ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ଭାରତ ବାୟୋଟେକ୍କୁ ବଡ଼ ଝଟ୍କା। କରୋନା ଟିକା କୋଭାକ୍ସିନ୍ର ଅନ୍ତର୍ଜାତୀୟ ସପ୍ଲାଏ ଉପରେ ରୋକ୍ ଲଗାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଏହି ଟିକାକୁ ସଂକ୍ରମଣ ଦୂର କରିବାକୁ ଗରିବ ଦେଶକୁ ପ୍ରଦାନ କରାଯାଉଥିଲା।
ଭାରତ ବାୟୋଟେକ୍କୁ ବଡ଼ ଝଟ୍କା। କରୋନା ଟିକା କୋଭାକ୍ସିନ୍ର ଅନ୍ତର୍ଜାତୀୟ ସପ୍ଲାଏ ଉପରେ ରୋକ୍ ଲଗାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଏହି ଟିକାକୁ ସଂକ୍ରମଣ ଦୂର କରିବାକୁ ଗରିବ ଦେଶକୁ ପ୍ରଦାନ କରାଯାଉଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁତାବକ, ଗୁଡ୍ ମ୍ୟାନୁଫ୍ୟାକ୍ଚରିଂ ପ୍ରାକ୍ଟିସ୍ (ଜିଏମ୍ପି) ଅର୍ଥାତ୍ ଉତ୍ପାଦନ କାର୍ଯ୍ୟପ୍ରଣାଳୀରେ ଅଭାବ ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି। ଭାରତର ପ୍ରଥମ ସ୍ୱଦେଶୀ କରୋନା ଟିକା ହେଉଛି କୋଭାକ୍ସିନ୍। ସୂଚନାଯୋଗ୍ୟ ଯେ ଏହି ଟିକା ନିର୍ମାତା କମ୍ପାନୀ ଭାରତ ବାୟୋଟେକ୍ ଦିନକ ପୂର୍ବରୁ ଘୋଷଣା କରିଥିଲା ଯେ ସେମାନେ ଟିକା ଉତ୍ପାଦନ କମ୍ କରିବାକୁ ଯାଉଛନ୍ତି। ଡବ୍ଲ୍ୟୁଏଚ୍ଓ ଏହି ଘୋଷଣା ନେଇ ଏପ୍ରିଲ ୨ରେ ଏକ ବୟାନ ଜାରି କରିଥିଲା। ଡବ୍ଲ୍ୟୁଏଚ୍ଓର କହିବା ମୁତାବକ, ଟିକା ନେଉଥିବା ଦେଶ କୋଭାକ୍ସିନ୍ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। କୋଭାକ୍ସିନ୍କୁ ସସ୍ପେଣ୍ଡ କରିବା ଘୋଷଣା ଇୟୁଏଲ୍ ଇନ୍ସପେକ୍ସନ୍ ପରେ ଆସିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟିମ୍ ୧୪ ମାର୍ଚ୍ଚରୁ ୨୨ ମାର୍ଚ୍ଚ ୨୦୨୨ ମଧ୍ୟରେ ଭାରତ ବାୟୋଟେକ୍ର ପ୍ଲାଣ୍ଟର ନିରୀକ୍ଷଣ କରିଥିଲେ।
ପ୍ରକାଶ ଯେ ଗତ ବର୍ଷ ନଭେମ୍ବର ୩ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭାକ୍ସିନ୍କୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଥିଲା। କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ପଷ୍ଟ ଭାବେ କହିନଥିଲା ଯେ ଏହି ଟିକାରେ ଜିଏମ୍ପିର କ’ଣ ଅଭାବ ରହିଛି। ଅନ୍ୟ ପଟେ ଏନେଇ ଭାରତ ବାୟୋଟେକ୍ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି ଯେ କମ୍ପାନୀ ସମସ୍ତ ପ୍ରକ୍ରିୟା, ସୁବିଧା ଅନୁକୂଳ ଗତିବିଧି ଉପରେ ଧ୍ୟାନ କେନ୍ଦ୍ରିତ କରିବ। ଗତ ବର୍ଷେ ମଧ୍ୟରେ ଟିକାର ନିରନ୍ତର ଉତ୍ପାଦନ ପାଇଁ ସମସ୍ତ କାର୍ଯ୍ୟ କରାଯାଇଛି। ଏବେ ସବୁ ଜିନିଷ ଉପରେ ଅଧିକ ଧ୍ୟାନ ଦେଇ ସୁବିଧାକୁ ଉନ୍ନତ କରିବା ଦିଗରେ କାମ କରିବା ଜରୁରୀ ହୋଇପଡ଼ିଛି।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।