EnewsOdia.Com

ରାତି ପାହିଲେ ପବିତ୍ର ରାସ ପୂର୍ଣ୍ଣିମା, କ’ଣ ଏହାର ମାହାତ୍ମ୍ୟ ?

ଆସନ୍ତାକାଲି (ମଙ୍ଗଳବାର) ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା । ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଜଡ଼ିତ । ଗୌରବମୟ ଉତ୍କଳର ପ୍ରାଚୀନ ଇତିହାସ ସହିତ ଏହି ପୂର୍ଣ୍ଣିମାର ସମ୍ବନ୍ଧ ଅତି ଗୁରୁତ୍ୱପୂର୍ଣ୍ଣ ।ଏହାକୁ ବାଦ୍‌ ଦେଲେ ଖ୍ରୀଷ୍ଟପୂର୍ବୀୟ କାଳରେ ଓଡ଼ିଶାରେ ନୌବାଣିଜ୍ୟ ସମ୍ପର୍କରେ ଚିନ୍ତା କରାଯାଇ ପାରିବ ନାହିଁ ।  ମା’ ଦୁର୍ଗାଙ୍କ ଶାରଦୀୟ ବନ୍ଦନା ପରେ ପରେ ଚନ୍ଦ୍ର ଏବଂ ମା’ କାଳୀଙ୍କ ଆରାଧନା ଅତ୍ୟନ୍ତ ଶ୍ରଦ୍ଧାର ସହ କରାଯାଏ । ଏହାସହ ଓଡ଼ିଶାର ପୁର ପଲ୍ଲୀରେ  ଦେବ ସେନାପତି ଚିର କୁମାର କାର୍ତ୍ତିକେୟଙ୍କ ଆରାଧନା ଅତ୍ୟନ୍ତ ଭକ୍ତି ସହକାରେ କରାଯାଏ ।

କାର୍ତ୍ତିକମାସ ଏକ ଧର୍ମ ମାସ ବୋଲି ବିଶ୍ୱାସ ରହିଛି । ଏହି ମାସରେ ଆବାଳ ବୃଦ୍ଧ ବନିତା ପ୍ରତ୍ୟହ ପ୍ରାତଃକାଳରେ ସ୍ନାନ ଶେଷ କରିବା ପରେ ଦେବ ଦର୍ଶନ ଏବଂ ନଗର ସଂକୀର୍ତ୍ତନରେ ମନ ନିବେଶ କରୁଥିବାର ଦେଖିବାକୁ ମିଳେ ।ପୂର୍ଣ୍ଣିମା ପାଞ୍ଚଦିନ ପଞ୍ଚକ ପର୍ବ ବା ମହାପଞ୍ଚକ ନାମରେ ପରିଚିତ । ପ୍ରତ୍ୟେକ ହିନ୍ଦୁ ଏହି ପାଞ୍ଚଦିନ ଆମିଷ ଭକ୍ଷଣ ପରିତ୍ୟାଗ କରି ଦେବପୂଜାରେ ନିଜକୁ ସମର୍ପଣ କରିଥାଆନ୍ତି । ପୂର୍ଣ୍ଣିମା ଅବକାଶରେ କଦଳୀପଟୁଆ ନିର୍ମିତ ଡଙ୍ଗା ଭସାଇବାର ବିଧି ରହିଛି ।

ଏହିଦିନ ଭୋରୁ ଉଠି ସମସ୍ତେ ପୁଷ୍କରିଣୀରେ ବୁଡ଼ ପକାଇ କଦଳୀ ପଟୁକା ବା ସୋଲ ତିଆରି ଖେଳଣା ଡଙ୍ଗାରେ ଦୀପ ଜାଳି ଏବଂ ସେଥିରେ ପାନଗୁଆ ଥୋଇ ଭସାଇ ଦିଅନ୍ତି । ଏହି ସମୟରେ ସମସ୍ତେ ପ୍ରସନ୍ନ ଚିତ୍ତରେ ଗାନ କରନ୍ତି ‘ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର ।’ ଏହି ଅବସରରେ ସମସ୍ତେ ପୂଣ୍ୟ ଅର୍ଜନ ପାଇଁ ମାନସିକ ମଧ୍ୟ ରଖିଥାନ୍ତି ।

ପଢନ୍ତୁ: ଏବେ ଉପଭୋକ୍ତା କିସ୍ତିରେ ଦେବେ ବିଜୁଳି ବିଲ

ସମ୍ବନ୍ଧିତ ଖବର

୪ ଦିନର ସଂଘର୍ଷ ପରେ ଶେଷରେ ହାରିଗଲା ସୁଜିତ୍

Ratnamani Maharana

୨୮ ତାରିଖରେ ବାତ୍ୟା ନେଇ ସୋସିଆଲ ମିଡିଆରେ ଗୁଜବ

Ratnamani Maharana

୧ରୁ ଏକକ ଷାଣ୍ମାସିକ ପରୀକ୍ଷା, ଦୁଇଟି ସିଟିଂରେ ହେବ ପ୍ରଥମରୁ ୮ମ ଶ୍ରେଣୀ ପରୀକ୍ଷା

Ratnamani Maharana

ବଙ୍ଗୋପସାଗରରେ ଲଘୁଚାପ, ୨୫ ଯାଏଁ ବର୍ଷାରୁ ନିସ୍ତାର ନାହିଁ

Ratnamani Maharana

ଓଡ଼ିଆ ପୁଅ ଶ୍ରୀତମ ପାଇଲେ ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ

Ratnamani Maharana

ନଭେମ୍ବରରେ ମିଳିବ କାଳିଆ ଦ୍ୱିତୀୟ କିସ୍ତି

Ratnamani Maharana