ନିର୍ବନ୍ଧର ମୁଦିକୁ ଅନାମିକା ଆଙ୍ଗୁଳିରେ ପିନ୍ଧାଯାଇଥାଏ
ସାଧାରଣତଃ ନିର୍ବନ୍ଧ ମୁଦିକୁ ପ୍ରେମର ପ୍ରତୀକ ଧରାଯାଇଥାଏ । ଏହା ବ୍ୟକ୍ତିଙ୍କୁ ସେହି ପ୍ରତିଜ୍ଞାକୁ ମନେ ପକାଇ ଦେଇଥାଏ, ଯାହାକୁ ଦୁଇଜଣ ମିଶି ଏକା ସହିତ ଜୀବନ ବିତାଇବାକୁ ନେଇଥାନ୍ତି । ଭାରତରେ ବିବାହ ପୂର୍ବର ସମସ୍ତ ବିଧି ଓ ନିୟମ ଖାସ୍ ହୋଇଥାଏ ।
ରୋମର ମାନ୍ୟତା ଅନୁଯାୟୀ ଆମ ଅନାମିକା ଆଙ୍ଗୁଠିର ଗୋଟିଏ ଧମନୀ ସିଧା ଯାଇ ହୃଦୟ ସହିତ ସଂଯୋଗ ହୋଇଛି । ସେଥିପାଇଁ ଏହି ଆଙ୍ଗୁଳିରେ ମୁଦି ପିନ୍ଧାଇବାକୁ ଉତ୍ତମ ଧରାଯାଇଥାଏ । ଏହି ମାନ୍ୟତା ସବୁଠାରୁ ପୁରୁଣା ଓ ଖୁବ୍ ଲୋକପ୍ରିୟ ।
ହିନ୍ଦୁ ଧର୍ମାନୁଯାୟୀ, ନିର୍ବନ୍ଧକୁ ସମ୍ବନ୍ଧ ଠିକ ହେବାର ପ୍ରଥମ ପ୍ରମାଣ ଧରାଯାଇଥାଏ । ବିବାହ ପୂର୍ବରୁ ପୁଅ-ଝିଅ ଦୁହେଁ ଦୁହିଁଙ୍କୁ ସୁନା ଓ ରୂପାର ମୁଦି ପିନ୍ଧେଇବା ଅର୍ଥ ଜଣେ ଅନ୍ୟଜଣଙ୍କୁ ଜୀବନସାଥୀ ରପେ ସ୍ୱୀକାର କରିନେବା ।
ନିର୍ବନ୍ଧର ମୁଦିକୁ ଅନାମିକା ଆଙ୍ଗୁଳିରେ ପିନ୍ଧାଯାଇଥାଏ । କାହିଁକି ନାଁ ଏହି ଆଙ୍ଗୁଳିର ଏକ ଶିରା ହୃଦୟ ସହ ଯୋଡି ହୋଇଥାଏ । ଆଉ ନିର୍ବନ୍ଧରେ ସାଧାରଣତଃ ଦୁଇଟି ମନର ମିଳନ ହୋଇଥାଏ ବୋଲି ମନ୍ୟତା ରହିଛି ।
ପଢନ୍ତୁ ;