Loading...

ଚଳିତ ବର୍ଷର ପ୍ରଥମ ଘନକୁହୁଡ଼ି ଦେଖିଲା ରାଜଧାନୀ

ଚଳିତ ବର୍ଷର ପ୍ରଥମ ଘନକୁହୁଡ଼ି ଦେଖିଲା ରାଜଧାନୀ

ରାଜ୍ୟରେ ଏବେ ଶୀତୁଆ ଅନୁଭବ ହେବା ସହ କୁହୁଡ଼ି ମଧ୍ୟ ପଡ଼ିଲାଣି। ଆଜି ରାଜଧାନୀରେ ଚଳିତ ବର୍ଷର ପ୍ରଥମ ଘନକୁହୁଡ଼ି ପଡ଼ିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜି ସକାଳୁ ରାଜ୍ୟରେ ଘନକୁହୁଡ଼ି ପଡ଼ିଥିଲା।

୧୫ ଦିନ ହେଲା ଦେଶରୁ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ପ୍ରକ୍ରିୟା ଏବେ ମନ୍ଥର ରହିଥିଲା। କିନ୍ତୁ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପାଇଁ ପାଗ ଅନୁକୂଳ ହେଉଛି। ଆଗାମୀ ୪ରୁ ୫ ଦିନ ମଧ୍ୟରେ ଉତ୍ତର-ପଶ୍ଚିମ ଭାଗର ଅଧିକାଂଶ ସ୍ଥାନ ଓ ମଧ୍ୟ ଭାରତର ଭୂଭାଗର କିଛି ଅଞ୍ଚଳରୁ ମୌସୁମୀ ଅପସାରଣ ପାଇଁ ପାଗ ସୁହାଇବ। ତେବେ ଓଡ଼ିଶାରେ ମୌସୁମୀ ଏବେ ବି ସକ୍ରିୟ ରହିଥିବା ବେଳେ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ରାଜ୍ୟରୁ ମୌସୁମୀ ଫେରିବାର ସମ୍ଭାବନା ନଥିବା ଆକଳନ କରାଯାଉଛି। ଅନ୍ୟପଟେ ରାଜ୍ୟରେ ଏବେ ଶୀତୁଆ ଅନୁଭବ ହେବା ସହ କୁହୁଡ଼ି ମଧ୍ୟ ପଡ଼ିଲାଣି। ଆଜି ରାଜଧାନୀରେ ଚଳିତ ବର୍ଷର ପ୍ରଥମ ଘନକୁହୁଡ଼ି ପଡ଼ିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜି ସକାଳୁ ରାଜ୍ୟରେ ଘନକୁହୁଡ଼ି ପଡ଼ିଥିଲା। ଏହାର ଦୃଶ୍ୟମାନ ଦୂରତା ୧୦୦ ମିଟରକୁ ଛୁଇଁଥିଲା। ଭୋର୍‌ ସାଢ଼େ ୫ଟାରୁ ୬ଟା ମଧ୍ୟରେ କୁହୁଡ଼ିର ସାନ୍ଦ୍ରତା କମି ୩୫୦୦ ମିଟର ତଳୁକୁ ଖସିଥିଲା। ଅନ୍ୟପଟେ ରାଜ୍ୟର କିଛି ସ୍ଥାନରେ ଏବେ ବି ବର୍ଷା ଲାଗିରହିଛି। ଆସନ୍ତା ୨ ଦିନ ମଧ୍ୟ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ିର ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ବିଶେଷ କରି ଉପକୂଳ ଓ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.