LIFESTYLE

କାହିଁକି ଜଣେ ପୁରୁଷ ଜୀବନରେ ଜଣେ ମହିଳା ବନ୍ଧୁ ରହିବା ଦରକାର ଆସନ୍ତୁ ଜାଣିବା

ଜଣେ ପୁରୁଷ ପାଇଁ ତାର ଜୀବନରେ ଜଣେ ମହିଳା ରହିବା ବହୁତ ଜରୁରୀ । କାରଣ ପ୍ରତ୍ୟେକ ସଫଳ ବ୍ୟକ୍ତି ପଛରେ ଜଣେ ମହିଳାର ହାତ ଥାଏ ଓ ସେହି ମହିଳା ଜଣଙ୍କ ଆପଣଙ୍କର ଭଲ ବନ୍ଧୁ ମଧ୍ୟ ହୋଇଥାଇ ପାରନ୍ତି ।ସେ ମା’ର କିମ୍ବା ପତ୍ନୀ କିମ୍ବା ପ୍ରିୟ ବାନ୍ଧବୀର ହୋଇ ପାରନ୍ତି। କାରଣ ସେ ନା କେବେଳ ଆପଣଙ୍କୁ ଭଲ ପରାମର୍ଶ ଦେଇଥାଏ ତାହା ନହେଁ ବରଂ ସେ ଏହା ବି ବୁଝିଥାଏ କି ଆପଣଙ୍କୁ କେଉଁଟା ପସନ୍ଦ ଆଉ କେଉଁଟା ନୁହେଁ ।

ଏଥିସହ ନିଜ ଜୀବନ ସହ ଜଡିତ ସମସ୍ତ ନିଷ୍ପତି ମଧ୍ୟ ଶୀଘ୍ର ନେଇଥାନ୍ତି । କିନ୍ତୁ ଅନେକ ସମୟରେ ଏଭଳି ଅନେକ କଥା ଥାଏ ଯାହା କାହାକୁ କହି ହୋଇ ନଥାଏ । ଆଉ ଏହି ସମୟରେ ଆପଣଙ୍କୁ ସହାୟତା କରିଥାଏ ଜଣେ ମହିଳା ବନ୍ଧୁ । ତେବେ ଆସନ୍ତୁ ଜାଣିବା କାହିଁକି ଜଣେ ପୁରୁଷ ଜୀବନରେ ଜଣେ ମହିଳା ବନ୍ଧୁଙ୍କର ଆବଶ୍ୟକତା ରହିଛି । ତେବେ ଆସନ୍ତୁ ଜାଣିବା ।

ସମସ୍ତେ କୁହନ୍ତି କି ପୁରୁଷମାନେ କେବେହେଲେ କାନ୍ଦନ୍ତି ନାହିଁ ।ସତ ରେ କହିବା କୁ ଗଲେ ପୁରୁଷ ମହିଳାଙ୍କଠାରୁ ଅଧିକ ଭାବପ୍ରବଣ ଅଟନ୍ତି । ଜୀବନରେ ଅନେକ ସମୟରେ ପୁରୁଷମାନେ ନିଜକୁ ବହୁତ ଏକାକୀ ମନେ କରିଥାନ୍ତି । ଏହିସମୟରେ ଯଦି ଆପଣଙ୍କ ପାଖରେ କେହି ମହିଳା ବନ୍ଧୁ ଥାନ୍ତି ତେବେ ଆପଣ ଆପଣଙ୍କର ମନ କଥା ତାଙ୍କ ନିକଟରେ ଖୋଲାଖୋଲି ଭାବେ ସେୟାର କରି ପାରିବେ । କାରଣ, ସେ କେବେ ଆପଣଙ୍କ ଅତୀତକୁ ଆପଣଙ୍କ ବର୍ତ୍ତମାନରେ ପଡିବାକୁ ଦେଇ ନଥାଏ ।

ଜଣେ ମହିଳା ବନ୍ଧୁ ଅଲଗା ବନ୍ଧୁମାନଙ୍କଠାରୁ ଆପଣଙ୍କୁ ବହୁତ ଭଲଭାବେ ବୁଝିଥାଏ । କାରଣ ଅଧିକାଂଶ ସମୟରେ ଦେଖିବାକୁ ମିଳିଥାଏ କି ପୁରୁଷମାନେ କେବଳ ସେତିକି ବୁଝିଥାନ୍ତି ଯେତିକି ତାଙ୍କୁ କୁହାଯାଇଥାଏ । କିନ୍ତୁ ଯଦି ଆପଣଙ୍କ ନିକଟରେ କେହି ମହିଳା ବନ୍ଧୁ ଥାନ୍ତି ତେବେ ସେ ଆପଣଙ୍କ ମୁଡକୁ ଦେଖି ଏକଥା ଜାଣି ପାରନ୍ତି କି ଆପଣଙ୍କ ମନରେ କଣ ଚାଲିଛି ବୋଲି ।

ମହିଳା ବନ୍ଧୁ ଏକମାତ୍ର ବନ୍ଧୁ ଯିଏ କି ଆପଣଙ୍କ ପ୍ରେମର ବାସ୍ତବ ଅର୍ଥକୁ ଆପଣଙ୍କୁ ଅନୁଭବ କରାଇ ଥାଏ । ଏଥିସହ ଆପଣଙ୍କୁ ଆପଣଙ୍କ ପ୍ରେମିକାଙ୍କୁ ବୁଝାଇବାକୁ ମଧ୍ୟ ସହାୟତା କରିଥାଏ । ସେ ଆପଣଙ୍କ ଆପଣଙ୍କ ପ୍ରେମିକାଙ୍କ ପ୍ରତିଟି ପରିଭାଷାର ଅର୍ଥକୁ ଆପଣଙ୍କୁ ବୁଝାଇବାକୁ ଚେଷ୍ଟା କରିଥାଏ ।ପୁରୁଷ ବନ୍ଧୁଙ୍କ ଅସୁବିଧାଙ୍କୁ ମଧ୍ୟ ଭଲ ଭାବେ ବୁଝି ପାରନ୍ତି ।

ପଢନ୍ତୁ ;

୫ଟି ଭୟଙ୍ଗର ରୋଗରୁ ମୁକ୍ତି ଦେଇଥାଏ ଧନିଆ ଗୁଣ୍ଡ ;ଆସନ୍ତୁ ଜାଣିବା ଧନିଆ ଗୁଣ୍ଡର କେତେକ ଉପକାରିତା ବିଷୟରେ

Related posts

ଧନିଆ ପତ୍ର ଜୁସ୍‌ ପିଇଲେ ଆମକୁ କି କି ଲାଭ ମିଳିଥାଏ ଜାଣନ୍ତୁ ?

ENO Beuro

ଆମେ ଦୈନନ୍ଦିନ ଜୀବନରେ ଆପଣେଇଥିବା କିଛି ଜିନିଷ ଯାହା ବିଦେଶରୁ ଆସିଛି

ENO Beuro

ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ଚାହୁଁଛନ୍ତି କି? ତେବେ ଘରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ !

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More