ଗୋଟିଏ ବ୍ୟସ୍ତବହୁଳ ଦିନଟି କଟିବାପରେ ସମସ୍ତେ ଟିକେ ଶାନ୍ତିରେ ଶୋଇବାକୁ ଚାହିଁଥାନ୍ତି । କିନ୍ତୁ ଶୋଇବା ପରେ ଅନେକ ଲୋକ ନିଦରୁ ଚମକି ଉଠିପଡିଥାନ୍ତି । କେବେ ଆପଣ ଜାଣିବାକୁ ଚେଷ୍ଟା କରିଛନ୍ତି କି ଏପରି କାହିଁକି ହୋଇଥାଏ , ଏକ ଗବେଷଣା ଅନୁଯାୟୀ ୬୦ରୁ ୭୦ ପ୍ରତିଶତ ଲୋକ ଶୋଇବା ପରେ ଶରୀରରେ ଝଟକା ଅନୁଭବ କରିଥାନ୍ତି । ଏହି ଝଟ୍କା ସାଧାରଣତଃ କଞ୍ଚା ନିଦ ସମୟରେ ହୋଇଥାଏ ।
ଭିନ୍ନ ଭିନ୍ନ ବ୍ୟକ୍ତି ଏହା ପଛରେ ଭିନ୍ନ ଭିନ୍ନ କାରଣ ଦର୍ଶାଇଥାନ୍ତି । କିଛି ବ୍ୟକ୍ତିଙ୍କ ଧାରଣା ରହିଛି ଯେ, ସେମାନେ ସ୍ୱପ୍ନ ଦୁନିଆରେ ପଡୁଥିବା କିମ୍ୱା କିଛି ଚିନ୍ତା କରୁଥିବା ସମୟରେ ତାଙ୍କ ଶରୀରରେ ଝଟକା ଆସୁଥିବା କହିଛନ୍ତି ।
ବୈଜ୍ଞାନିକଙ୍କ ଅନୁଯାୟୀ,
ଥକ୍କା ଅନୁଭବ ହେବା, ଚିନ୍ତିତ ରହିବା ବା କଫିନ୍ ପାନ ପରେ ଶୋଇବା ଦ୍ୱାରା ଝଟକା ଲାଗିଥାଏ । ଯେତେବେଳେ କି ବର୍ତ୍ତମାନ ପର୍ୟ୍ୟନ୍ତ ଏହି ଅନୁଧ୍ୟାନ ଉପରେ କୌଣସି ପ୍ରମାଣ ନାହିଁ ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ସନ୍ଧ୍ୟା ସମୟରେ ହୋଇଥିବା ଶାରିରୀକ ବ୍ୟାୟାମ ମଧ୍ୟ ଏହି ଝଟକାର କାରଣ ହୋଇଥାଏ । କିନ୍ତୁ ବର୍ତ୍ତମାନ ପର୍ୟ୍ୟନ୍ତ କୌଣସି ଅନୁଧ୍ୟାନ ସମ୍ନାକୁ ଆସିନାହିଁ, ଯେଉଁଥିରେ ଏହି ସମ୍ବନ୍ଧରେ ଠିକ୍ ତଥ୍ୟ ଦିଆଯାଇଛି ।
ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଶୋଇବା ସମୟରେ ମାଂସପେଶୀରେ ବ୍ୟଥା ଥିବା କରାଣରୁ ଶରୀରରେ ଝଟକା ଅନୁଭବ କରିଥାନ୍ତି । ତାହା ହାଲକା ଭାବେ ହୋଇଥାଏ ।
ପଢନ୍ତୁ ;