News

କିଛି ସମୟରେ ପରେ ଆସିବ ଫଳ ,କଣ ହେବ ଓଡିଶାର ଭବିଷ୍ୟତ ?

Ld

କିଛି ସମୟ ପରେ ପ୍ରକାଶ ପାଇବ ଭୋଟ ଗଣତିର ଫଳ। କାହା ଭାଗ୍ୟରେ ରହିଛି ଓଡିଶାର ଭବିଷ୍ୟତ। ତାହା ଆଜି ନିଶ୍ଚୟ ହୋଇଯିବ। ତେବେ ରାଜ୍ୟର ୨୧ଟି ଯାକ ଲୋକସଭା ଆସନର ଚିତ୍ର ହସ୍ତଗତ ହୋଇଛି । ବହୁ କଥିତ ନବୀନ ଶାସନ  ପୁଣି ଚାଲିବ ନା ଓଡିଶାରେ ଆରମ୍ଭ ହେବ ଏକ ନୂଆ ଯୁଗ। ଏନେଇ ଲାଗି ରହିଛି ବହୁ କଳ୍ପନା ଜଳ୍ପନା। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଯାହା ଜଣାପଡ଼ୁଛି, ବିଜେଡି ମ୍ୟାଜିକ ନମ୍ବରଠାରୁ ଅଧିକ ଆସନରେ ଆଗୁଆ ରହିଛି।

ରାଜ୍ୟର ୧୪୭ ବିଧାନସଭା ଆସନ ମଧ୍ୟରୁ  ବିଜେଡି  ୯୪ଟି ଆସନରେ ଆଗୁଆ ଅଛି। ବିଜେପି  ୨୯ଟି ଆସନରେ ଆଗରେ ଅଛି। କଂଗ୍ରେସ  ୧୨ଟି ଆସନରେ ଆଗୁଆ ରହିଛି। ରାଜ୍ୟରେ ସରକାର ଗଢିବା ପାଇଁ ମ୍ୟାଜିକ ନମ୍ବର ହେଉଛି ୭୪। ତେବେ ୨୦୧୪ ତୁଳନାରେ ବିଜେଡ଼ିର ଆସନ କମିପାରେ ସଂଖ୍ୟା । ଫାଇଦାରେ ରହିବ ବିଜେପି । କଂଗ୍ରେସ ପୁଣି ନିରାଶ ହେବାକୁ ପଡ଼ିବ । ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ  ବିଜେଡିକୁ ମିଳିବ ୧୨ରୁ ୧୪ଟି ଆସନ । ବିଜେପି ପାଇବ ୬ରୁ୮ ଆସନ । ସେହିପରି କଂଗ୍ରେସ ୧ରୁ ୨ ଆସନ ଜିତିପାରେ ।

ପଢନ୍ତୁ: ପୁଣି ଦେଖାଦେଲା ନିର୍ବାଚନୀ ହିଂସା

Related posts

ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଠାରେ ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଲା ଚଳନ୍ତା ବସ୍

ENO Beuro

ଘୁଞ୍ଚିଲା ଯୁକ୍ତ ଦୁଇ ନାମଲେଖା ଆବେଦନ ତାରିଖ

Ratnamani Moharana

ମୋଦିଙ୍କ ପାଇଁ ଶୁଭ ଶ୍ରାବଣର ତିନି ସୋମବାର

Ratnamani Moharana

Leave a Comment