EnewsOdia.Com

ଆଜି ଅପରାହ୍ନରୁ ଉପକୂଳ ଓଡ଼ିଶାରେ ବଢ଼ିବ ପବନର ବେଗ

“ପାରାଦୀପଠାରୁ ପ୍ରାୟ ୩୫୦ କିମି ଦୂରରେ ‘ବୁଲ୍‌ବୁଲ୍‌’ କେନ୍ଦ୍ରୀଭୂତ ହୋଇଛି। ପାରାଦୀପଠାରୁ ୧୩୪ କି.ମି. ଦୂରରୁ ଏହା ଅତିକ୍ରମ କରିବ। ଏହା ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାରେ ଆଜିଠୁ ବର୍ଷା ଆରମ୍ଭ ହୋଇଛି।ଆଜି ଅପରାହ୍ନରେ ଉପକୂଳ ଓଡ଼ିଶାରେ ପବନର ବେଗ ବଢ଼ିବ। ଏଥିସହ କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ବି ପବନର ବେଗ ବଢ଼ିବ ବୋଲି ଏସ୍‌ଆରସି କହିଛନ୍ତି।

ସେ ଆହୁରି କହିଛନ୍ତି, ‘ଆଜି ୬୫ କି.ମି. ବେଗରେ ପବନ ବହିବା ସହ ଆସନ୍ତା କାଲି ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକରେ ୭୦ରୁ ୯୦ କି.ମି. ବେଗରେ ପବନ ବହିପାରେ। ଆଜି ପୁରୀ, ଗଞ୍ଜାମ ୪୦ରୁ ୬୦କି.ମି. ବେଗରେ ପବନ ବହିପାରେ। ଆବଶ୍ୟକ ହେଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ୯ ଜିଲ୍ଲାକୁ NDRF, ଓଡ୍ରାଫ୍ ଟିମ୍ ପଠାଯାଇଛି। ବାତ୍ୟା ସମୟରେ ଲୋକେ ଘରୁ ବାହାରନ୍ତୁ ନାହିଁ। ୧୦ ତାରିଖରେ ଓଡ଼ିଶାରେ ବାତ୍ୟା ‘ବୁଲ୍‌ବୁଲ୍‌’ର ପ୍ରଭାବ କିଛି ରହିବ ନାହିଁ ବୋଲି ଆଶା କରାଯାଉଛି।

ପଢନ୍ତୁ: ୯୨ ବର୍ଷରେ ପାଦ ଥାପିଲେ ଆଡଭାନୀ

ସମ୍ବନ୍ଧିତ ଖବର

ଆଜିର ଦିନରେ ବନ୍ଦ ହୋଇଥିଲା ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟ ପ୍ରଚଳନ

Ratnamani Maharana

ଏବେ ମୋବାଇଲ ସିମ୍ ଭଳି ଉପଭୋକ୍ତା ବଦଳାଇ ପାରିବେ ବିଦ୍ୟୁତ୍ କମ୍ପାନୀ

Ratnamani Maharana

କମିଲା ବର୍ଷା, ଆସୁଛି ଶୀତ

Ratnamani Maharana

ବଦଳିଲା ବଳି ପ୍ରଥା, ମାଆ କାଳୀଙ୍କୁ ଅର୍ପଣ କରାଯାଉଛି ଖଇରେ ପ୍ରସ୍ତୁତି ଜୁଗାର

Ratnamani Maharana

ଜଗନ୍ନାଥ ହେ… ରକ୍ଷା କର, ବିମାନରେ ନିଆଁ ଲାଗିବା ପରେ କିଛି ଏପରି ଥିଲା ଦୃଶ୍ୟ

Ratnamani Maharana

ଏବେ ଟିଭି ଦେଖୁଥିବା ଲୋକଙ୍କୁ ସେଟ୍ ଅପ୍ ବକ୍ସ ଲଗାଇବା ପାଇଁ କରିବାକୁ ପଡିବ KYC

Ratnamani Maharana