Loading...

ରାଜ୍ୟରେ ଖସୁଛି ପାରଦ ବଢୁଛି ଶୀତ

ରାଜ୍ୟରେ ଖସୁଛି ପାରଦ ବଢୁଛି ଶୀତ

ଓଡ଼ିଶାରେ ଲାଗିରହିଥିବା କୋହଲା ପାଗ ଛାଡ଼ିଯାଇଛି। ଉତ୍ତର-ପଶ୍ଚିମ ପଟୁ ଥଣ୍ଡା ପବନ ବହିବା ପ୍ରଭାବରେ ରାତି ତାପମାତ୍ରା ହ୍ରାସ ପାଇବ। ଫଳରେ ଶୀତ ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଓଡ଼ିଶାରେ ଲାଗିରହିଥିବା କୋହଲା ପାଗ ଛାଡ଼ିଯାଇଛି। ଉତ୍ତର-ପଶ୍ଚିମ ପଟୁ ଥଣ୍ଡା ପବନ ବହିବା ପ୍ରଭାବରେ ରାତି ତାପମାତ୍ରା ହ୍ରାସ ପାଇବ। ଫଳରେ ଶୀତ ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗତ ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଥିବା ବେଳେ ଆଗକୁ ଆହୁରି କମିବ।ବିଶେଷକରି ଉପକୂଳରେ ତାପମାତ୍ରା ସ୍ବାଭାବିକ ରହିବା ସହ ପାହାଡ଼ ଓ ସମତଳ ଅଞ୍ଚଳରେ ୧୦ ଡିଗ୍ରୀ ତଳକୁ ଆସିବ। 

ସୂଚନାନୁସାରେ, ଆସନ୍ତା ୭ ଦିନ ଯ‌ାଏ ଓଡ଼ିଶା ପାଗ ମୁଖ୍ୟତଃ ଶୁଖିଲା ରହିବ। ରାତିର ତାପମାତ୍ରା ୨ରୁ ୪ ଡିଗ୍ରି କମିବା ସହ ସ୍ବାଭାବିକ ସ୍ଥିତିକୁ ଫେରିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।ଏହାପରେ ରାଜ୍ୟ ପାଣିପାଗ ପରିବର୍ତ୍ତନର କୌଣସି ବିଶେଷ ସମ୍ଭାବନା ନ ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.