News

ଲଘୁଚାପ ହେତୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଆସନ୍ତା ୪ରୁ ବର୍ଷା ସମ୍ଭାବନା, ବଢ଼ିବ ଶୀତ

ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ଚେନ୍ନାଇ ଉପକୂଳ ଏବଂ ଏହାର ଆଖପାଖ ବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ପଡ଼ିବାର ସମ୍ଭାବନା ନଥିଲେ ମଧ୍ୟ ଆଗାମୀ ୪ ଓ ୫ରେ ବର୍ଷା ହୋଇ ପାରେ । ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଏହି ସୂତ୍ରରୁ ଜଣାପଡିଛି । ଏହାରି ଫଳରେ ରାଜ୍ୟରେ ଶୀତ ବଢିବା ସହ, ଥଣ୍ଡାର ପ୍ରକୋପ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରୁଛି ।

ଲଘୁଚାପ ହେତୁ ରାଜ୍ୟର ଅଳ୍ପ କିଛି ସ୍ଥାନରେ ବର୍ଷା ହେବାର ଅନୁମାନ କରାଯାଉଛି । ବର୍ଷା ହେଲେ ମଧ୍ୟ ଥଣ୍ଡା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୩ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ର ୨୦ଡିଗ୍ରୀ ସେଲସିୟସ ଥିବା ବେଳେ ୧୧ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରୀ ଥିଲା । ଦାରିଙ୍ଗବାଡ଼ିରେ ବୁଧବାର ୧୪ ଡିଗ୍ରୀ ଓ ଫୁଲବାଣୀରେ ୧୪.୫ଡିଗ୍ରୀ ତାପମାତ୍ରା ଥିଲା । ସେହିପରି କୋରାପୁଟରେ ୧୪.୮ଡିଗ୍ରୀ, ହୀରାକୁଦରେ ୧୫.୭ଡିଗ୍ରୀ, ଭବାନୀପାଟଣାରେ ୧୬.୫ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଲଘୁଚାପ ହେତୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଆସନ୍ତା ୪ରୁ ବର୍ଷା ସମ୍ଭାବନା, ବଢ଼ିବ ଶୀତ  ଲଘୁଚାପ ହେତୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଆସନ୍ତା ୪ରୁ ବର୍ଷା ସମ୍ଭାବନା, ବଢ଼ିବ ଶୀତ

ପଢନ୍ତୁ, ସତର୍କ ରୁହନ୍ତୁ , ଘରେ ଏହି ସବୁ ଫଟୋ ଥିଲେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ

Related posts

କାଠମାଣ୍ଡୁରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା: ୫୦ ମୃତ ଦେହ ଉଦ୍ଧାର

Krishna Kumar Manoj

ମନ୍ଦିର ପରିସରରୁ ମୃତଦେହ ଉଦ୍ଧାର !

Krishna Kumar Manoj

ଘୁଞ୍ଚିଲା ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା,ଜାନୁଆରି ୨୯ରୁ ଫେବ୍ରୁଆରି ୮ ପର୍ଯ୍ୟନ୍ତ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More