Entertainment

ନର୍ଭସ ହେଲେ ଟାଇଗର ସ୍ରଫ୍ , ଜାଣନ୍ତୁ କାରଣ କ ‘ ଣ ?

ଡରୁଛନ୍ତି ଟାଇଗର

ରିଲିଜ ହେବାକୁ ଯାଉଛି ଫିଲ୍ମ  ” ବାଗୀ -୨” । ଏହାକୁ ହିଟ ସାବ୍ୟସ୍ତ କରିବା ପାଇଁ ଟାଇଗର ଶ୍ରଫ ସମସ୍ତ ଉଦ୍ୟମ ଜାରି ରଖିଛନ୍ତି । ଏହି ଫିଲ୍ମ ପାଇଁ ୫ ଦିନ ଆଗରୁ ଆଡଭାନ୍ସ ଟିକେଟ ବୁକିଙ୍ଗ ହୋଇସାରିଛି । ଏଥିରୁ ଜଣା ପଡୁଛି ଯେ ତାଙ୍କ ପ୍ରଶଂସକମାନେ ଫିଲ୍ମ  ” ବାଗୀ -୨”  ଦେଖିବାକୁ କେତେ ଉଦ୍ ବେଗର ସହ ଅପେକ୍ଷା କରିଛନ୍ତି ।

ଏହାକୁ ଦେଖି ଟାଇଗର ବେସ ଖୁସି ହୋଇପଡିଛନ୍ତି । ସେ କହୁଛନ୍ତି , ଏ ଫିଲ୍ମ କୁ ନେଇ ମୋ ଭିତରେ କିଛିଟା ଡର ରହିଛି । ଆଜିଯାଏ ବକ୍ସ ଅଫିସରେ ମୋର କିଛି ବି ଫିଲ୍ମ ହିଟ ହୋଇ ନାହିଁ । ତେଣୁ ଏହି ଫିଲ୍ମ ମୋ ପାଇଁ ହିଟ ହେବା ନିହାତି ଜରୁରୀ ।

ଫିଲ୍ମ ” ବାଗୀ -୨” ହିଟ ହେଲେ ମୁଁ ଚାହୁଁ ଥିବା ଜାଗାରେ ପହଞ୍ଚି ପାରିବି । ୨୦୧୬ରେ ବାଗି ଫିଲ୍ମ ରିଲିଜ ହୋଇଥିଲା ।  ରେମୋ ଡିଶୁଜାଙ୍କ ଫିଲ୍ମ  ‘ ଏ ଫ୍ଲାଇଙ୍ଗ ଜେଟ ‘ ଓ ‘ ମୁନ୍ନା ମାଇକେଲ ‘ ରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ । କିନ୍ତୁ ଦର୍ଶକ ତାଙ୍କୁ ଗ୍ରହଣ କରି ପାରିଲେନି ।

” ବାଗୀ -୨” ଟିମର ସମସ୍ତେ ଆଶା କରୁଛୁ ଯେ ଏହି ଫିଲ୍ମଟି ହିଟ ହେବ ବୋଲି ଟାଇଗର କହିଛନ୍ତି । ଫିଲ୍ମରେ ପ୍ରଥମ ଥର ପାଇଁ ଟାଇଗର ନିଜ ଗର୍ଲଫ୍ରେଣ୍ଡ ଦିଶା ପାଟନିଙ୍କ ସହ ଦର୍ଶକଙ୍କ ସାମନାକୁ ଆସିବେ । ଫିଲ୍ମରେ ଭରପୁର ଆକ୍ସନ୍ ସହ ରୋମାନ୍ସର ଫେଣ୍ଟାଫେଣ୍ଟି ମଜା ନେଇ ପାରିବେ ଦର୍ଶକ ।

” ବାଗୀ -୨” ଟାଇଗରଙ୍କ ୫ମ ଫିଲ୍ମ । ଏହା ପରେ ଟାଇଗର ଆସିବେ କରନ୍ ଜୋହରଙ୍କ ‘ ଷ୍ଟୁଡେଣ୍ଟ ଅପ ଦ ଇଅର -୨ ‘ରେ । ଏହାର ନିର୍ଦେଶନା ଦେଇଛନ୍ତି ପୁନୀତ ମାଲୋହୋତ୍ରା । ୨୦୧୨ରେ ଆସିଥିବା ଷ୍ଟୁଡେଣ୍ଟ ଅପ ଦ ଇଅର ସିକ୍ୟୁଲ୍ ହେଉଛି ଏହି ସିନେମା ।

ପଢନ୍ତୁ ;

ଫେମିନା ମିସ୍‍ ଇଣ୍ଡିଆ ଓଡ଼ିଶା ୨୦୧୮ ବିଜୟିନୀ ଶ୍ରୁତିକ୍ଷା ନାୟକ

Related posts

ଆଜି ପରଦାରେ ରିଲିଜ୍ ହେଲା ଓଲିଉଡ ଫିଲ୍ମ ‘ଯୋଗୀ’

ENO Beuro

‘୧୦୨ ନଟ୍‌ ଆଉଟ୍‌’ର ନୂଆ ପୋଷ୍ଟର ରିଲିଜ

ENO Beuro

ଆଲିଆଙ୍କ ସହ ଥିବା ସଂପର୍କକୁ ରଣବୀର କ’ଣ କହିଲେ ଜାଣନ୍ତୁ ?

ENO Beuro

1 comment

Leave a Comment