19 C
Bhubaneswar
December 4, 2020
EnewsOdia.Com
ନ୍ୟୁଜ୍

ନଭେମ୍ବର ୨ୟ ସପ୍ତାହରେ ରାଜ୍ୟରେ ଅନୁଭୂତ ହେବ ଶୀତ

ନଭେମ୍ବର ୟ ସପ୍ତାହରେ ଆସିବ ଶୀତ । ପ୍ରଥମେ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପରେ ଉପକୂଳ ଓଡ଼ିଶାରେ ଶୀତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରଥମ ସପ୍ତାହ ଶେଷ ବେଳକୁ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିବ। ଦାରିଙ୍ଗବାଡ଼ି ସମେତ ଫୁଲବାଣୀ, କୋରାପୁଟରେ ପାରଦ ସର୍ବନିମ୍ନ ସ୍ତରକୁ ଖସି ଆସିବାର ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ‌ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଆସନ୍ତା ୩୧ ତାରିଖ ବେଳକୁ ଉତ୍ତର ପଶ୍ଚିମ ଭାରତରେ ରହିଥିବା ଗୁରୁଚାପର ସିଧାସଳଖ ପବନ ରାଜ୍ୟକୁ ‌ବହିବ । ଫଳରେ ଅକ୍ଟୋବର ୩୧ରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା, ନଭେମ୍ବର ୧ରୁ ଭୁବନେଶ୍ୱର ସମେତ ଉପକୂଳ ଓ ଉତ୍ତର ଓଡ଼ିଶାରେ ରାତିର ସର୍ବନିମ୍ନ ତାପମାତ୍ରା‌ ପ୍ରାୟ ଦେଢ଼ ଡିଗ୍ରି କମିବ ।

ତେବ‌େ ପରବର୍ତୀ ୫ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ଅପରିବର୍ତ୍ତିତ ରହିବ । ୩୦ ଓ ୩୧ ତାରିଖରେ ଦକ୍ଷିଣ ଓଡ଼ିଶାରେ ପାଗ ଆଂଶିକ ମେଘୁଆ ରହିବ । ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି ।ଗତ ବର୍ଷ ଭଳି ଏବର୍ଷ ମଧ୍ୟ ଶୀତ ଠିକ୍‌ ସମୟରେ ଆସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ପଢନ୍ତୁ: ମହାବାତ୍ୟାକୁ ପୂରିଲା ୨୦ ବର୍ଷ: ଧ୍ୱଂସ ଲୀଳା ଆଜି ବି ଅଲିଭା ଦାଗ

Related posts

ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ବିପଦ ଥଣ୍ଡା ପବନ

Ratnamani Maharana

କମିପାରେ ସୁନା ଦର

Ratnamani Maharana

Netflix ଦେଲା ଭାରତୀୟ ୟୁଜର୍ସଙ୍କୁ ଝଟକା

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More