LIFESTYLE

ଶୀତଦିନେ କେମିତି ନେବେ ନିଜ କେଶର ଯତ୍ନ , ଆସନ୍ତୁ ଜାଣିବା କିଛି ପ୍ରାକୃତିକ ଉପାୟ

ଆଜିକାଲି ସମୟରେ କେଶଜନିତ ସମସ୍ୟା ଅନେକ ବ୍ୟକ୍ତିଙ୍କ ଠାରେ ଦେଖିବାକୁ ମିଳୁଛି । ଏହାର କାରଣ ଦୈନନ୍ଦିନ ଜୀବନଶୈଳୀରେ ଅନିୟମିତତା । ମାତ୍ର ଋତୁମାନଙ୍କ ପାଇଁ ମଧ୍ୟ କେଶରେ ଅନେକ ସମସ୍ୟା ଦେଖାଦେଇଥାଏ । ଶୀତଦିନେ କେଶଜନିତ ସମସ୍ୟା ଅନ୍ୟ ଦିନମାନଙ୍କ ଅପେକ୍ଷା ଅଧିକ ବଢିଯାଏ । କେଶ ଝଡ଼ିବା, ରୁପି ହେବା ଓ କେଶମୂଳ ଶୁଷ୍କ ହେବା ଭଳି ଅନେକ ସମସ୍ୟା ଦେଖାଯାଇଥାଏ। ତେବେ ଶୀତଦିନେ କେମିତି କେଶର ଯତ୍ନ ନେବେ, ଆସନ୍ତୁ ଜାଣିବା କିଛି ପ୍ରାକୃତିକ ଉପାୟ :-

  • ଗୋଟିଏ ପାଚିଲା କଦଳୀ ଓ ଦୁଇଟି ପାଚିଲା ଆଭୋକାଡୋ ନିଅନ୍ତୁ। ଏହାକୁ ଭଲ ଭାବେ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ କେଶରେ ଲଗାଇ ୨୦ରୁ ୩୦ ମିନିଟ୍‌ ଯାଏ ରଖନ୍ତୁ। ତା’ପରେ ଥଣ୍ଡା ପାଣିରେ ଭଲ ଭାବେ କେଶକୁ ଧୋଇ ଦିଅନ୍ତୁ। ଏହାଦ୍ୱାରା କେଶମୂଳ ଶୁଷ୍କ ହେବା ସହିତ କେଶ ଝଡ଼ିବା ମଧ୍ୟ ଦୂର ହୋଇଥାଏ।
  • ଗୋଟିଏ ପାତ୍ରରେ ଦୁଇଟି ଅଣ୍ଡାର ଧଳା ଅଂଶ ନେଇ ସେଥିରେ ଚାରି ଚାମଚ ପାଣି ମିଶାଇ ଫେଣ ହେବାଯାଏ ଫେଣ୍ଟନ୍ତୁ। ସେହି ମିଶ୍ରଣକୁ କେଶରେ ଭଲ ଭାବେ ଲଗାଇ ୩୦ରୁ ୪୦ ମିନିଟ୍‌ ଯାଏ ଛାଡ଼ିଦିଅନ୍ତୁ। ତା’ପରେ ସାମ୍ପୁରେ କେଶକୁ ଭଲ ଭାବେ ସଫା କରନ୍ତୁ। ଏହାଦ୍ୱାରା କେଶର ରୁଖାପଣ ଦୂର ହେବା ସହ କେଶର ଚମକ ବଢ଼େ।
  • ସମାନ ପରିମାଣର ଆଲ୍‌ମଣ୍ଡ୍‌ ତେଲ, ଜୋଜୋବା ତେଲ ଏବଂ ଶୁଦ୍ଧ ନଡ଼ିଆ ତେଲକୁ ନେଇ ଉଷୁମ କରନ୍ତୁ। ତା’ପରେ କେଶରେ ଭଲ ଭାବେ ମାଲିସ୍‌ କରନ୍ତୁ ଦେଖିବେ କେଶ ନରମ ରହିବ।
  • ଚାରି ଚାମଚ ଅଦା ରସରେ ଦୁଇ ଚାମଚ ନଡ଼ିଆ ତେଲ ଏବଂ ଗୋଟିଏ ଚାମଚ ଲେମ୍ବୁରସକୁ ଭଲ ଭାବେ ମିଶାଇ କେଶମୂଳରେ ଲଗାଇଲେ କେଶରୁ ରୁପି ସମସ୍ୟା ଦୂର ହୋଇଥାଏ।

ଶୀତଦିନେ କେମିତି ନେବେ ନିଜ କେଶର ଯତ୍ନ , ଆସନ୍ତୁ ଜାଣିବା କିଛି ପ୍ରାକୃତିକ ଉପାୟ

ପଢନ୍ତୁ, ଏସ୍‌ବିଆଇ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲରେ ଅଧିକ ରୋଗୀ ଚିକିତ୍ସା ହେବାର ସୁବିଧା

Related posts

ନିଜେ ପରୀକ୍ଷା କରି ଦେଖନ୍ତୁ, ହାତରେ ପିଆଜ ଘଷିବା ଦ୍ଵାରା କି ଫାଇଦା ମିଳିଥାଏ

ENO Beuro

ଏକାଗ୍ରତା ବଢାଇବା ସହ ମସ୍କିଷ୍କ ଥଣ୍ଡା ରଖିଥାଏ ଚନ୍ଦନ ! ଆସନ୍ତୁ ଜାଣିବା ଏହାର କିଛି ଉପକାରିତା ସମ୍ପର୍କରେ

ENO Beuro

ରାତ୍ରିଭୋଜନରେ ବେଶି ଖାଦ୍ୟ ଗ୍ରହଣ କରୁଛନ୍ତି କି ? ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ! ଜାଣନ୍ତୁ ଏହାର କାରଣ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More