EnewsOdia.Com

କରୋନା ଭାଇରସ୍‌ର ନାଁ ‘କୋଭିଡ୍‌-୧୯’ ଦେଲା ଡବ୍ଲ୍ୟୁଏଚ୍‌ଓ

ଚୀନ୍‌ରେ କରୋନା ଭାଇରସ୍‌ର ପ୍ରକୋପ କମିବାର ନାଁ ନେଉନାହିଁ । ଆଜି ସୁଦ୍ଧା ୧୦୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୨ ହଜାର ୬୩୮ ଆକ୍ରାନ୍ତ ହୋଇଛନ୍ତି ।ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ପକ୍ଷରୁ ଏହାକୁ ଏକ ‘ଗମ୍ଭୀର ବିପଦ’ ବୋଲି ଘୋଷଣା କରାଯାଇଛି। ଏହି ଭୂତାଣୁ ଚୀନରେ ୯୯ ପ୍ରତିଶତ ଦେଖା ଦେଇଥିବା ବେଳେ ଏହା ସାରା ବିଶ୍ବ ପାଇଁ ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି।  ଲୋକଙ୍କ ଶରୀରକୁ ଆକ୍ରାନ୍ତ କରିଥିବା କରୋନା ଭାଇରସ୍‌ର ନାମ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ‘କୋଭିଡ୍‌-୧୯’ ରଖାଯାଇଛି।

ଡବ୍ଲ୍ୟୁଏଚ୍‌ଓ ନିର୍ଦ୍ଦେଶକ ଜେନେରାଲ ଟେଡ୍ରୋସ୍‌ ଆଧାନମ୍‌ ଘେବ୍ରେସସ୍‌ କହିଛନ୍ତି, ଆମେ ଏମିତି ନାଁଟିଏ ବାଛିଛୁ ଯାହା ନା କୌଣସି ଭୌଗଳିକ ଠିକଣା କଥା କହୁଛି, ନା କୌଣସି ପଶୁର ନାମ ନା ଉଚ୍ଚାରଣ କରିହେଉଥିବା ନାମ ନା ରୋଗକୁ ସୂଚାଉଥିବା ନାମ ହୋଇଥିବ। ସେ ଜେନେଭାରେ ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି। ଏହି ନାଁ ପାଇଁ କରୋନା ପାଇଁ ସିଓ ନିଆଗଲା, ଭାଇରସ୍‌ ପାଇଁ ଭିଆଇ ନିଆଗଲା ଏବଂ ରୋଗ ପାଇଁ ଡି ନିଆଯାଇଥିଲା।

ପଢନ୍ତୁ: ଦିଲ୍ଲୀ ନିର୍ବାଚନରେ ପୁଣି ବାଜି ମାରିନେଲା ଆପ୍‌

ସମ୍ବନ୍ଧିତ ଖବର

ବିବିସିର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଓଡ଼ିଶା ଝିଅ ସୁସ୍ମିତା ମହାନ୍ତି

Ratnamani Maharana

ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ କଲେଜ ବଦଳାଇବାକୁ ଆବେଦନ କରିଛନ୍ତି ୭୦୦ ଛାତ୍ରଛାତ୍ରୀ

Ratnamani Maharana

ଆତଙ୍କବାଦୀଙ୍କ ହିଟ୍‌ ଲିଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କ୍ୟାପଟେନ ବିରାଟ କୋହଲି

Ratnamani Maharana

ବିବାହ ଉତ୍ସବରେ ମିଳିଲା ନିଆରା ଉପହାର

Ratnamani Maharana

ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

Ratnamani Maharana

ଦିଲ୍ଲୀ ଏନସିଆରରେ ଜନସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣା, ମାସ୍କ ବିନା ଘରୁ ବାହାରିବା କଷ୍ଟକର

Ratnamani Maharana