ସେନାରେ ଯୋଗ ଦେବେ ମୃତ ମେଜର ପ୍ରସାଦ ମହାଦିକଙ୍କ ପତ୍ନୀ

sena

ଦେଶମାତୃକା ପାଇଁ ଶତ୍ରୁ ସହ ମୁକାବିଲା କରୁଥିବା ଯବାନଙ୍କ ବୀରତ୍ୱକୁ  ତ ଆମେ ନିଶ୍ଚୟ ସାଲ୍ୟୁଟ୍‌ ଦେବା। ସେହିପରି ଜଣେ ବୀର ହେଉଛନ୍ତି ମେଜର ପ୍ରସାଦ ମହାଦିକ। ମୁମ୍ୱାଇର ବିରାରରେ ପରିବାର ସହିତ ରହୁଥିଲେ। ମେଜର ପ୍ରସାଦ ବିହାର ରେଜିମେଣ୍ଟ ସପ୍ତମ ବାଟାଲିୟନ୍‌ର ଥିଲେ ଜଣେ କାର୍ଯ୍ୟକାରୀ ଅଧିକାରୀ। ୨୦୧୫ରେ ଗୌରୀ ମେଜର ମେଜର ପ୍ରସାଦ ମହାଦିକଙ୍କୁ ବିବାହ କରିଥିଲେ। ଗୌରୀ ପେଶାରେ ଜଣେ ଓକିଲ।

୨୦୧୭ ଡିସେମ୍ୱରରେ ଅରୁଣାଚଳ ପ୍ରଦେଶର ତବାଙ୍ଗ୍‌ ଅଞ୍ଚଳରେ ଇଣ୍ଡୋ-ଚାଇନା ବର୍ଡର ସେଲଟର୍‌ରେ ନିଆଁ ଲାଗି ଯାଇଥିଲା। ଏଥିରେ ପ୍ରାଣ ହରାଇଥିଲେ ମେଜର ପ୍ରସାଦ। ସ୍ୱାମୀଙ୍କ ଅପ୍ରତ୍ୟାଶିତ ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡ଼ିଥିଲେ ଗୌରୀ ହେଲେ ହାର ମାନି ନ ଥିଲେ। କାନ୍ଦିବା ପରିବର୍ତ୍ତେ ସ୍ୱାମୀଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଭାରତୀୟ ସେନାରେ ସାମିଲ୍‌ ହେବା ପାଇଁ ନିଷ୍ପତି ନେଇଥିଲେ।ଯେଉଁ ବାପା, ମା’ କିମ୍ବା ପତ୍ନୀ ତାଙ୍କର ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ଆଗେଇ ଆସନ୍ତି ସେମାନେ ମଧ୍ୟ କମ୍‌ ବୀରତ୍ୱର ଅଧିକାରୀ ନୁହଁନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଓକିଲାତି ଛାଡ଼ି ଦେଇଥିଲେ ।

ସେନାରେ ସାମିଲ୍‌ ହେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ସେ ୱିଡୋ କାଟାଗୋରୀରୁ Services Selection Board (SSB) ରେ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ। ଖାଲି ଉତ୍ତୀର୍ଣ୍ଣ ହାଇ ନ ଥିଲେ, ୧୬ ଜଣ ପରୀକ୍ଷାର୍ଥୀଙ୍କୁ ପଛରେ ପକାଇ ଶ୍ରେଷ୍ଠ ସ୍ଥାନରେ ରହିଥିଲେ।ସେ ଦୃଷ୍ଟିରୁ ମେଜର ପ୍ରସାଦ ମହାଦିକଙ୍କ ପତ୍ନୀ ଗୌରୀ ପ୍ରସାଦଙ୍କୁ ଆମର ସାଲ୍ୟୁଟ
ପଢନ୍ତୁ; ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମୋଦିଙ୍କ ଆହ୍ଵାନ : ଭାରତ ଏକ ହୋଇ ଲଢ଼ିବ ଓ ଜିତିବ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More