Loading...

ଗୁରୁଚାପ ପ୍ରଭାବରେ କମୁଛି ଶୀତ, ପ୍ରବଳ କୁହୁଡ଼ି

ଗୁରୁଚାପ ପ୍ରଭାବରେ କମୁଛି ଶୀତ, ପ୍ରବଳ କୁହୁଡ଼ି

ରାଜ୍ୟରେ ଶୀତର ପ୍ରକୋପ କମିଛି । ବାୟୁମଣ୍ଡଳର ତଳ ଭାଗରେ ପ୍ରବାହିତ ସାମୁଦ୍ରିକ ବାୟୁ ପ୍ରଭାବରେ ଶୀତ କମିଛି । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହିବ ।

ରାଜ୍ୟରେ ଶୀତର ପ୍ରକୋପ କମିଛି । ବାୟୁମଣ୍ଡଳର ତଳ ଭାଗରେ ପ୍ରବାହିତ ସାମୁଦ୍ରିକ ବାୟୁ ପ୍ରଭାବରେ ଶୀତ କମିଛି । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହିବ । ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । କିନ୍ତୁ ବିଭିନ୍ନ ସ୍ଥାନରେ ପ୍ରବଳ କୁହୁଡ଼ି ପଡ଼ିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଜି. ଉଦୟଗିରିରେ ୮.୫ ଡିଗ୍ରୀ, କୋରାପୁଟରେ ୯ ଡିଗ୍ରୀ ଓ ଫୁଲବାଣୀରେ ୧୦ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଭୁବନେଶ୍ଵରର ସର୍ବନିମ୍ନ ୧୭.୬ ଡିଗ୍ରୀ ଓ କଟକରେ ୧୮ ଡିଗ୍ରୀ ରହିଥିଲା । ଉପକୂଳ ଓଡ଼ିଶାରେ ଗୁରୁଚାପ ପ୍ରଭାବରେ ରବିବାର ରାତି ଓ ସୋମବାର ସକାଳେ ଘନ କୁହୁଡ଼ି ପଡ଼ିଥିଲା ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.