LIFESTYLE

ଘରକାମରେ ସ୍ତ୍ରୀଲୋକମାନଙ୍କୁ ପୁରୁଷମାନେ ସାହାଯ୍ୟ କରିବା ଉଚିତ, ଏହାଦ୍ୱାରା କ’ଣ ହୁଏ ଜାଣନ୍ତୁ

ଆଜିର ଦୁନିଆ ଆଉ ଆଗଭଳି ନାହିଂ । ଯେଉଁ ସମୟରେ କେବଳ ଏକ ପୁରୁଷ ହିଁ ବାହାରକୁ ଯାଉଥିଲା ଓ ତାହାରି ଆୟରେ ଘର ଚଳୁଥିଲା ଏବୋଂ ସ୍ତ୍ରୀଲୋକମାନେ ଘରକାମ କରୁଥିଲେ । କିନ୍ତୁ ଏବେ ସେ ଯୁଗ ବଦଳି ଯାଇଛି । ପୁରୁଷଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ମହିଳାମାନେ ମଧ୍ୟ କାର୍ଯ୍ୟ କରୁଛନ୍ତି ଓ ଏହାସହ ଘରକାମ ମଧ୍ୟ କରୁଛନ୍ତି । କେବଳ ସ୍ତ୍ରୀଲୋକମାନେ ହିଁ ଘରକାମ କରିବେ ଏହା ଜରୁରୀ ନୁହେଁ । ପୁରୁଷମାନେ ବି କରିବା ଉଚିତ । ଯଦି ଆପଣ ଆପଣଙ୍କ ସାଥୀଙ୍କୁ ସାହାଯ୍ୟ କରିବେ ତେବେ ତାଙ୍କର କାମର ଚାପ କିଛିଟା କମ ହେଇଯିବ। ଏହାଦ୍ୱାରା ସେମାନେ ଅଧିକ ଚାପଗ୍ରସ୍ତ ହେବେନାହିଂ ଓ ଆପଣଙ୍କ ଜୀବନ ସୁରୁଖୁରୁରେ କଟିବ ।

  • ଷ୍ଟକହମ ବିଶ୍ୱବିଦ୍ୟାଳୟର ଅଧ୍ୟୟନକର୍ତ୍ତାଙ୍କ ମୁତାବକ ଘର କାମରେ ନିଜ ସାଥୀକୁ ସାହାଯ୍ୟ କରିବା ଦ୍ୱାରା ଆପଣଙ୍କ ସମ୍ପର୍କ ସୁଦୃଢ ହେବା ସହ ଭଲ ପ୍ରଭାବ ପଡିଥାଏ । ଯାହା ଦ୍ୱାରା ସମ୍ପର୍କରେ ସନ୍ତୁଷ୍ଟି ମନୋଭାବ, ସ୍ଥିରତା ଓ ମଧୁରତା ଆସିଥାଏ ।
  • କେବଳ ଯେ ମହିଳାମାନେ ରୋଜଗାର କରୁଛନ୍ତି ତାହା ନୁହଁ, ଏହାସହ ସେମାନେ ଘରର ସବୁ ଦାୟିତ୍ୱ ମଧ୍ୟ ସମ୍ଭାଳୁଛନ୍ତି । ଏତେ ସବୁ ଦାୟିତ୍ୱ ଭିତରେ ବେଳେବେଳ ମହିଳାମାନେ ଅଣନିଶ୍ୱାସୀ ହୋଇ ବିଷାଦଗ୍ରସ୍ତ ହୋଇଯାଆନ୍ତି । ଯାହାର ପ୍ରଭାବ ବୈବାହିକ ଜୀବନ ଉପରେ ପଡେ । ଏଥିପାଇଁ ଜରୁରୀ ଯେ, ଜୀବନସାଥୀ ତାଙ୍କୁ ଘର କାମରରେ ସାହାଯ୍ୟ କରିବା ଉଚିତ । ଏମିତି କରି ପୁରୁଷମାନେ ନିଜ ସାଥୀ ପ୍ରତି ନିଜର ଭଲପାଇବା ଦେଖାଇପାରିବେ ।

ଘରକାମରେ ସ୍ତ୍ରୀଲୋକମାନଙ୍କୁ ପୁରୁଷମାନେ ସାହାଯ୍ୟ କରିବା ଉଚିତ, ଏହାଦ୍ୱାରା କ’ଣ ହୁଏ ଜାଣନ୍ତୁ   ଘରକାମରେ ସ୍ତ୍ରୀଲୋକମାନଙ୍କୁ ପୁରୁଷମାନେ ସାହାଯ୍ୟ କରିବା ଉଚିତ, ଏହାଦ୍ୱାରା କ’ଣ ହୁଏ ଜାଣନ୍ତୁ

ପଢନ୍ତୁ, ଏୟାର୍ଟେଲ ର ନୂଆ ୧୦୦% କ୍ୟାସବ୍ୟାକ ଅଫର ବିଷୟରେ ଜାଣନ୍ତୁ

Related posts

ସକାଳ ଜଳଖିଆ ଖାଇବା ଶରୀର ପାଇଁ କେତେ ଉପଯୋଗୀ ଜାଣନ୍ତୁ ?

Krishna Kumar Manoj

ବେକରେ ହେଉଥିବା କଳା ଦାଗକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ସରଳ ଉପାୟ

Krishna Kumar Manoj

ଆପଣ ପ୍ରତି ଦିନ ନଖ କାମୁଡୁଛନ୍ତି କି ? ଏହି ଅଭ୍ୟାସକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More