LIFESTYLE

ମୋମୋ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ଜାଣନ୍ତୁ

By ENO Beuro

February 28, 2018

ମୋମୋ ଖାଇବା ଦ୍ଵାରା କ’ଣ ହୁଏ ଜାଣନ୍ତୁ

ଆଜିକାଲିର ଫାଷ୍ଟ ଫୁଡ୍ ଯୁବପିଢିଙ୍କ ପ୍ରିୟ ଖାଦ୍ୟ ହୋଇ ଗଲାଣି । ବଜାରରେ ସମସ୍ତଙ୍କ ବହୁ ପସନ୍ଦିଆ ଆଇଟମ ଭାବେ ଜଣାଶୁଣା ମୋମୋ । ବିଶେଷ କରି ଏବେ ମୋମୋର ଚାହିଦା ଅଧିକ ।କିନ୍ତୁ ଆପଣ ଜାଣିଛନ୍ତି କି ମୋମୋ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ? ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ।

ମୋମୋ ସାଧାରଣତଃ ମଇଦାରୁ ତିଆରି ହୋଇଥାଏ । ଯାହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ଏହା ଶରୀର ପାଇଁ କ୍ଷତିକାରକ । ଏହାକୁ ଖାଇବା ଦ୍ଵାରା ଓଜନ ବୃଦ୍ଧି ପାଇଥାଏ ।

ମୋମୋରେ ଯେଉଁ ପରିବା କିମ୍ବା ଚିକେନ ବ୍ୟବହାର କରାଯାଇଥାଏ ତାହା ଏତେ ଭଲ କ୍ୟାଲିଟିର ହୋଇ ନଥାଏ । ଯେଉଁଥିରେ କି କୋଲି ନାମକ ଜୀବାଣୁ ବେଶି ମାତ୍ରାରେ ଦେଖିବାକୁ ମିଳିଥାଏ । ତେଣୁ ଏହାକୁ ଖାଇବାଦ୍ୱାରା ଆପଣ ବିଭିନ୍ନ ରୋଗର ଶିକାର ହୋଇପାରନ୍ତି ।

ମୋମୋକୁ ଆଜୋଡି କାର୍ବୋନାମାଇଡ୍, କ୍ଲୋରିନ୍ ଗ୍ୟାସ୍, ବେଞ୍ଜାଇଲ୍ ପେରୋକ୍ସାଇଡ୍ ନାମକ ରାସାୟନିକି ପଦାର୍ଥରେ ବ୍ଲିଚ୍ କରାଯାଇଥାଏ । ଯାହାର ସିଧାସଳଖ ପ୍ରଭାବ ଶରୀରରେ ଥିବା ପିତ ଅଂଶ ଉପରେ ପକାଇଥାଏ । ଯାହା ଦ୍ଵାରା ଆପଣ ଅନେକ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।

ଏହାଛଡା ମୋମୋରେ ପରସା ଯାଉଥିବା ଚଟଣି ମଧ୍ୟ ବହୁ ମସଲାଯୁକ୍ତ । ଏହା ବହୁତ ସ୍ପାଇସି ହୋଇଥିବାରୁ ଅର୍ଶ ଜନିତ ସମସ୍ୟା ସୃଷ୍ଟି କରିଥାଏ ।

ଏହା ବିଶେଷ କରି ଶରୀରର ଇନସୁଲିନ ଅର୍ଥାତ୍ ରକ୍ତ ଶର୍କରା ନିୟନ୍ତ୍ରକ ହରମୋନର ଉତ୍ପାଦନକୁ ଗଭୀର ରୂପେ ପ୍ରଭାବିତ କରିଥାଏ ।

ପଢନ୍ତୁ ;

ଏହି ୫ଟି କଥା ପୁଅମାନଙ୍କ ପାଖରେ ଥିଲେ ଆକର୍ଷିତ ହୋଇଥାନ୍ତି ଯୁବତୀ ମାନେ