Loading...

ଖସୁଛି ତାପମାତ୍ରା, ୧୨ ଡିଗ୍ରି ତଳେ ୪ ସହର ତାପମାତ୍ରା

ଖସୁଛି ତାପମାତ୍ରା, ୧୨ ଡିଗ୍ରି ତଳେ ୪ ସହର ତାପମାତ୍ରା

ରାଜ୍ୟରେ ଏବେ ଶୀତ ପଡ଼ିବା ଆରମ୍ଭ ହୋଇଯାଇଥିବା ବେଳେ କୁହୁଡ଼ି ମଧ୍ୟ ଦେଖାଗଲାଣି। ଗତକାଲି ରାତିରେ ରାଜ୍ୟର ୮ ସହରର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଥିଲା। ଏଥିସହ ୪ ସହରର ପାରଦସ୍ତର ୧୨ ତଳକୁ ଖସିଛି।

 ରାଜ୍ୟରେ ଏବେ ଶୀତ ପଡ଼ିବା ଆରମ୍ଭ ହୋଇଯାଇଥିବା ବେଳେ କୁହୁଡ଼ି ମଧ୍ୟ ଦେଖାଗଲାଣି। ଗତକାଲି ରାତିରେ ରାଜ୍ୟର ୮ ସହରର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଥିଲା। ଏଥିସହ ୪ ସହରର ପାରଦସ୍ତର ୧୨ ତଳକୁ ଖସିଛି।  

ଗତ ରାତିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟ ସେମିଳିଗୁଡ଼ାଠାରେ ୧୧.୪ ଡିଗ୍ରି ରେକର୍ଡ ହୋଇଥିଲା। ସୁନ୍ଦରଗଡ଼ କିରେଇଠାରେ ୧୧.୫ ଡିଗ୍ରି, କୋରାପୁଟଠାରେ ୧୧.୬ ଡିଗ୍ରି, କନ୍ଧମାଳ ଜିଲ୍ଲା ଜି.ଉଦୟଗିରିଠାରେ ୧୨ ଡିଗ୍ରି, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୧୩.୫ ଡିଗ୍ରି, ସୋନପୁରରେ ୧୪.୨ଡିଗ୍ରି ଓ ଭବାନୀପାଟଣାଠାରେ ୧୪.୮ ଡିଗ୍ରି ଲେଖାଏ ରେକର୍ଡ ହୋଇଛି। ଏଥିସହ ଭୁବନେଶ୍ବରରେ ୧୯.୪ ଡିଗ୍ରି ଓ କଟକରେ ୨୦ ଡିଗ୍ରି ରାତି ତାପମାତ୍ରା ରହିଥିଲା। ସୋମବାର ଦିନ ଫୁଲବାଣୀରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଭବାନୀପାଟଣା ଓ ପାରଳାଖେମୁଣ୍ଡିଠାରେ ହାଲୁକା କୁହୁଡ଼ି ପଡ଼ିଥିଲା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.