EnewsOdia.Com

ରାଜଧାନୀରେ ବିରଳ ଧଳା ଭାଲୁ ଛୁଆ ଉଦ୍ଧାର

ରାଜଧାନୀ ଉପକଣ୍ଠ ୧୬ ନମ୍ବର ଜାତୀୟ ରାଜପଥ କଡ଼ରୁ ଏକ ବିରଳ ଧଳା ଭାଲୁ ଛୁଆ ଉଦ୍ଧାର କରାଯାଇଛି ।ଯାଁଳା ରାଧାମାଧବ କ୍ରିକେଟ୍ ପଡ଼ିଆରେ କିଛି ଯୁବକ ବୁଲୁଥିବାବେଳେ ଏହି ଛୁଆଟିକୁ ଦେଖିବାକୁ ପାଇଥିଲେ। ପ୍ରଥମେ ଯୁବକମାନେ ତାକୁ କାହାର ଏକ ପୋଷା ବିଲାତି କୁକୁର ବୋଲି ଭାବିଥିଲେ। ମାତ୍ର ମୋବାଇଲ୍‌ ଲାଇଟ୍‌ ପଡ଼ିବା ପରେ ତାହା ଏକ ଭାଲୁ ଛୁଆ ବୋଲି ଜଣାପଡ଼ିଥିଲା। କିନ୍ତୁ ବିଚିତ୍ର କଥା ହେଉଛି ମୋବାଇଲ୍‌ ଲାଇଟ୍ ପଡ଼ିବା ପରେ ଭାଲୁ ଛୁଆଟି ଯୁବକମାନଙ୍କୁ ନ ଡରି ସେମାନଙ୍କ ପାଖକୁ ଆସିଥିଲା।  ଭାଲୁଟି ମା’ସହିତ ପଡିଆରେ ଥିବା ଏକ ଟୁବରେ ପଣି ପିଇବାକୁ ଆସିଥିବା ବେଳେ ଧରାପଡିଛି ।

ସୂଚନାଅନୁସାରେ,  ରାଧାମାଧବ କ୍ରିକେଟ୍ ପଡ଼ିଆକୁ ଲାଗି ଏକ ଘଞ୍ଚ କାଜୁ ଜଙ୍ଗଲ ରହିଛି। ସେହି ଜଙ୍ଗଲରେ ମା’ ଭାଲୁ ରହୁଥିବା ଅନୁମାନ କରାଯାଉଛି। ଧଳା ଭାଲୁକୁ ଇଂରାଜୀ ହନି ବ୍ୟାଜର ବୋଲି କୁହାଯାଏ । ଏହି ଜନ୍ତୁ ଜଙ୍ଗଲରେ କାହାକୁ ଭୟ କରେ ନାହିଁ । ସାପ, କୀଟପତଙ୍ଗ ଠାରୁ ଆରମ୍ଭ କରି ଅନ୍ୟ ଜୀବଙ୍କ ମାଂସ ବି ଖାଇଯାଏ । ତେବେ ଜଙ୍ଗଲରେ ମହୁ ଫେଣା ଖୋଜିବାରେ ଏହି ଜୀବ ଅଭୂତ କ୍ଷମତା ରହିଛି ।

ପଢନ୍ତୁ: ଆଜିଠୁ ରାଜ୍ୟବ୍ୟାପୀ ପକ୍ଷୀଗଣନା ଆରମ୍ଭ

ସମ୍ବନ୍ଧିତ ଖବର

୭ରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମହା’,

Ratnamani Maharana

ଇଗ୍ନାଇଟ୍‌ ଫିଲ୍ମ ଫେଷ୍ଟିଭାଲ ୨୦୨୦ ପାଇଁ ଫିଲ୍ମ ଆହ୍ୱାନ ଆରମ୍ଭ

Ratnamani Maharana

ମହିଳାଙ୍କୁ ଯୌନ ନିର୍ଯାତନା ଦେବାରେ ଓଡ଼ିଶା ସାରା ଦେଶରେ ଦ୍ୱିତୀୟ

Ratnamani Maharana

ଓଡିଶା ପୋଲିସର ସବୁଠାରୁ ବୁଦ୍ଧିଆ କୁକୁର ‘କାଜଲ’

Ratnamani Maharana

ଶିକ୍ଷାକ୍ଷେତ୍ରରେ ଲାଗୁ ହେବ ‘ନୋ ୱାର୍କ ନୋ ପେ’ ନିୟମ

Ratnamani Maharana

ମୋଦିଙ୍କ ପାଇଁ ଆସୁଛି ସ୍ପେସାଲ ପ୍ଲେନ

Ratnamani Maharana