SPORTS

ଧୋନି କାହିଁକି ହେଲମେଟରେ ତ୍ରିରଙ୍ଗା ଲଗାଇବା ବନ୍ଦ କରିଦେଲେ? ଜାଣନ୍ତୁ କାରଣ କଣ

ଦେଶ ପ୍ରତି ସବୁ ଭାରତୀୟ ମାନଙ୍କର ଭଲ ପାଇବା ରହିଥାଏ। ଦେଶ ପ୍ରତି ନିଜର ଭଲ ପାଇବାକୁ ନେଇ ଭାରତୀୟ ଖେଳାଳି ବେଶ ପରିଚିତ। ଯାହାକୁ ଖେଳାଳିମାନେ ବିଭିନ୍ନ ମାଧ୍ୟମରେ ଦର୍ଶାଇଥାନ୍ତି। କ୍ରିକେଟ ଖେଳାଳିଙ୍କ କଥା କୁହାଯାଏ ତେବେ ସେମାନେ ହେଲମେଟରେ ତ୍ରିରଙ୍ଗା ଲଗାଇଥାନ୍ତି। ଏହି ଟ୍ରେଣ୍ଡ ସଚିନ୍‌ ତେନ୍ଦୁଲକରଙ୍କଠାରୁ ଆରମ୍ଭ ହୋଇଛି। ସେବେଠାରୁ ଏଯାବତ୍‌ ଏହି ଟ୍ରେଣ୍ଡ ଚାଲି ଆସିଛି। ବିରେନ୍ଦ୍ର ସେହଓ୍ଵାଗ, ଗୌତମ ଗମ୍ଭୀର, ବିରାଟ କୋହଲି ଆଦି ସମସ୍ତେ ନିଜ ନିଜ ହେଲମେଟରେ ତ୍ରିରଙ୍ଗା ଲଗାଇ ଖେଳି ଥାଆନ୍ତି।

ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ଏମିତି କରୁଥିଲେ, ମାତ୍ର ହଠାତ୍‌ ସେ ହେଲମେଟରେ ତ୍ରିରଙ୍ଗାଲଗାଇବା ବନ୍ଦ କରିଦେଇଥିଲେ।

ଖବର ଅନୁଯାୟୀ ଯେତେବେଳେ ଧୋନୀ ତ୍ରିରଙ୍ଗା ଲଗାଉଥିଲେ ସେହି ସମୟରେ ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି ଏହାକୁ ନେଇ ପ୍ରଶ୍ନ କରିଥିଲେ। ବ୍ୟକ୍ତି ଜଣକ ଲେଖିଥିଲେ ଯେ ଖେଳାଳି ସର୍ବଦା ଯେଉଁ ପଡ଼ିଆରେ ଥୁକିଥାନ୍ତି ସେଠାରେ ତ୍ରିରଙ୍ଗା ଲଗା ହେଲମେଟକୁ ରଖି ଦିଅନ୍ତି, ଯାହା ଭୁଲ ଅଟେ। ଏହା ଜାଣିବା ପରଠୁ ଧୋନୀ ହେଲମେଟରେ ତ୍ରିରଙ୍ଗା ଲଗାଇବା ବନ୍ଦ କରି ଦେଲେ। ୨୦୧୧ ପର୍ୟ୍ୟନ୍ତ ଧୋନୀଙ୍କ ହେଲମେଟରେ ତ୍ରିରଙ୍ଗା ରହୁଥିଲା।

ଆଉ ଏକ କାରଣ, ଓ୍ଵିକେଟ୍ କିପିଂ ସମୟରେ ଧୋନୀଙ୍କୁ ମଝିରେ ମଝିରେ ହେଲମେଟ ଲଗାଇବା ଏବଂ ଏହାକୁ ଓହ୍ଲାଇ ତଳେ ରଖିବାକୁ ପଡୁଥିଲା। ଯଦି ଏମିତିରେ ହେଲମେଟରେ ତ୍ରିରଙ୍ଗା ରହିବ ଏବଂ ଏହାକୁ ତଳେ ରଖାଯିବ ତେବେ ଏହା ତ୍ରିରଙ୍ଗା ପ୍ରତି ଅପମାନ। ଏଥିପାଇଁ ଧୋନୀ ହେଲମେଟରେ ତ୍ରିରଙ୍ଗା ଲଗାଇବା ଛାଡ଼ି ଦେଲେ।

ଧୋନି କାହିଁକି ହେଲମେଟରେ ତ୍ରିରଙ୍ଗା ଲଗାଇବା ବନ୍ଦ କରିଦେଲେ? ଜାଣନ୍ତୁ କାରଣ କଣ ms dhoni

ପଢନ୍ତୁ;

ଗାଙ୍ଗୁଲି କହିଲେ: କାସ ୨୦୦୩ ବିଶ୍ଵ କପରେ ଧୋନୀ ମୋ ଦଳରେ ଥାଆନ୍ତେ !

Related posts

ଟିକସ ଫାଙ୍କି ମାମଲା:୨.୨କୋଟି ଡଲାର ଦେଇ ଦଣ୍ଡରୁ ବର୍ତ୍ତିଲେ ରୋନାଲ୍ଡୋ

ENO Beuro

ଅନ୍ତର୍ଜାତୀୟ ପଦାର୍ପଣ କଲେ ଅର୍ଜୁନ

ENO Beuro

ଆଇପିଏଲ-୧୧ ଉଦ୍‌ଘାଟନୀ ଉତ୍ସବ : ନୃତ୍ୟ ପ୍ରଦର୍ଶନ କରିବେ ରଣବୀର, ଜ୍ୟାକଲିନ୍‌, ବରୁଣ ଓ ପରିଣିତି

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More