News

ଆଜିଠାରୁ ସଂସଦର ଶୀତ ଅଧିବେଶନ

session

ଆଜିଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ । ଏହା ଜାନୁଆରୀ ୮ ତାରିଖ ଯାଏଁ ଚାଲିବ। ଏହି ଅଧିବେଶନରେ ୨୦ଟି ବୈଠକ ବସିବାକୁ ଯାଉଛି।ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଦିବଗଂତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପରେ ଗୃହକାର୍ଯ୍ୟ ଆରମ୍ଭ ହେବ। ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୃହକାର୍ଯ୍ୟରେ ସହଯୋଗ କରିବାକୁ ବିରୋଧୀ ସଦସ୍ୟଙ୍କୁ ମୋଦି ନିବେଦନ କରିଛନ୍ତି। ଏଥିରେ ବିଭିନ୍ନ ଦଳର ୩୧ଜଣ ନେତା ସାମିଲ ହୋଇଥିଲେ। ସଂସଦ ଶୀତକାଳିନ ଅଧିବେଶନ ବେଶ୍ ସରଗରମ ହେବା ସମ୍ଭାବନା ରହିଛି ।

session

ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଡକାଯାଇଥିବା ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ, ରାଜନୈତିକ ଦଳଗୁଡିକ ଉଠାଇଥିବା ସମସ୍ତ ପ୍ରସଙ୍ଗକୁ ସରକାର ସବୁବେଳେ ଗ୍ରହଣ କରିଆସିଛନ୍ତି। ଏହି ଅଧିବେଶନ ଲାଗି ସରକାରଙ୍କ କାର୍ଯ୍ୟସୂଚୀରେ ୪୫ଟି ବିଲ୍‌ ସମେତ ୪୬ ପ୍ରସଙ୍ଗ ରହିଛି। ପ୍ରଭାବଶାଳୀ ଶାସନ ବ୍ୟବସ୍ଥା ଲାଗି ଗଣତନ୍ତ୍ରରେ ଉଭୟ ସରକାର ଏବଂ ବିରୋଧୀଙ୍କ ମତାମତର ଗୁରୁତ୍ୱ ରହିଛି ।

ପଢନ୍ତୁ; ପ୍ରତ୍ୟର୍ପଣ ପାଇଁ ଲଣ୍ଡନ କୋର୍ଟଙ୍କ ଅନୁମତି,ବନ୍ଧା ହେବେ ମାଲ୍ୟା

Related posts

ଜଳବାୟୁ ପରିବତ୍ତର୍ନ ଲାଗି ଭାରତକୁ ଦୋଷ ଦେଲେ ଡୋନାଲ୍ଡ ଟ୍ରମ୍ଫ

Ratnamani Moharana

ଜିସାଟ୍-୨୯ ଉପଗ୍ରହର ସଫଳ ପ୍ରେରଣ

ENO Beuro

ପୁରୀରେ ଚାଲିଛି ୧୦ ଏଟିଏମ ବସ

Ratnamani Moharana

Leave a Comment