EnewsOdia.Com

ଜାମିନ ନାମଞ୍ଜୁର ହେବାପରେ ଆତ୍ମହତ୍ୟା ଧମକ ଦେଲେ ନିରବ ମୋଦି

ଜାମିନ ଆବେଦନ ଖାରଜ ହେବା ପରେ ପଞ୍ଜାବ ନ୍ୟାସ୍‌ନ୍ୟାଲ୍‌ ବ୍ୟାଙ୍କ ଠକେଇ ମାମଲାରେ ଗିରଫ୍ ହୋଇଥିବା ନିରବ ମୋଦୀଙ୍କ କୋର୍ଟଙ୍କୁ ଆତ୍ମହତ୍ୟା ଧମକ।  ଭାରତ ପ୍ରତ୍ୟର୍ପଣ କଲେ ଆତ୍ମହତ୍ୟା କରିବି ବୋଲି ଧମକ ଦେଲେ ନିରବ । ବୁଧବାର ୟୁକେ(ୟୁନାଇଟେଡ୍ କିକଂଡମ୍‌)ର ଏକ କୋର୍ଟ ନିରବ ମୋଦିଙ୍କ ଜାମିନି ଆବେଦନକୁ ଖାରଜ୍ କରିଦେଇଥିଲେ। ଏହାକୁ ମିଶାଇ ୪ଟି ଯାମିନ ଆବେଦନ ଖାରଜ ହେବାପରେ ନିରାଶ ନିରବ ମୋଦୀ ଆତ୍ମହତ୍ୟା ଧମକ୍‌ ଦେଇଛନ୍ତି। ତେବେ ଏହାର ପରବର୍ତ୍ତି ଶୁଣାଣି ଡିସେମ୍ବର ୪ ତାରିଖରେ ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ନିରବ ମୋଦୀ ଓ ତାଙ୍କ ମାମୁଁ ମେହୁଲ୍ ଚୋକ୍‌ସୀ ମିଶି ପଞ୍ଜାବ ନ୍ୟସ୍‌ନ୍ୟାଲ୍‌ ବ୍ୟାଙ୍କକୁ ୧୩ ହଜାର କୋଟିଙ୍କ ଟଙ୍କାର ଚୁନ ଲଗାଇଥିଲେ। ବ୍ୟାଙ୍କଠାରୁ ଏତେ ପରିମାଣରେ ଋଣ ନେଇ ଠକି ବିଦେଶ ଫେରାର୍ ହୋଇଯାଇଥିଲେ। ଏହି ମାମଲାରେ ୪୮ ବର୍ଷୀୟ ନିରବ ମୋଦୀଙ୍କୁ ମାର୍ଚ୍ଚରେ ୧୯ ରେ ଗିରଫ କରାଯାଇଥିଲା। ବର୍ତ୍ତମାନ ସେ ଦକ୍ଷିଣ-ପଶ୍ଚିମ ଲଣ୍ଡନର ୱାଣ୍ଡସୱୋର୍ଥ ଜେଲ୍‌ରେ ଅଛନ୍ତି।
ପଢନ୍ତୁ: ଓଡ଼ିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା ‘ବୁଲବୁଲ’

ସମ୍ବନ୍ଧିତ ଖବର

ଏବେ ମୋବାଇଲ ସିମ୍ ଭଳି ଉପଭୋକ୍ତା ବଦଳାଇ ପାରିବେ ବିଦ୍ୟୁତ୍ କମ୍ପାନୀ

Ratnamani Maharana

୩୧ରେ ଜମ୍ମୁ-କଶ୍ମୀର ବିଭାଜନ, ୪୮ ଘଣ୍ଟା ପାଇଁ ହାଇ ଆଲର୍ଟରେ ଦିଲ୍ଲୀ

Ratnamani Maharana

ଭାରତରେ ପହଞ୍ଚିଲା ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ କାର ବିଷ୍ଟ୍-୨.୦

Ratnamani Maharana

ନକ୍ସଲଙ୍କ ନୂଆ ଫତୱା, ମୋବାଇଲ ଧରିଲେ ପ୍ରଜାକୋର୍ଟରେ ମିଳିବ ମୃତ୍ୟୁଦଣ୍ଡ

Ratnamani Maharana

ଆଉ ଚାରି ପାଞ୍ଚ ଘଣ୍ଟା ମଧ୍ୟରେ ଓଡ଼ିଶା ସୀମା ଅତିକ୍ରମ କରିବ ବାତ୍ୟା ‘ବୁଲ୍‌ବୁଲ୍‌’

Ratnamani Maharana

ଚୀନରେ ଏସଏଆରଏସ ଭାଇରସ ଆତଙ୍କ, ଭାରତ ପାଇଁ ସତର୍କ ଘଣ୍ଟି

Ratnamani Maharana