Loading...

ଶେଷ ହେଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ, ନୂତନ ରାଷ୍ଟ୍ରପତି ଏବଂ ଉପ ରାଷ୍ଟ୍ରପତି କିଏ!

ଶେଷ ହେଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ, ନୂତନ ରାଷ୍ଟ୍ରପତି ଏବଂ ଉପ ରାଷ୍ଟ୍ରପତି କିଏ!

ଦେଶର ୫ ରାଜ୍ୟରେ ଅନୁଷ୍ଠିତ ହେଉଛି ବିଧାନସଭା ନିର୍ବାଚନ । ୟୁପି, ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ଏବଂ ମଣିପୁରରେ କିଏ ଗଢିବ ସରକାର ଏ ନେଇ ଆସନ୍ତା ମାର୍ଚ୍ଚ୧୦ ତାରିଖ ନିର୍ଦ୍ଧାରଣ ହେବ ।

ଦେଶର ୫ ରାଜ୍ୟରେ ଅନୁଷ୍ଠିତ ହେଉଛି ବିଧାନସଭା ନିର୍ବାଚନ । ୟୁପି, ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ଏବଂ ମଣିପୁରରେ କିଏ ଗଢିବ ସରକାର ଏ ନେଇ ଆସନ୍ତା ମାର୍ଚ୍ଚ୧୦ ତାରିଖ ନିର୍ଦ୍ଧାରଣ ହେବ । ଆଉ ଏକ ବଡ କଥା ଚର୍ଚ୍ଚାକୁ ଖୋରାକ ଯୋଗାଇଛି, ତାହା ହେଉଛି ଦେଶର ଆଗାମୀ ରାଷ୍ଟ୍ରପତି ଏବଂ ଉପ-ରାଷ୍ଟ୍ରପତି ଚୟନ । କାରଣ ଚଳିତ ବର୍ଷ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଛି ।

ଦେଶର ରାଷ୍ଟ୍ରପତି ଏବଂ ଉପ ରାଷ୍ଟ୍ରପତି ନିର୍ବାଚନରେ ବିଭିନ୍ନ ରାଜ୍ୟର ବିଧାନସଭା ସଦସ୍ୟଙ୍କର ପ୍ରମୁଖ ଭୂମିକା ରହିଥାଏ । ତେଣୁ ଆସନ୍ତା କିଛି ଦିନରେ ୫ ରାଜ୍ୟର ନୂତନ ବିଧାନସଭା ସଦସ୍ୟ ଚୟନ ହେବେ । ତେଣୁ ନିର୍ବାଚନ ପରିଣାମ ଆଗାମୀ ଦିନରେ ଦେଶର ଦିଶା ନିର୍ଦ୍ଧାରଣ କରିପାରେ । ଅର୍ଥାତ ଆଗାମୀ ଦିନରେ ଦେଶର ନୂତନ ରାଷ୍ଟ୍ରପତି ଏବଂ ଉପ ରାଷ୍ଟ୍ରପତିଙ୍କୁ ନେଇ କୌଣସି ଗୋଟିଏ ପକ୍ଷର ସମ୍ଭାବନାକୁ ବଢାଇ ଦେବ ।

ତେବେ ବଡ କଥା ହେଉଛି କ୍ଷମତାରେ ଥିବା ଦଳର ସମୀକରଣ ଯଦି ବଦଳିଯାଏ ତ ସହଯୋଗୀ ଦଳ ବିନା କୌଣସି ପାର୍ଟି ନିଜ ପସନ୍ଦର ରାଷ୍ଟ୍ରପତି ଚୟନ କରିପାରିବେ ନାହିଁ । ଏହା ସହିତ ଅନେକ ରାଜନେତା ଏବଂ ରାଜନୈତିକ ଦଳଗୁଡିକର ଭବିଷ୍ୟତ ଚଳିତ ନିର୍ବାଚନ ପରେ ନିର୍ଦ୍ଧାରଣ ହେବାକୁ ଯାଉଛି । ଗତ କିଛି ଦିନ ମଧ୍ୟରେ ରାଜନୈତିକ ବାତାବରଣକୁ ଦୃଷ୍ଟି ଦେଲେ ତାହା ହିଁ ଜଣା ପଡୁଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.