Loading...

ବଡ଼ଦିନରେ କମିବ ଶୀତ, ନୂଆବର୍ଷକୁ ଥରାଇବ

ବଡ଼ଦିନରେ କମିବ ଶୀତ, ନୂଆବର୍ଷକୁ ଥରାଇବ

ରାଜ୍ୟରେ ଶୀତ ପ୍ରବାହ ଜାରି ରହିଥିଲେ ସୁଦ୍ଧା ରାତି ତାପମାତ୍ରା ସାମାନ୍ୟ ବଢ଼ିଛି। ଦୁଇ ଦିନ ତଳେ ଜି.ଉଦୟଗିରିର ତାପମାତ୍ରା ୫ ଡିଗ୍ରିକୁ ଖସିଯାଇଥିବା ବେଳେ ଗତରାତିରେ ଏଠାରେ ୬.୪ ଡିଗ୍ରି ରାତି ତାପମାତ୍ରା ରେକର୍ଡ ହୋଇଛି।

ରାଜ୍ୟରେ ଶୀତ ପ୍ରବାହ ଜାରି ରହିଥିଲେ ସୁଦ୍ଧା ରାତି ତାପମାତ୍ରା ସାମାନ୍ୟ ବଢ଼ିଛି। ଦୁଇ ଦିନ ତଳେ ଜି.ଉଦୟଗିରିର ତାପମାତ୍ରା ୫ ଡିଗ୍ରିକୁ ଖସିଯାଇଥିବା ବେଳେ ଗତରାତିରେ ଏଠାରେ ୬.୪ ଡିଗ୍ରି ରାତି ତାପମାତ୍ରା ରେକର୍ଡ ହୋଇଛି। ଏଥିସହ ସେମିଳିଗୁଡ଼ାରେ ରାତି ତାପମାତ୍ରା ୭.୦ ଡିଗ୍ରି, ଫୁଲବାଣୀ ଓ କିରେଇରେ ୮ ଡିଗ୍ରି, କେନ୍ଦୁଝରରେ ୮.୮ ଡିଗ୍ରି, ସୁନ୍ଦରଗଡ଼ରେ ୯.୩ ଡିଗ୍ରି, ଝାରସୁଗୁଡ଼ାରେ ୯.୬ ଡିଗ୍ରି ଓ ଦାରିଙ୍ଗବାଡ଼ିରେ ୧୦ ଡିଗ୍ରି ଲେଖାଏଁ ରେକର୍ଡ ହୋଇଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ। ପରବର୍ତ୍ତୀ ସମୟରେ ରାଜ୍ୟର ପାରଦ ସ୍ତର ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞ‌ାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପଟେ ୨୫ ତାରିଖ ଅର୍ଥାତ ବଡ଼ଦିନ ଦିନ ରାଜ୍ୟରେ ଶୀତ ପ୍ର‌କୋପ କମ୍‌ ରହିବ ଓ ନୂଆବର୍ଷ ଦିନ ପ୍ରବଳ ଶୀତ ହେବ ବୋଲି ପାଣିପାଗ ବି‌ଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.