EnewsOdia.Com

ବଟେଶ୍ବର ବେଳାଭୂମିରେ ଲାଗିଲା ୩୦ ଫୁଟ ଲମ୍ବର ମୃତ ତିମି

ସମୁଦ୍ରକୂଳରେ ଲାଗିଛି ବିରାଟ ତିମିର ମୃତଦେହ ।ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବନବିଭାଗ ରେଞ୍ଜ ଅନ୍ତର୍ଗତ ବଟେଶ୍ବର ବେଳାଭୂମିରୁ ଏହି ତିମି ମୃତଦେହଟି ଉଦ୍ଧାର ହୋଇଛି।

ବେଳାଭୂମିରେ ପ୍ରାୟ ୩୦ ଫୁଟ ଲମ୍ବା ଏକ ମୃତ ତିମିକୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ମୃତଦେହଟି ଗଳିତ ଅବସ୍ଥାରେ ରହିଛି ।

ତିମି ପଡିଥିବାର ଦେଖି ସ୍ଥାନୀୟଲୋକେ ବନବିଭାଗକୁ ଖବର ଦେଇଥିଲେ, ପରେ ବନବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତିମିର ମୃତଦେହକୁ ପୋଷ୍ଟମର୍ଟମ କରାଯାଇଥିବା ସୂଚନା । ଜେସିବି ସାହାର୍ଯ୍ୟରେ ତିମିକୁ ବେଳାଭୂମିରେ ପୋତାଯାଇଛି ।

ତେବେ କିପରିଭାବେ ଏହି ତିମିର ମୃତ୍ୟୁ ହୋଇଛି, ତାହା ଜଣାପଡ଼ିନାହିଁ।ବନ ବିଭାଗ ପକ୍ଷରୁ ଏସଂପର୍କରେ ତଦନ୍ତ ଆରମ୍ଭ ହୋଇଥିବାର ସୂଚନା ମିଳିଛି। ଏହି ଘଟଣା ଏବେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ପଢନ୍ତୁ: କେବଳ ପୁଅ-ବୋହୂ ନୁହଁନ୍ତି ନାତି-ନାତୁଣୀ ବି ବାପାମାଆଙ୍କ ସେବା କରିବାକୁ ବାଧ୍ୟ

ସମ୍ବନ୍ଧିତ ଖବର

ଖୋର୍ଦ୍ଧାରୁ ଲାଇନ କାଟିବା ଆରମ୍ଭ କଲା ସେସୁ

Ratnamani Maharana

ମଝି ଆକାଶରେ ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ

Ratnamani Maharana

ଆଜିଠୁ +୨ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ

Ratnamani Maharana

ଏପ୍ରିଲ ୫ରୁ ୩୬ତମ ଭୁବନେଶ୍ୱର ପୁସ୍ତକ ମେଳା

Ratnamani Maharana

‘ଧାନ ବିଲ ଖସ ଖସ’ ଗୀତର ତାଳେ ତାଳେ ନାଚିଲେ ପ୍ରମିଳା

Ratnamani Maharana

କରୋନା ପାଇଁ ମାର୍ଚ୍ଚ ୩୧ ଯାଏ ଦିଲ୍ଲୀରେ ବନ୍ଦ ରହିବ ସବୁ ପ୍ରାଥମିକ ସ୍କୁଲ

Ratnamani Maharana