News

ଲଘୁଚାପ ହେତୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଆସନ୍ତା ୪ରୁ ବର୍ଷା ସମ୍ଭାବନା, ବଢ଼ିବ ଶୀତ

By Krishna Kumar Manoj

November 02, 2017

ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ଚେନ୍ନାଇ ଉପକୂଳ ଏବଂ ଏହାର ଆଖପାଖ ବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ପଡ଼ିବାର ସମ୍ଭାବନା ନଥିଲେ ମଧ୍ୟ ଆଗାମୀ ୪ ଓ ୫ରେ ବର୍ଷା ହୋଇ ପାରେ । ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଏହି ସୂତ୍ରରୁ ଜଣାପଡିଛି । ଏହାରି ଫଳରେ ରାଜ୍ୟରେ ଶୀତ ବଢିବା ସହ, ଥଣ୍ଡାର ପ୍ରକୋପ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରୁଛି ।

ଲଘୁଚାପ ହେତୁ ରାଜ୍ୟର ଅଳ୍ପ କିଛି ସ୍ଥାନରେ ବର୍ଷା ହେବାର ଅନୁମାନ କରାଯାଉଛି । ବର୍ଷା ହେଲେ ମଧ୍ୟ ଥଣ୍ଡା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୩ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ର ୨୦ଡିଗ୍ରୀ ସେଲସିୟସ ଥିବା ବେଳେ ୧୧ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରୀ ଥିଲା । ଦାରିଙ୍ଗବାଡ଼ିରେ ବୁଧବାର ୧୪ ଡିଗ୍ରୀ ଓ ଫୁଲବାଣୀରେ ୧୪.୫ଡିଗ୍ରୀ ତାପମାତ୍ରା ଥିଲା । ସେହିପରି କୋରାପୁଟରେ ୧୪.୮ଡିଗ୍ରୀ, ହୀରାକୁଦରେ ୧୫.୭ଡିଗ୍ରୀ, ଭବାନୀପାଟଣାରେ ୧୬.୫ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ପଢନ୍ତୁ, ସତର୍କ ରୁହନ୍ତୁ , ଘରେ ଏହି ସବୁ ଫଟୋ ଥିଲେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ