• Home
  • News
  • ୧୫ ଦିନର ଶିଶୁକୁ ମାରିଲା କିଏ ! ମାଙ୍କଡ ନା ମଣିଷ
News

୧୫ ଦିନର ଶିଶୁକୁ ମାରିଲା କିଏ ! ମାଙ୍କଡ ନା ମଣିଷ

ପୋଷ୍ଟମର୍ଟମ କରିଥିବା ଡାକ୍ତର ଦେଲେ ଚାଞ୍ଚଲ୍ୟକର ବୟାନ

କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତ ଗ୍ରାମ ପାଟଣାସାହିରେ ଶନିବାର ମାଙ୍କଡ଼ ଉଠାଇ ନେଇଥିବା ଶିଶୁପୁତ୍ରର ମୃତଦେହ ଏକ କୂଅ ମଧ୍ୟରୁ ଉଦ୍ଧାର କରାଯାଇଛି । ବିଳମ୍ବିତ ରାତି ଏବଂ ପାହାଁନ୍ତିଆରେ ଏହି କୂଅକୁ ଦେଖିଥିଲେ ମୃତଶିଶୁଙ୍କ ପରିବାର ଲୋକ । ହେଲେ ସେତେବେଳେ କୁଅରେ କିଛି ବି ନଥିଲା।

କିନ୍ତୁ ହଠାତ୍ ପ୍ରାୟ ୭ଟା ବେଳକୁ ମୃତଦେହ କୁଅରୁ ଠାବ ହେବା , ଏହି ଘଟଣାର ଅନେକ ପ୍ରଶ୍ନ ଠିଆ କରିଛି । ସବୁଠାରୁ ବଡ ପ୍ରଶ୍ନ ହେଉଛି ପ୍ରକୃତରେ କଣ ମାଙ୍କଡ ଶିଶୁପୁତ୍ରକୁ ଉଠାଇ ନେଇଥିଲା ? ଏହି ଘଟଣାରେ ଶିଶୁ ପୁତ୍ରର ପୋଷ୍ଟମର୍ଟମ କରିଥିବା ଡାକ୍ତର ଚାଂଚଲ୍ୟକର ଖୁଲାସା କରିଛନ୍ତି ।

ଡାକ୍ତର କହିଛନ୍ତି ମାଙ୍କଡ ଉଠାଇନେବା ଭଳି ଶିଶୁ ପୁତ୍ରର ଦେହରେ କୌଣସି ଚିହ୍ନ ନାହିଁ । ଏସବୁ ଭିତରେ ଶିଶୁ ପୁତ୍ରକୁ ପୋଷ୍ଟମର୍ଟମ କରିଥିବା ଡାକ୍ତର ମଧ୍ୟ ମାଙ୍କଡ ଉଠାଇନେବା ସମ୍ଭାବନାକୁ ଅସ୍ୱୀକାର କରିଛନ୍ତି । କହିଛନ୍ତି ଶିଶୁ ପୁତ୍ରର ଦେହରେ ସେଭଳି ଚିହ୍ନ ନାହିଁ ।

ଶିଶୁ ପୁତ୍ରର କେବଳ ନାକ ଓ ମୁଣ୍ଡରେ କିଛି କ୍ଷତ ରହିଥିଲା । କିନ୍ତୁ ମାଙ୍କଡ ଉଠାଇ ନେଇଥିଲେ ହୁଏତ ଅଧିକ କ୍ଷତ ହୋଇଥାନ୍ତା ବୋଲି ସେ କହିଛନ୍ତି । ତେଣୁ ଡାକ୍ତରଙ୍କ ବୟାନ ପରେ ଶିଶୁ ପୁତ୍ରର ମୃତ୍ୟୁ ଆହୁରି ରହସ୍ୟ ଘେର ଭିତରକୁ ଚାଲି ଆସିଛି । ଗ୍ରାମବାସୀ ମଧ୍ୟ ଏହି ଘଟଣାରେ ସନ୍ଦେହ ପ୍ରକାଶ କରୁଛନ୍ତି । ଯେ ପ୍ରକୃତରେ ଶିଶୁ ପୁତ୍ରଟି କେମିତି ମଲା ?

୧୫ ଦିନର ଶିଶୁକୁ ମାରିଲା କିଏ ! ମାଙ୍କଡ ନା ମଣିଷ News 2 copy

ପଢନ୍ତୁ ;

ସାରା ଭାରତରେ ରେକର୍ଡ ଭାଙ୍ଗିଲା ଡିଜେଲ୍ ଦର ଲିଟର ପିଛା ମୂଲ୍ୟ ୬୯ ଟଙ୍କା ୪୦ ପଇସା

Related posts

ପ୍ରସିଦ୍ଧ ପଞ୍ଜାବୀ ଗାୟକ ପରମିଶ ବର୍ମାଙ୍କୁ ଗୁଳି କଲେ କିଛି ଅଜ୍ଞାତ ବ୍ୟକ୍ତି!

Krishna Kumar Manoj

ଶ୍ରୀନଗରର ମହାରାଜ ହରି ସିଂ ହସପିଟାଲରେ ହୋଇଛି ବଡ ଆତଙ୍କବାଦୀ ଆକ୍ରମଣ : ଜଣେ ପୋଲିସ ଅଧିକାରୀଙ୍କର ମୃତ୍ୟୁ

Krishna Kumar Manoj

National Sports Awards 2017 Are Given In Basis Of Excellence In Sports

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More