Entertainment

ଏହି ଯୋଡିକୁ ସିନେପ୍ରେମୀ ଦେଲେ ଅଧିକ ଭଲ ପାଇବା !

ଏ ବର୍ଷ ଦର୍ଶକ କେତେକ ଲୋକପ୍ରିୟ ଯୋଡିକୁ ସିନେମାରେ ଦେଖିବାକୁ ପାଇଛନ୍ତି। ଇତି ମଧ୍ୟରୁ କେତେକ ଯୋଡିକୁ ଦର୍ଶକ ଅଧିକ ଭଲ ପାଇବା ଦେଇଛନ୍ତି। ଏଥିମଧ୍ୟରୁ ପ୍ୟାଡମାନ ସିନେମାର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅକ୍ଷୟ କୁମାର-ରାଧିକା ବେଶ୍‌ ଚର୍ଚ୍ଚାରେ ଅଛନ୍ତି।

ଆସନ୍ତୁ ଜାଣିବା  କେଉଁ ଯୋଡିକୁ ଦର୍ଶକ ଅଧିକ ପସନ୍ଦ କରିଛନ୍ତି-

ଅକ୍ଷୟ କୁମାର-ରାଧିକା ଆପ୍‌ଟେ:- ପ୍ରଖ୍ୟାତ ନିର୍ଦ୍ଦେଶକ ଆର୍‌ ବାଲ୍‌କୀଙ୍କ ସିନେମା ‘ପ୍ୟାଡ଼୍‍ମ୍ୟାନ୍‌’ରେ ଅକ୍ଷୟ କୁମାରଙ୍କ ବିପକ୍ଷରେ ପ୍ରଥମ ଥର ଲାଗି ନଜର ଆସିଛନ୍ତି ରାଧିକା ଆପ୍‌ଟେ। ଏହି ଯୋଡିକୁ ସିନେପ୍ରେମୀ ଭଲ ପାଇବା ଦେଇଛନ୍ତି। ଜାଣନ୍ତୁ ଏହି ଯୋଡି ବ୍ୟତିତ୍ୟ ଆଉ କେଉଁ ଯୋଡି ଚର୍ଚାରେ ଅଛନ୍ତି।

ଶାହିଦ୍‌ କପୁର୍‌-ଦୀପିକା ପାଦୁକୋନ୍‌:- ବଲିଉଡ଼୍‍ର ଲୋକପ୍ରିୟ ନାୟକ ଶାହିଦ୍‌ କପୁର୍‌ ଓ ନାୟିକା ଦୀପିକା ପାଦୁକୋନ୍‌ ପ୍ରଥମ ଥର ଲାଗି ସଞ୍ଜୟ ଲୀଲା ଭଂସାଲିଙ୍କ ବିବାଦୀୟ ଚଳଚ୍ଚିତ୍ର‘ପଦ୍ମାବତୀ’ରେ ଏକାଠି ନଜର ଆସିଛନ୍ତି।ଏଥିରେ ଶାହିଦ୍‌ ରାଜା ରତନ ସିଂହ ଭୂମିକାରେ ଥିବାବେଳେ ରାଣୀ ପଦ୍ମାବତୀ ଚରିତ୍ରରେ ଥିଲେ ଦୀପିକା।ଏହି ଯୋଡ଼ିର କେମେଷ୍ଟ୍ରି ବି ଦର୍ଶକଙ୍କ ପସନ୍ଦ ହୋଇଛି।

ସିଦ୍ଧାର୍ଥ ମାଲହୋତ୍ରା-ରକୁଲ ପ୍ରୀତ୍‌ ସିଂହ:- ପ୍ରତିଭାବାନ୍‌ ନିର୍ଦ୍ଦେଶକ ନୀରଜ ପାଣ୍ଡେଙ୍କ ଫିଲ୍ମ ‘ଅୟାରୀ’ରେ ସିଦ୍ଧାର୍ଥ ମାଲହୋତ୍ରା ଓ ରକୁଲ ପ୍ରୀତ୍‌ ସିଂହଙ୍କ ଯୋଡ଼ିକୁ ଦେଖିବାକୁ ପାଇଛନ୍ତି ସିନେମାପ୍ରେମୀ।ଏହା ବି ଏହି ଯୋଡିର ପ୍ରଥମ ସିନେମା।

 

ପଢନ୍ତୁ;

ନୀରବ ମୋଦିଙ୍କ ସହ ହୋଇଥିବା ସବୁ ଚୁକ୍ତିରୁ ଓହରିଲେ “ପ୍ରିୟଙ୍କା”

Related posts

“ଠଗସ ଅଫ ହିନ୍ଦୁସ୍ତାନ” ସିନେମାରେ କ୍ୟାଟ୍ରିନାଙ୍କ ଲୁକ୍ସକୁ ନେଇ ବି-ଟାଉନରେ ଜବରଦସ୍ତ ଚର୍ଚ୍ଚା

ENO Beuro

ଆଗାମୀ ଓଡିଆ ସିନେମା ‘ପ୍ରେମରେ ରଖିଚି ୧୦୦ ରୁ ୧୦୦’ର ଅଡିଓ ରିଲିଜ

ENO Beuro

୫୩ ବର୍ଷ ବୟସରେ ପାଦ ରଖିଲେ ବଲିଉଡ୍‌ ବାଦସାହା କିଙ୍ଗ୍‌ ଖାନ୍‌

ENO Beuro

1 comment

Leave a Comment