Loading...

ବଢ଼ିଲା ଘରୋଇ ପ୍ରତିଯୋଗିତାଗୁଡ଼ିକର ପୁରସ୍କାର ରାଶି

ବଢ଼ିଲା ଘରୋଇ ପ୍ରତିଯୋଗିତାଗୁଡ଼ିକର ପୁରସ୍କାର ରାଶି

ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ରବିବାର ଘରୋଇ ପ୍ରତିଯୋଗିତାଗୁଡ଼ିକ ପାଇଁ ପୁରସ୍କାର ରାଶି ବୃଦ୍ଧି କରିଛି। ଏନେଇ ବିସିସିଆଇ ସଂପାଦକ ଜୟ ଶାହା ଘୋଷଣା କରିଛନ୍ତି।

ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ରବିବାର ଘରୋଇ ପ୍ରତିଯୋଗିତାଗୁଡ଼ିକ ପାଇଁ ପୁରସ୍କାର ରାଶି ବୃଦ୍ଧି କରିଛି। ଏନେଇ ବିସିସିଆଇ ସଂପାଦକ ଜୟ ଶାହା ଘୋଷଣା କରିଛନ୍ତି। ବିସିସିଆଇର ଏହି ଘୋଷଣା ମୁତାବକ ଚଳିତ ବର୍ଷର ରଣଜୀ ଟ୍ରଫି ବିଜେତା ୫ କୋଟି ଟଙ୍କାର ପୁରସ୍କାର ରାଶି ପାଇବେ। ନିକଟରେ ରଣଜୀ ବିଜେତା ୨ କୋଟି ଟଙ୍କାର ଚେକ୍‌ ପାଇଥିଲା ବେଳେ ନୂଆ ପାଉଣା ଢାଞ୍ଚା ଅନୁଯାୟୀ ୫ କୋଟି ପାଇବେ। ସେହିପରି ରଣଜୀ ଉପବିଜେତା ଏବଂ ପରାଜିତ ସେମିଫାଇନାଲିଷ୍ଟ ଯଥାକ୍ରମେ ୩ ଓ ୧ କୋଟି ଟଙ୍କା ପୁରସ୍କାର ରାଶି ପାଇବେ। ଅନ୍ୟପକ୍ଷରେ ସିନିୟର ମହିଳା ବିଜେତା ୬ ଲକ୍ଷ ପରିବର୍ତେ ଚଳିତ ବର୍ଷରୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଗ୍ରହଣ କରିବେ। ରଣଜୀ ଟ୍ରଫି ବ୍ୟତୀତ ଈରାନୀ କପ୍‌ ବିଜେତାଙ୍କ ପୁରସ୍କାର ରାଶି ପରିମାଣ ମଧ୍ୟ ଦୁଇଗୁଣା ହୋଇଯାଇଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.