30.1 C
Bhubaneswar
October 22, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍

ଥଣ୍ଡା ଜ୍ୱର ବା ସର୍ଦ୍ଦି ଭଳି ପ୍ରତିବର୍ଷ ଆସିବ କରୋନା

ଗୋଟିଏ ପରେ ଗୋଟିଏ କରୋନା ଲହର ଭୟ ବଢ଼ାଉଥିବା ବେଳେ ଏହାର କେବେ ଅନ୍ତ ଘଟିବ, ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ।ତେବେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ଆଇସିଏମଆରର ବିଶେଷଜ୍ଞ ଡାକ୍ତର ସମୀରଣ ପଣ୍ଡା । ସେ କହିଛନ୍ତି, ନିର୍ଦ୍ଦିଷ୍ଟ ଗୋଷ୍ଠୀ କିମ୍ବା ନିର୍ଦ୍ଦିଷ୍ଟ ଅଂଚଳରେ କରୋନା ରହିବ । ଏଥିରେ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଡାକ୍ତର ପଣ୍ଡା । କରୋନା ପାଇଁ ତିଆରି କରାଯାଇଥିବା ଟିକା ଭାଇରସର ସମସ୍ତ ରୂପ ପାଇଁ କାମ ନକରିପାରେ । ତେଣୁ ପ୍ରତିବର୍ଷ ଟିକାର ଜିନୋମକୁ ପରିବର୍ତ୍ତନ କରିବାକୁ ପଡ଼ିପାରେ ବୋଲି ସେ ମତ ଦେଇଛନ୍ତି ।

ସେ କହିଛନ୍ତି ଯେ ଭାଇରସ ନିଜର ରୂପ ପରିବର୍ତନ କରେ ଏବଂ ଏହା ଏକ ସ୍ୱାଭାବିକ କଥା । ୧୦୦ ବର୍ଷ ପୂର୍ବରୁ ସାଧାରଣ ଥଣ୍ଡା ଜ୍ୱର ମଧ୍ୟ ଏକ ବିଶ୍ୱ ମହାମାରୀ ଥିଲା, କିନ୍ତୁ ଏହା ଏବେ ପ୍ରତିବର୍ଷ ଏକ ନିର୍ଦ୍ଧିଷ୍ଟ ସମୟରେ ଆସିଥାଏ । ଠିକ ସେହିପରି କରୋନା ମଧ୍ୟ ଏକ ଭୂତାଣୁଜନୀତ ରୋଗ, ଏହା ଅନ୍ୟ ସଂକ୍ରାମକ ରୋଗ ଭଳି ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ସମୟରେ ଆସିବ।

ପଢନ୍ତୁ: ଗର୍ଭବତୀଙ୍କୁ ଟିକାକରଣ ପାଇଁ ଆସିଲା ନୂଆ SOP

Related posts

ମୂଲ୍ୟ ବୃଦ୍ଧି ଦାବିରେ ପାହାଳ ମିଠା ବଜାର ଦୁଇଦିନ ବନ୍ଦ

Ratnamani Maharana

ଆଜି ଆମରଣ ଅନଶନରେ ଜିମ୍‌ ମାଲିକ ସଂଘ

Ratnamani Maharana

ଭାଇ ଭଉଣୀ ସମ୍ପର୍କ ଓ ପ୍ରେମର ଖିଅଟିଏ ସୂତା

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More