ଧୋନୀଙ୍କ ଅପେକ୍ଷାରେ ଆଉ ଏକ ନୂଆ ରେକର୍ଡ 

ଜୋହାନ୍ସବର୍ଗରେ ଅପରାଜିତ ୪୨ ରନ ଧୋନୀଙ୍କ ସର୍ବାଧିକ ସ୍କୋର

ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ ଦକ୍ଷିଣ ଆଫ୍ରିକା ସିରିଜ ବ୍ୟକ୍ତିଗତ ଉପଲବ୍ଧିରେ ଭରି ହୋଇ ରହିଛି। ଧୋନୀ ଚାରୋଟି ମ୍ୟାଚରୁ ତିନି ଥର ବ୍ୟାଟିଂ କରିବାର ସୁଯୋଗ ପାଇଛନ୍ତି।  ଦୁଇ ଥର ଅପରାଜିତ ରହି ୫୬ ରନ କରିଛନ୍ତି।  ଜୋହାନ୍ସବର୍ଗରେ ଅପରାଜିତ ୪୨ ରନ ତାଙ୍କର ସର୍ବାଧିକ ସ୍କୋର ।

ଓ୍ଵିକେଟ୍ ପଛରେ ୪୦୦ ଶୀକାର ଧୋନୀ ତୃତୀୟ ଏକ ଦିବସୀୟ ମ୍ୟାଚରେ ପୁରା କରିଥିଲେ। ଏମିତିରେ ପୋର୍ଟ ଏଲିଜାବେଥରେ ଧୋନୀଙ୍କ ପାଇଁ ଏକ ଏକ ରେକର୍ଡ କରିବାର ସୁଯୋଗ ରହିଛି। ଭାରତର ସବୁଠୁ ସଫଳତମ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଧୋନୀ ଦିନିକିଆ କ୍ରିକେଟରେ ୧୦ ହଜାର ରନ ପୂରଣ ପାଇଁ ୪୬ ରନ ଦରକାର କରୁଛନ୍ତି। ଏ ପର୍ୟ୍ୟନ୍ତ ଖେଳାଯାଇଥିବା ୩୧୬ ଦିନିକିଆରୁ ଧୋନୀ ୨୭୧ ପାଳିରୁ ୯୯୫୪ ରନ କରିଛନ୍ତି ।

ଧୋନୀ ପୋର୍ଟ ଏଲିଜାବେଥରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ପଞ୍ଚମ ଦିନିକିଆରେ ୪୬ ରନ କରନ୍ତି ତେବେ ଧୋନୀ ଦଶ ହଜାର ରନ କରିବାରେ ଦୁନିଆର ଦ୍ଵିତୀୟ ଓ୍ଵିକେଟକିପର ହେବାର ରେକର୍ଡ କରିବେ।  ଧୋନୀ ଦିନିକିଆ କ୍ରିକେଟରେ ୧୦ ହଜାର ରନ କରିବା ମାମଲାରେ ଚତୁର୍ଥ ଭାରତୀୟ ବ୍ୟାଟସମ୍ୟାନ ହେବା ସହିତ ଦୁନିଆର ୧୨ ତମ ବ୍ୟାଟସମ୍ୟାନ ହେବେ। ଏହା ପୂର୍ବରୁ ଭାରତର ସଚିନ ତେନ୍ଦୁଲକର(୧୮୪୨୬), ସୌରଭ ଗାଙ୍ଗୁଲି(୧୧୩୬୩) ଓ ରାହୁଲ ଦ୍ରାବିଡ଼(୧୦୮୯୯) ରନ ସଂଗ୍ରହ କରିଛନ୍ତି।

ଦୁନିଆର ସବୁଠୁ ଅଧିକ ରନ କରିଥିବା ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ  କୁମାର ସାଙ୍ଗାକାରା ୪୦୪ ମ୍ୟାଚରୁ ୧୪୨୩୪ ରନ କରିଛନ୍ତି। ଏହା ସହିତ ଓ୍ଵିକେଟ୍ ପଛରେ ୪୦୦ରୁ ଉର୍ଦ୍ଧ୍ଵ ଶୀକାର କରିଛନ୍ତି।

ପଢନ୍ତୁ ;

‘ଯୋଗୀ’ରେ ଏକ ନୂଆ ଯୋଡିକୁ ପରଦାରେ ଦେଖିବାକୁ ପାଇବେ ଦର୍ଶକ

ଏ ପର୍ୟ୍ୟନ୍ତ ଖେଳାଯାଇଥିବା ୩୧୬ ଦିନିକିଆରୁ ଧୋନୀ ୨୭୧ ପାଳିରୁ ୯୯୫୪ ରନ କରିଛନ୍ତି - 4.5

90%

ଧୋନୀ ଦିନିକିଆ କ୍ରିକେଟରେ ୧୦ ହଜାର ରନ କରିବା ମାମଲାରେ ଚତୁର୍ଥ ଭାରତୀୟ ବ୍ୟାଟସମ୍ୟାନ ହେବା ସହିତ ଦୁନିଆର ୧୨ ତମ ବ୍ୟାଟସମ୍ୟାନ ହେବେ - 4.4

87%
4.4/5

Very Good!

Summary

ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ ଦକ୍ଷିଣ ଆଫ୍ରିକା ସିରିଜ ବ୍ୟକ୍ତିଗତ ଉପଲବ୍ଧିରେ ଭରି ହୋଇ ରହିଛି। ଧୋନୀ ଚାରୋଟି ମ୍ୟାଚରୁ ତିନି ଥର ବ୍ୟାଟିଂ କରିବାର ସୁଯୋଗ ପାଇଛନ୍ତି।  ଦୁଇ ଥର ଅପରାଜିତ ରହି ୫୬ ରନ କରିଛନ୍ତି।  ଜୋହାନ୍ସବର୍ଗରେ ଅପରାଜିତ ୪୨ ରନ ତାଙ୍କର ସର୍ବାଧିକ ସ୍କୋର । 

No Votes Yet

You're not rated yet