ସାଧାରଣତଃ ନିର୍ବନ୍ଧ ମୁଦିକୁ ପ୍ରେମର ପ୍ରତୀକ ଧରାଯାଇଥାଏ। ଏହା ବ୍ୟକ୍ତିଙ୍କୁ ସେହି ପ୍ରତିଜ୍ଞାକୁ ମନେ ପକାଇ ଦେଇଥାଏ, ଯାହାକୁ ଦୁଇଜଣ ମିଶି ଏକା ସହିତ ଜୀବନ ବିତାଇବାକୁ ନେଇଥାନ୍ତି। ଭାରତରେ ବିବାହ ପୂର୍ବର ସମସ୍ତ ବିଧି ଓ ନିୟମ ଖାସ୍ ହୋଇଥାଏ । ଯଦି ବିବାହ ହୋଇଛି ତେବେ ଭଲପାଇବାକୁ ନେଇ ସେମାନଙ୍କ ହାତରେ ଗୋଟିଏ ମୁଦି ନିଶ୍ଚୟ ଥାଏ।
ରୋମର ମାନ୍ୟତା ଅନୁଯାୟୀ ଆମ ଅନାମିକା ଆଙ୍ଗୁଠିର ଗୋଟିଏ ଧମନୀ ସିଧା ଯାଇ ହୃଦୟ ସହିତ ସଂଯୋଗ ହୋଇଛି।ସେଥିପାଇଁ ଏହି ଆଙ୍ଗୁଳିରେ ମୁଦି ପିନ୍ଧାଇବାକୁ ଉତ୍ତମ ଧରାଯାଇଥାଏ।ଏହି ମାନ୍ୟତା ସବୁଠାରୁ ପୁରୁଣା ଓ ଖୁବ୍ ଲୋକପ୍ରିୟ ଅଟେ।
ହିନ୍ଦୁ ଧର୍ମାନୁଯାୟୀ, ନିର୍ବନ୍ଧକୁ ସମ୍ବନ୍ଧ ଠିକ ହେବାର ପ୍ରଥମ ପ୍ରମାଣ ଧରାଯାଇଥାଏ। ବିବାହ ପୂର୍ବରୁ ପୁଅ-ଝିଅ ଦୁହେଁ ଦୁହିଁଙ୍କୁ ସୁନା ଓ ରୂପାର ମୁଦି ପିନ୍ଧେଇବା ଅର୍ଥ ଜଣେ ଅନ୍ୟଜଣଙ୍କୁ ଜୀବନସାଥୀ ରପେ ସ୍ୱୀକାର କରିନେବା।
ନିର୍ବନ୍ଧର ମୁଦିକୁ ଅନାମିକା ଆଙ୍ଗୁଳିରେ ପିନ୍ଧାଯାଇଥାଏ ।କାହିଁକି ନାଁ ଏହି ଆଙ୍ଗୁଳିର ଏକ ଶିରା ହୃଦୟ ସହ ଯୋଡି ହୋଇଥାଏ । ଆଉ ନିର୍ବନ୍ଧରେ ସାଧାରଣତଃ ଦୁଇଟି ମନର ମିଳନ ହୋଇଥାଏ ବୋଲି ମନ୍ୟତା ରହିଛି।
ପଢନ୍ତୁ ;