EnewsOdia.Com

କରୋନା ପାଇଁ ଗ୍ଲୋବାଲ ଇମର୍ଜେନ୍ସି ଘୋଷଣା କଲା WHO

ଏପରି ଭାଇରସ୍‌ର ମୁକାବିଲା ପାଇଁ ଅନ୍ତରାଷ୍ଟ୍ରୀୟ ସ୍ତରରେ ସମନ୍ଵୟ ରକ୍ଷା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା WHO ପକ୍ଷରୁ କୁହାଯାଇଛି । ତେବେ ଚୀନରେ ଯାହା ଘଟୁଛି ସେଥିଯୋଗୁଁ ନୁହେଁ ବରଂ ଅନ୍ୟାନ୍ୟ ଦେଶରେ ରୋଗର ପ୍ରାଦୁର୍ଭାବକୁ ନଜରରେ ରଖି ଏହି ଘୋଷଣା କରାଯାଇଥିବା WHO ମୁଖ୍ୟ ଟେଡ୍ରୋସ ଆଧାନମ ଘେବ୍ରେୟେସସ୍‌ କହିଛନ୍ତି। ଚୀନ୍ ରୁ ଆରମ୍ଭ ହୋଇ ୧୭ଟି ଦେଶକୁ ବ୍ୟାପିଥିବା ‘କରୋନା ଭାଇରସ୍’ କୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ‘ଆନ୍ତର୍ଜାତିକ ଜନସ୍ୱାସ୍ଥ୍ୟ ସଙ୍କଟ’ ଭାବରେ ଘୋଷଣା କରିଛି। ତେବେ ଜେନେଭା ସ୍ଥିତ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ ଚୀନ୍  ଭ୍ରମଣ ଏବଂ ଚୀନ୍  ସହ ବାଣିଜ୍ୟ କରାଯିବା ଉପରେ କୌଣସି କଟକଣା ଲାଗୁ କରିନାହିଁ।

ଚୀନ୍ ରେ କରୋନାଭାଇରସ୍  ଆକ୍ରାନ୍ତଙ୍କ ସଂଖ୍ୟା ୯୦୦୦ ଟପିଯାଇଥିବା ବେଳେ କେବଳ ହୁବେଇ ପ୍ରଦେଶରେ ଆହୁରି ୧୨୦୦ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଚୀନ୍  ନାଗରିକଙ୍କୁ ବାଦଦେଲେ ପ୍ରାୟ ୭୫ ଜଣ ବିଦେଶୀ ନାଗରିକ ଭାଇରସ୍  ଆକ୍ରାନ୍ତ ଥିବା ଜଣାପଡ଼ିଛି।  ହଂକଂରେ ଏ ପର୍ଯ୍ୟନ୍ତ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମାକାଓ ସ୍ବତନ୍ତ୍ର ପ୍ରାଶାସନିକ କ୍ଷେତ୍ରରେ ୭ ଜଣ ଏବଂ ତାଇୱାନ୍ ରେ ୮ ଜଣଙ୍କର ଭାଇରସ୍  ଯୋଗୁଁ ମୃତ୍ୟୁ ହୋଇଛି। ବିଶ୍ବବ୍ୟାପୀ କରୋନା ଭାଇରସ୍  ନେଇ ଭୟ ବଢ଼ିଚାଲିଛି।

ପଢନ୍ତୁ: କେରଳରୁ ଚିହ୍ନଟ ହେଲେ ଭାରତର ପ୍ରଥମ କରୋନା ଭାଇରସ୍‌ ଆକ୍ରାନ୍ତ

ସମ୍ବନ୍ଧିତ ଖବର

କରୋନା ପାଇଁ ଟୁଇଟ କରି ପ୍ରଶଂସା ସାଉଣ୍ଟୁଛି ଅମୂଲ

Ratnamani Maharana

ନିର୍ଭୟା ଦୋଷୀଙ୍କ କ୍ୟୁରେଟିଭ୍‌ ପିଟିସସନ୍‌ ଦାଖଲ

Ratnamani Maharana

ଦିଲ୍ଲୀ ଦଙ୍ଗା ସମୟରେ ମୁସ୍ତଫାବାଦରେ ଏକମାତ୍ର ହିନ୍ଦୁ ପରିବାରକୁ ସୁରକ୍ଷା ପ୍ରଦାନ କରି ଭାଇଚାରାର ଉଦାହରଣ କଲେ ମୁସଲମାନ ଭାଇ

Ratnamani Maharana

ୟାହୁର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଜଣେ ଭାରତୀୟ

Ratnamani Maharana

‘କାଳିଆ’ ପାଇଁ ସ୍ଵାମୀ-ସ୍ତ୍ରୀ ଅଲଗା

Ratnamani Maharana

ଆସନ୍ତାକାଲି ଲଞ୍ଚ ହେବ ସବୁଠାରୁ ଶକ୍ତିଶାଳୀ ସଞ୍ଚାର ଉପଗ୍ରହ, ବଢ଼ିବ ଇଣ୍ଟରନେଟ ସ୍ପିଡ଼

Ratnamani Maharana