Loading...

ରାଜ୍ୟରେ ବାତ୍ୟା ପାଇଁ ବଢିବନି ଶୀତ, ଜାନୁଆରୀ ଶେଷ ସପ୍ତାହରୁ ଗରମ ଆରମ୍ଭ ହେବାନେଇ ଅନୁମାନ କରୁଛି ପାଣିପାଗ ବିଭାଗ

ରାଜ୍ୟରେ ବାତ୍ୟା ପାଇଁ ବଢିବନି ଶୀତ, ଜାନୁଆରୀ ଶେଷ ସପ୍ତାହରୁ ଗରମ ଆରମ୍ଭ ହେବାନେଇ ଅନୁମାନ କରୁଛି ପାଣିପାଗ ବିଭାଗ

ଚଳିତ ବର୍ଷ ପୂର୍ବ ଦିଗରୁ ବାୟୁ ପ୍ରବାହ ଜାରି ରହିଥିବାରୁ ରାଜ୍ୟରେ ପାରଦ ତଳମୁହଁା ହେଉନାହିଁ। ତେଣୁ ଚଳିତ ବର୍ଷ ଆଉ ହାଡ଼ଭଙ୍ଗା ଶୀତ ହେବ ନାହିଁ। ଜାନୁୟାରୀ ଶେଷ ସପ୍ତାହରୁ ଗରମ ଆରମ୍ଭ ହୋଇଯିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କଲାଣି।

ବଙ୍ଗୋପସାଗରରେ ବାରମ୍ବାର ବାତ୍ୟା ସୃଷ୍ଟି ହେବା ଯୋଗୁ ରାଜ୍ୟରେ ଅଧିକାଂଶ ଦିନ ଆକାଶ ମେଘାଚ୍ଛନ୍ନ ରହୁଛି। ନଭେମ୍ବରରୁ ଡିସେମ୍ବର ୧ ତାରିଖ ଯାଏ ବଙ୍ଗୋପସାଗରରେ ୩ଟି ବାତ୍ୟା ସୃଷ୍ଟି ହେଲାଣି। ଆଉ ଏକ ବାତ୍ୟା ଦକ୍ଷିଣ ଆଣ୍ଡାମାନ ଉପକୂଳରେ ଦାନା ବାନ୍ଧୁଛି। ଏଥିଯୋଗୁ ଡିସେମ୍ବର ଦ୍ୱିତୀୟ ସପ୍ତାହ ଯାଏ ଶୀତର ପ୍ରକୋପ ବଢିବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି।ଚଳିତ ବର୍ଷ ପୂର୍ବ ଦିଗରୁ ବାୟୁ ପ୍ରବାହ ଜାରି ରହିଥିବାରୁ ରାଜ୍ୟରେ ପାରଦ ତଳମୁହଁା ହେଉନାହିଁ। ତେଣୁ ଚଳିତ ବର୍ଷ ଆଉ ହାଡ଼ଭଙ୍ଗା ଶୀତ ହେବ ନାହିଁ। ଜାନୁୟାରୀ ଶେଷ ସପ୍ତାହରୁ ଗରମ ଆରମ୍ଭ ହୋଇଯିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କଲାଣି। 

ସୂଚନାନୁସାରେ, ଶୁକ୍ରବାର ବିଭାଗ ପକ୍ଷରୁ ଜାରି ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ ଡିସେମ୍ବରରୁ ଫେବୃୟାରୀ ଶେଷ ପର୍ଯ୍ୟନ୍ତ ସମଗ୍ର ଦେଶରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଉପରେ ରହିବ। କେବଳ କେନ୍ଦ୍ରୀୟ ଏବଂ ଉତ୍ତର-ପଶ୍ଚିମ ଭାରତର କିଛି ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟ ସବୁ ସ୍ଥାନରେ ସର୍ବନିମ୍ନ ତାପମାତ୍ର ସ୍ବାଭାବିକଠାରୁ ଉପରେ ରହିବ। ପ୍ରଶାନ୍ତ ମହାସାଗରରେ ଏଲ୍‌-ନିନ୍ୟୋ ରହିଥିବାରୁ ଚଳିତ ବର୍ଷ ଏହା ଭାରତୀୟ ଜଳବାୟୁକୁ ପ୍ରଭାବିତ କରୁଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.