LIFESTYLE

ଶୋଇଲା ବେଳେ ଅଚାନକ ନିଦ ଭଙ୍ଗୁଛି କି, ଜାଣନ୍ତୁ ଏହାର କାରଣ କ’ଣ ?

ରାତିରେ ଅଚାନକ ନିଦ ଭାଙ୍ଗିବାର କାରଣ କ’ଣ ହୋଇପାରେ ଜାଣନ୍ତୁ

ରାତିରେ ଶୋଇଥିବା ସମୟରେ ଅଚାନକ ବାରମ୍ବାର ନିଦ ଭାଙ୍ଗୁଛି କି ? ଯାହାଫଳରେ ଆପଣଙ୍କ ନିଦ ପୂରା ହୋଇପାରୁ ନାହିଁ । ଯଦି ଆପଣଙ୍କର ମଧ୍ୟ ରାତିରେ ବାରମ୍ବାର ନିଦ ଭାଙ୍ଗୁଛି ତେବେ ସାବଧାନ ହୋଇଯାଆନ୍ତୁ। ଯଦି ପ୍ରତ୍ୟେକ ଦିନ ଗୋଟିଏ ସମୟରେ ନିଦ ଭାଙ୍ଗୁଛି ତେବେ ଏହା ଆପଣଙ୍କ ଜୀବନରେ ହେଉଥିବା କିଛି ପରିବର୍ତ୍ତନ ସମ୍ପର୍କରେ ସଙ୍କେତ ଦେଉଛି।

  • ରାତି ୧୧ଟାରୁ ୧ଟା ମଧ୍ୟରେ ଆପଣଙ୍କ ନିଦ ଅଚାନକ ଭାଙ୍ଗି ଯାଉଛି କି ? ତେବେ ଏହାର ଅର୍ଥ ହେଲା ଆପଣ କୌଣସି କଥାକୁ ନେଇ ବହୁତ ଚିନ୍ତିତ ଅଛନ୍ତି । ତେଣୁ ଯଥାସମ୍ଭବ ନିଜ ଉପରେ ବିଶ୍ବାସ ରଖନ୍ତୁ ଏବଂ ମନରୁ ସମସ୍ତ ପ୍ରକାରର ନକାରାତ୍ମକ ଚିନ୍ତାଧାରା ବାହାର କରନ୍ତୁ।
  • ରାତି ୧ଟାରୁ ୩ଟା ମଧ୍ୟରେ ବାସ୍ତବିକ ଗଭୀର ନିଦ ହେବାର ସମୟ। ଯଦି ଏହି ସମୟ ମଧ୍ୟରେ ଆପଣଙ୍କ ନିଦ ଭାଙ୍ଗୁଛି ତେବେ ଏହା ଆପଣଙ୍କ ଯକୃତ ସମ୍ବନ୍ଧୀୟ ସମସ୍ୟା ଥିବା ସଙ୍କେତ ଦେଉଛି। ଏଥିସହିତ କୌଣସି କଥାକୁ ନେଇ ଆପଣ ଅନ୍ତରରୁ ପ୍ରବଳ ରାଗିଥିବା ମଧ୍ୟ ଏହା ଦର୍ଶାଉଛି। ତେଣୁ ରାତିରେ ଶୋଇବା ପୂର୍ବରୁ ଏବଂ ନିଦ ଭାଙ୍ଗିବା ପରେ ଥଣ୍ଡା ପାଣି ପିଅନ୍ତୁ।
  • ଯଦି ଆପଣଙ୍କ ନିଦ ହଠାତ୍‌ ରାତି ୩ଟାରୁ ୫ଟା ମଧ୍ୟରେ ଭାଙ୍ଗିଯାଉଛି ତେବେ ସାବଧାନ ହୋଇଯାଆନ୍ତୁ। ଆପଣଙ୍କୁ ଫୁସ୍‌ଫୁସ୍‌ ସମ୍ବନ୍ଧୀୟ ସମସ୍ୟା ହୋଇପାରେ ବୋଲି ଏଥିରୁ ସଙ୍କେତ ମିଳୁଛି। ତେଣୁ ନିଦ ଭାଙ୍ଗିବା ମାତ୍ରେ ଦୀର୍ଘ ନିଶ୍ବାସ ନିଅନ୍ତୁ। ଯଥାସମ୍ଭବ ସକାରାତ୍ମକ ଚିନ୍ତାଧାରା ରଖନ୍ତୁ।
  • ଅନେକ ଲୋକ ଭୋର୍‌ ୫ଟାରୁ ୭ଟା ଭିତରେ ଶଯ୍ୟାତ୍ୟାଗ କରନ୍ତି। ଯଦି ଆପଣଙ୍କର ଏହି ସମୟରେ ଉଠିବାର ଅଭ୍ୟାସ ନାହିଁ କିନ୍ତୁ ବ୍ୟସ୍ତବିବ୍ରତ ହୋଇ ଏହି ସମୟରେ ଉଠି ପଡ଼ୁଛନ୍ତି ତେବେ ଜାଣନ୍ତୁ ଆପଣ ବହୁତ ଦୁଃଖୀ ଅଛନ୍ତି।

ପଢନ୍ତୁ ; ୧୦୦ କୋଟି କ୍ଲବ୍‌ରେ ସାମିଲ ହେଲା ‘ରାଜି’ !

Related posts

ପ୍ରତିଦିନ ସକାଳେ ପିଅନ୍ତୁ ଲବଙ୍ଗ ଚା’, ମିଳିବ ଏହି ସବୁ ଫାଇଦା

ENO Beuro

ଫଳ ଉପରେ ଲାଗିଥିବା ଷ୍ଟିକର ବିଷୟରେ କିଛି ଜାଣିଛନ୍ତି କି ? ଜାଣନ୍ତୁ ଏହି ଷ୍ଟିକର କଣ ସୂଚାଇଥାଏ ?

ENO Beuro

ତ୍ଵଚା ଓ କେସ ପାଇଁ ବେଲପତ୍ର କେତେ ଉପଯୋଗୀ ଜାଣନ୍ତୁ

ENO Beuro

Leave a Comment