗିଥାଏ ।  କିନ୍ତୁ ସମୟ ବିତିବା ସହ ଏହା ବଦଳିବାକୁ ଲାଗିଥାଏ । ତେବେ ଏସବୁ ହେବ ପଛରେ ରାଶିମାନଙ୍କର ବହୁତ ବଡ ହାତ ଥାଏ । ତେବେ

ଆସନ୍ତୁ ଜାଣିବା କେଉଁ କେଉଁ ରାଶିରେ ପ୍ରେମ ହେଲେ କଣ ହୁଏ-

ମେଷ ଓ ବୃଷ ରାଶି :-

ମେଷ ରାଶିରର ଲୋକ ବହୁତ ଆତ୍ମବିଶ୍ଵାସୀ ହୋଇଥାନ୍ତି । କାହା କଥା ଶୁଣିବାକୁ ଏମାନେ ପସନ୍ଦ କରି ନ ଥାଆନ୍ତି । ସେହିପରି ବୃଷ ରାଶିର ଲୋକ ଙ୍କ ର ଦୃଷ୍ଟିକୋଣ ଭଲ ହୋଇଥାଏ ସେଥିପାଇଁ ସେ ତାଙ୍କ ପ୍ରେମକୁ ନେଇ ଚିନ୍ତିତ ଥାନ୍ତି ଏହି କାରଣ ପାଇଁ ଦୁଇ ଜଣଙ୍କ ଭିତରେ ଜଗଦା ହୋଇଥାଏ ।

ବୃଷ ଓ ସିଂହ ରାଶି :-

ଏହି ଦୁଇ ରାଶି ମଧ୍ୟରେ ଝଗଡା ସେତେବେଳେ ହୁଏ ଯେତେବେଳେ ସେମାନେ ନିଜ ସମ୍ପର୍କ କୁ ବୁଝିବାରେ ଅସଫଳ ହୁଅନ୍ତି ।  ସିଂହ ରାଶିର ଲୋକ ନିଜ ସ୍ୱାର୍ଥ ପାଇଁ ବୃଷ ରାଶିର ଲୋକଙ୍କୁ ତାଙ୍କ ଇଚ୍ଛା ଅନୁସାରେ ପ୍ରେମ କରି ପାରନ୍ତି ନାହିଁ । ଏହି କାରଣ ଯୋଗୁ ଏମାନଙ୍କ ଭିତରେ ଝଗଡା ହୋଇଥାଏ ।

କର୍କଟ ଓ ମକର ରାଶି :-

ଏହି ଦୁଇ ରାଶିର ଲୋକଙ୍କ ବିଚାର ଶକ୍ତି ଅଲଗା ଅଲଗା ହୋଇଥାଏ । ମକର ରାଶିର ଲୋକ ଭିତରେ ସାହିବ ଶକ୍ତି ବହୁତ ଥାଏ ଓ ସେମାନେ ବହୁତ ସ୍ଥିର ହୋଇଥାନ୍ତି । କିନ୍ତୁ କର୍କଟ ରାଶିର ଲୋକ ମାନେ ସବୁବେଳେ ସ୍ବପ୍ନ ଦେଖିଥାନ୍ତି । ସେମାନେ ବହୁତ ଜିଦିଆ

ବୃଷ  ଓ ମିଥୁନ ରାଶି :-

ଏହି ଦୁଇ ରାଶିର ଲୋକ  ମାନଙ୍କ ଭୀତର ଯଦି ପ୍ରେମ ହୋଇଥାଏ ତେବେ ଏହାର ପ୍ରଭାବ ଆଖ ପାଖରେ ଥିବା ଲୋକଙ୍କ ଉପରେ ପଡିଥାଏ  । କାରଣ ମିଥୁନ ରାଶିର ଲୋକଙ୍କ ସ୍ଵଭାଵ ଉଗ୍ର ହୋଇଥାଏ ଆଉ ବୃଷ ରାଶିର ଲୋକ ମାନେ ବିଚାରଶୀଳ ହୋଇଥାନ୍ତି । ଏଥି ପାଇଁ ଏ ଦୁଇ  ରାଶିର ଲୋକ ଚାହିଁଲେ ବି ନିଜ ନିଜ ଉପରେ ଭରସା କରିପାରନ୍ତି ନାହିଁ ।

ପଢନ୍ତୁ ;ସୁନା ପାଉଁଜିକୁ ପାଦରେ ପିନ୍ଧାଯାଏ ନାହିଁ କାହିଁକି ? ଜାଣନ୍ତୁ ଏହାର କାରଣ କ’ଣ