EnewsOdia.Com

ଗାନ୍ଧି ପରିବାରକୁ ଆଉ ମିଳିବନି SPG ସୁରକ୍ଷା

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧି ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କଠାରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର କରିନିଆଯିବ । ଏ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । ତେବେ ସେମାନଙ୍କୁ ଜେଡପ୍ଲସ ସୁରକ୍ଷା ଦିଆଯିବ। ଏସପିଜି ଓ ଜେଡ ସୁରକ୍ଷା ଦିଆଯାଉଥିବା ବ୍ୟକ୍ତିମାନଙ୍କ ପ୍ରତି ଥିବା ବିପଦ ଆଶଙ୍କାର ସ୍ତର ଉପରେ ପ୍ରତିବର୍ଷ ସମୀକ୍ଷା କରାଯାଇଥାଏ । ଗୃହମନ୍ତ୍ରାଳୟର ଏକ ସ୍ୱତନ୍ତ୍ର କମିଟି ଏହାର ସମୀକ୍ଷା କରନ୍ତି । ସଂପୃକ୍ତ ଭିଆଇପିଙ୍କ ପ୍ରତି ବିପଦ ଆଶଙ୍କା ବଢିଛି କିମ୍ବା କମିଛି ତାହାର ସମୀକ୍ଷା କରି ଦିଆଯାଉଥିବା ସୁରକ୍ଷାର ସ୍ତର ନିର୍ଦ୍ଧାରଣ କରାଯାଏ ।

୧୯୯୧ରେ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାରକୁ ଏସପିଜି ସୁରକ୍ଷା ଦିଆଗଲା । ୧୯୯୨ରୁ ଗାନ୍ଧି ପରିବାର ପାଖରେ ଏସପିଜି ସୁରକ୍ଷା ରହିଛି । ଅନ୍ୟପକ୍ଷରେ ଗୃହମନ୍ତ୍ରୀଙ୍କୁ ଇସ୍ଲାମୀୟ ଆତଙ୍କବାଦୀମାନେ ଟାର୍ଗେଟ କରିପାରନ୍ତି ବୋଲି ଗୁଇନ୍ଦା ସୂଚନା ମିଳିବା ପରେ ତାଙ୍କର ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି । ତାଙ୍କୁ ଏବେ ଜେଡ ସ୍ପେଶାଲ ସୁରକ୍ଷା ଦିଆଯାଉଛି ।

ପଢନ୍ତୁ: ମହାବଳ ବାଘକୁ ବିପଦ ‘ବୁଲବୁଲ’

ସମ୍ବନ୍ଧିତ ଖବର

ନାଗରିକତା ଆଇନ୍ ସମର୍ଥନରେ ଟ୍ୱିଟରରେ ଅଭିଯାନ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

Ratnamani Maharana

ଇମ୍ରାନଙ୍କ ଆସନ ଟଳମଳ, ଇସ୍ତଫା ଦାବିରେ ‘ଆଜାଦି ମାର୍ଚ୍ଚ’

Ratnamani Maharana

ଭାରତ ମାନଚିତ୍ରରୁ ଲିଭିଲା ଜାମ୍ମୁକାଶ୍ମୀର ରାଜ୍ୟର ଭୂଗୋଳ

Ratnamani Maharana

ଆଜି ଜାତୀୟ କଂଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ

Ratnamani Maharana

ସିଏଏ ବିରୋଧୀ ଆନ୍ଦୋଳନକାରୀଙ୍କ ସମ୍ପତ୍ତି ସିଲ କରିବା ପୂର୍ବରୁ ଦଙ୍ଗାକାରୀଙ୍କୁ ଆଶ୍ଵସ୍ତି

Ratnamani Maharana

ଶିବସେନାରେ ଯୋଗଦେଲେ ସଲ୍‌ମାନ୍‌ଙ୍କ ବଡିଗାର୍ଡ ଶେରା

Ratnamani Maharana