Spread the loveନନ୍ଦନକାନନରେ ଧଳା ବାଘୁଣୀ “କୁସୁମ” ର ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳେ ମୃତ୍ୟୁ ଘଟିଛି । ସୂଚନା ମୁତାବକ, ନନ୍ଦନକାନନର ବୟସ୍କା ଧଳା ବାଘୁଣୀ ‘କୁସୁମ’ (୧୮) କିଛିଦିନ ହେଲା... ନନ୍ଦନକାନନରେ ଧଳା ବାଘୁଣୀ “କୁସୁମ” ର ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳେ ମୃତ୍ୟୁ ଘଟିଛି
Spread the love

ନନ୍ଦନକାନନରେ ଧଳା ବାଘୁଣୀ “କୁସୁମ” ର ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳେ ମୃତ୍ୟୁ ଘଟିଛି । ସୂଚନା ମୁତାବକ, ନନ୍ଦନକାନନର ବୟସ୍କା ଧଳା ବାଘୁଣୀ ‘କୁସୁମ’ (୧୮) କିଛିଦିନ ହେଲା ଅସୁସ୍ଥ ହୋଇପଡିଥିଲା । ବାର୍ଦ୍ଧକ୍ୟ କାରଣରୁ ଗତ ୧୧ ଦିନ ହେଲା ତାର ଅବସ୍ଥା ବିଗିଡ଼ିବାରେ ଲାଗିଥିଲା । ସେ ରହୁଥିବା ଧଳା ବାଘ ସଫାରିର ଫିଡିଂ ଚ୍ୟାମ୍ବରର ଗୋଟିଏ ସ୍ଥାନରେ ଶୋଇରହୁଥିଲା । ତେବେ ‘କୁସୁମ’ର ଚିକିତ୍ସା ନନ୍ଦନନକାନନର ଚିକିତ୍ସକ ମାନେ କରୁଥିଲେ । ହେଲେ କୁସୁମର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଥିଲା ।

ଏବେ ୧୮ ବର୍ଷ ଜୀବିତ ରହିବାର ଗୌରବ ଅର୍ଜନ କରିଛି କୁସୁମ । ନନ୍ଦନକାନରେ ଧଳା ବାଘ ବଂଶ ବୃଦ୍ଧିରେ ତାର ଯଥେଷ୍ଟ ଅବଦାନ ରହିଛି । ସେ ତିନି ଥର ଗର୍ଭରୁ ୬ଟି ଶାବକ ଜନ୍ମ ଦେଇଛି ।

ନନ୍ଦନକାନନର ଉପ ନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି,“କୁସୁମ ବାଘୁଣୀ ନନ୍ଦନକାନନ ପାଇଁ ଗର୍ବ ଥିଲା। ସେ ବୁଢ଼ୀ ହୋଇଯାଇଥିଲା। ସାଧାରଣତଃ ଧଳା ବାଘ ଓ ବାଘୁଣୀମାନେ ୧୫ ବର୍ଷ ବଞ୍ଚନ୍ତି। ତାକୁ ୧୮ ବର୍ଷ ହୋଇଥିଲା।”

ସେ କହିଛନ୍ତି,“କୁସୁମ ତିନି ଥର ଗର୍ଭବତୀ ହୋଇଥିଲା। ଏହି ତିନି ଥରରେ ସେ ୭ଟି ଛୁଆ ଜନ୍ମ କରିଥିଲା। ସେମାନଙ୍କ ମଧ୍ୟରୁ ୫ଟି ଧଳା ରଙ୍ଗର ହୋଇଥିବା ବେଳେ ଦୁଇଟି ଥିଲେ ସାଧାରଣ ରଙ୍ଗର। ଏହା ନନ୍ଦନକାନନ ଶୋଭା ବଢ଼ାଇଥିଲା। ତେବେ କୁସୁମ ବଂଶରୁ ନନ୍ଦନକାନନକୁ ମିଳିଛି ମୋଟ ୧୮ଟି ବାଘ। ସେଥିରୁ ତାର ୭ଟି ଛୁଆ ହୋଇଥିବା ବେଳେ ୧୧ଟି ହେଉଛନ୍ତି ନାତିନାତୁଣୀ। ଅଦଳବଦଳ ବ୍ୟବସ୍ଥା ଅନୁସାରେ କୁସୁମର ଦୁଇଟି ଛୁଆକୁ ଅଲିପୁର ଓ ଚେନ୍ନାଇ ପ୍ରାଣୀ ଉଦ୍ୟାନକୁ ପଠା ଯାଇଥିଲା।”

୧୯୯୯ ଡିସେମ୍ବର ମାସ ୨୮ ତାରିଖରେ ନନ୍ଦନକାନନର ଧଳା ବାଘୁଣୀ ଶ୍ରେୟା ଓ ମହାବଳ ବାଘ ରାମଙ୍କ ମିଳନରୁ ‘କୁସୁମ’ ଜନ୍ମ ନେଇଥିଲା । କୁସୁମର ମା’ ଶ୍ରେୟା ଦୀର୍ଘ ୨୨ ବର୍ଷ କାଳ ବଞ୍ଚି ରହି ସର୍ବ କାଳୀନ ରେକର୍ଡ ସୃଷ୍ଟି କରିଥିଲା ।

 

ନନ୍ଦନକାନନରେ ଧଳା ବାଘୁଣୀନନ୍ଦନକାନନରେ ଧଳା ବାଘୁଣୀ "କୁସୁମ" ର ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳେ ମୃତ୍ୟୁ ଘଟିଛି

ପଢନ୍ତୁ ଆଜି ବିଶ୍ଵ ହାତୀ ଦିବସ

 

Your email address will not be published. Required fields are marked *