LIFESTYLE

ମହିଳା ମାନେ କେଉଁ କାରଣରୁ ଭାଙ୍ଗନ୍ତି ପ୍ରେମସଂପର୍କ ! ଜାଣନ୍ତୁ ଏହାର କିଛି କାରଣ

By Krishna Kumar Manoj

January 16, 2018

 ନିଜ ପାର୍ଟନର୍ ସହ ବ୍ରେକଅପ୍ କରିବା ବୋଧେ ପ୍ରେମୀଯୁଗଳଙ୍କ ପାଇଁ ସବୁଠାରୁ କଷ୍ଟସାଧ୍ୟ କାମ । ନଚାହିଁଲେ ସୁଦ୍ଧା ଏମିତି କିଛି କାରଣ ଥାଏ ଯେଉଁଥି ପାଇଁ ବାଧ୍ୟ ହୋଇ ଅଲଗା ହୋଇଥାନ୍ତି ପ୍ରେମୀଯୁଗଳ । ତେବେ ନିକଟରେ ହୋଇଥିବା ଏକ ସର୍ଭେରୁ ମହିଳା ମାନେ ସାଧାରଣତଃ କେଉଁ କାରଣରୁ ବ୍ରେକଅପ୍ କରିଥାନ୍ତି ତାହା ସାମ୍ନାକୁ ଆସିଛି ।ଜାଣନ୍ତୁ ଏହାର କିଛି କାରଣ ;

–ବ୍ରେକଅପ୍ କାରଣର ତାଲିକା ମଧ୍ୟରେ ସବୁଠାରୁ ଉପରେ ଅଛି ‘ତୁମେ ବଦଳି ଯାଇଛ’ । ଶୁଣିବାକୁ ହୁଏତ ଅଡୁଆ ଲାଗୁଥାଇପାରେ । କିନ୍ତୁ ଅଧିକାଂଶ ସଂପର୍କ ଏହି କାରଣରୁ ଭାଙ୍ଗିଥାଏ । ବଦଳିବା ଯଦିଓ ଖରାପ ନୁହେଁ କିନ୍ତୁ ପରିବର୍ତ୍ତନ ଯଦି ସଂପର୍କ ଉପରେ ପ୍ରଭାବ ପକାଏ ତାହେଲେ ଖରାପ ହୋଇଥାଏ ।

–ପ୍ରାଧାନ୍ୟ କମିଯିବା ଆଉ ଏକ କାରଣ । ଯଦି ପୁରୁଷ ବନ୍ଧୁ ଫୋନ୍ ନଉଠାନ୍ତି, ଦେଖା କରିବାକୁ ଦିନ ଗଡାନ୍ତି ତେବେ ମହିଳାମାନେ ଭାବନ୍ତି ଯେ ସାଥୀ ଆଉ ଆଗ ପରି ତାଙ୍କୁ ପ୍ରାଧାନ୍ୟ ଦେଉ ନାହାଁନ୍ତି । ଫଳରେ ସଂପର୍କରେ ଭଟ୍ଟା ପଡିଥାଏ ।

-ଅତ୍ୟଧିକ ପିଲାଳିଆମୀ ସଂପର୍କକୁ ଭାଙ୍ଗି ପାରେ । ଅଧିକାଂଶ ମହିଳାଙ୍କ ମତରେ ଏପରି ପ୍ରକୃତିର ଲୋକମାନେ କୌଣସି କଥାକୁ ଗୁରୁତ୍ୱର ସହ ନେଇ ନଥାନ୍ତି । ଅଳ୍ପ ପିଲାଳିଆମୀ ସମସ୍ତଙ୍କ ପାଖରେ ଥାଏ । କିନ୍ତୁ ସବୁ କଥାକୁ ହାଲକା ଭାବରେ ଗ୍ରହଣ କରୁଥିବା ସାଥୀ ଠାରୁ ଶୀଘ୍ର ଅଲଗା ହୋଇଯାଆନ୍ତି ମହିଳାମାନେ ।