VASTU

ବିବାହ ସମୟରେ ବର-କନିଆଙ୍କୁ କାହିଁକି ହଳଦୀ ଲଗାଯାଇଥାଏ? ଜାଣନ୍ତୁ

haldi

ବିବାହ ଭଳି ଏକ ପବିତ୍ର ତଥା ସାମାଜିକ କର୍ମରେ ହଳଦୀର ମୁଖ୍ୟ ଭୂମିକା ରହିଛି । ବିବାହ କର୍ମରେ ହଳଦୀକୁ ଶୁଭରଙ୍ଗ ଭାବରେ ଗ୍ରହଣ କରାଯାଏ । କେବଳ ଏତିକି ନୁହେଁ, ହଳଦୀର ବହୁତ ଔଷଧୀୟ ଗୁଣ ମଧ୍ୟ ରହିଛି । ବିବାହ ପୂର୍ବରୁ ଆମ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଉଭୟ ବର ଓ କନ୍ୟାଙ୍କୁ ହଳଦୀ ଲଗାଇବାର ବିଧି ରହିଛି । କିନ୍ତୁ ହଳଦୀକୁ କାହିଁକି ବିବାହ ପୂର୍ବରୁ ଲଗାଯାଇଥାଏ ।

ଆସନ୍ତୁ ଜାଣିବା ସେ ସମ୍ପର୍କରେ

ବିବାହ ସମୟରେ ଘରକୁ ବହୁତ ପ୍ରକାରର ଲୋକମାନେ ଆସିଥାନ୍ତି ଯେଉଁ କାରଣରୁ ନକାରାତ୍ମକ ଶକ୍ତି ମଧ୍ୟ ଆସିଥାଏ। ଯାହା କନିଆ ପାଇଁ ଠିକ ହୋଇ ନଥାଏ। କେତେକ ଥର ବର-କନିଆଙ୍କର ସ୍ବାସ୍ଥ୍ୟ ମଧ୍ୟ ଠିକ ରହେ ନାହିଁ। ଯଦି ଆପଣ ହଳଦୀ ଲଗାନ୍ତି ତେବେ ଏହି ସବୁର ପ୍ରଭାବ ତାଙ୍କ ଉପରେ ପଡେ ନାହିଁ।

ହଳଦୀ ନକାରାତ୍ମକ ଶକ୍ତିକୁ ନଷ୍ଟ କରିଥାଏ, ଏଥିପାଇଁ ହଳଦୀକୁ ବିବାହରେ ବ୍ୟବହାର କରାଯାଏ ଯଉଁଥିରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ।

haldi

ହଳଦୀକୁ ଖରାପ ନଜରରୁ ରକ୍ଷା ପାଇବା ପାଇଁ ମଧ୍ୟ ଲଗାଯାଇଥାଏ। ଏହାପରେ ବର ଏବଂ କନିଆଙ୍କୁ ଘରୁ ବାହାରିବା ପାଇଁ ଅନୁମତି ଦିଆଯାଏ ନାହିଁ।

ହଳଦୀ ଚେହେରାର ରଙ୍ଗକୁ ମଧ୍ୟ ଚମକାଇବାରେ ସାହାଯ୍ୟ କରିଥାଏ। ଯଦି କୌଣସି କାରଣରୁ  ବର-କନିଆଙ୍କୁ ଆଘାତ ଲାଗି ଯାଏ ତେବେ ଏହି ହଳଦୀ ଦ୍ବାରା ତାହା ଠିକ ହୋଇଯାଏ। ଏହା ସହିତ ଏହା କାମନା କରାଯାଏ ନବ ଯୋଡିଙ୍କୁ କୌଣସି ପ୍ରକାରର ଆଘାତ ନ ଲାଗୁ। ଏଥିପାଇଁ ଭାରତୀୟ ବିବାହରେ ବର-କନିଆଙ୍କୁ ହଳଦୀ ଲଗାଯାଇଥାଏ।

ପଢନ୍ତୁ; ବାଣ ଭିଡ଼ିବା ବେଳେ ବିସ୍ଫୋରଣ, ସ୍ୱାମୀ-ସ୍ତ୍ରୀ ମୃତ

Related posts

ଯେତେ ରୋଜଗାର କଲେ ମଧ୍ୟ ଅଣ୍ଟୁନି ? କେଉଁ ସ୍ଥାନରେ ରଖିବେ ଟଙ୍କା ଓ ଗହଣା, ଜାଣନ୍ତୁ

ENO Beuro

ଗୃହିଣୀ ମାନଙ୍କ ପାଇଁ ବାସ୍ତୁବିତଙ୍କ କିଛି ଟିପ୍ସ

ENO Beuro

ଗୁରୁବାର ଦିନ କରନ୍ତୁ ଏହି ସବୁ କାମ , ହୋଇପାରିବେ ଧନୀ

ENO Beuro

Leave a Comment