EnewsOdia.Com

ବିନା ବ୍ୟାୟାମ ଓ ଡାଏଟିଂରେ କମାନ୍ତୁ ନିଜର ଓଜନ, ଜାଣନ୍ତୁ ଏହାର ଉପାୟ

ସୁସ୍ଥ ଓ ନିରାପଦରେ ରହିବା ପାଇଁ ଆମେ ବହୁତ କିଛି ଉପାୟ ଆପଣାଇଥାଉ। ତାହା ଡାୟଟିଂ କରିବାକୁ ପଡୁ ଅଥବା କଠିନ ୱର୍କଆଉଟ୍‌, ସବୁ କିଛି ଉପାୟ ଆପଣାଉଥାଉ। କିନ୍ତୁ  ସବୁ ଲୋକଙ୍କ ପାଇଁ ଏସବୁ ସହଜକର ହୋଇ ନଥାଏ। ଅନେକ ଲୋକ ବହୁତ ପ୍ରକାରର ଡାଏଟିଂର ଚେଷ୍ଟା କରିଥାନ୍ତି ଓ ଖାଦ୍ୟରେ ଅନେକ ଜିନିଷକୁ ବନ୍ଦ କରିଦେଥାନ୍ତି। ବହୁତ କିଛି ଜିନିଷକୁ ତ୍ୟାଗ କଲା ପରେ ବି ଶରୀରର ଓଜନରେ କରିଛି ପ୍ରଭାବ ପଡନଥାଏ । ଯେମିତିକା କୁ ସେମିତି । ହେଲେ ଆମେ ଆପଣଙ୍କୁ କିଛି ସହଜ ଉପାୟ କହୁଛୁ , ଯାହା କି ଆପଣଙ୍କର ବହୁତ ସାହାଯ୍ୟରେ ଆସିବ ।

ଖାଦ୍ୟରେ ତେଲର ମାତ୍ରା କମ୍ କରନ୍ତୁ

ଯଦି ଆପଣ ନିଜର ଓଜନ କମ୍‌ କରିବାକୁ ଚାହୁଁଛନ୍ତି ତ ପ୍ରଥମେ ଆପଣଙ୍କର ଖାଦ୍ୟରେ ତେଲର ମାତ୍ରାକୁ କମ୍‌ କରନ୍ତୁ। ନିଜକୁ ପତଳା କରିବା ପାଇଁ ଖାଦ୍ୟର ପରିମାଣ କମାଇବା ଆଦୌ ଦରକାର ନାହିଁ। କିନ୍ତୁ ଆପଣଙ୍କୁ ଖାଦ୍ୟ ଉପରେ ଧ୍ୟାନ ଦେବାକୁ ପଡ଼ିବ। ତେଲଯୁକ୍ତ ଖାଦ୍ୟ ମୋଟାପଣର ମୁଖ୍ୟ କାରଣ।

ସକାଳ ଜଳଖିଆ

ପ୍ରତିଦିନ ଠିକ୍‌ ମସୟରେ ସକାଳ ଜଳଖିଆ ଖାଆନ୍ତୁ । ନୁହେଁତ ପେଟରେ ଗ୍ୟାସ୍‌ ପରି ସମସ୍ୟା ଆରମ୍ଭ ହୁଏ।   ଗ୍ୟାସ୍ ସମସ୍ୟା ବାହାରିବା ଫଳରେ ଅଧିକ ମୋଟା ହେବାର ସମ୍ଭାବନା ଅଛି। ସର୍ବଦା ପେଟ ଭରି ଖାଆନ୍ତୁ। ସକାଳର ଉତ୍ତମ ଜଳଖିଆରେ ପୁରା ପୋଷଣ ଶରୀରକୁ ମିଳେ। ଜଳଖିଆ ପାଇଁ ଛତୁଆ ହେଉଛି ସବୁଠୁ ଭଲ ଖାଦ୍ୟ । ଏହା ଖାଇଲେ ଅଧିକ ସମୟ ଧରି ଭୋକ ଲାଗିନଥାଏ ।

ସମୟ ଅନ୍ତରରେ ଖାଆନ୍ତୁ

ଦିନରେ ୨/୩ଥର ଖାଇବା ବଦଳରେ ଅଳ୍ପ ଅଳ୍ପ ପରିମାଣର ୫/୬ଥର ଖାଆନ୍ତୁ। ଆପଣ ପ୍ରତିଦିନ ଗୋଟାଏ ସମୟରେ ଖାଇବା ରୁଟିନ୍ ସ୍ଥିର କରନ୍ତୁ। ଏହା ଦ୍ୱାରା ଖାଉଥିବା ଖାଦ୍ୟ ଠିକ୍‌ରେ ହଜମ ହେବ। ଶରୀରର ସନ୍ତୁଳନ ଠିକ୍‌ ରହିବ ।

ଜଳ ସେବନ 

ଶଯ୍ୟା ତ୍ୟାଗ ଠାରୁ ପୁଣି ଶଯ୍ୟା ଯିବା ଯାଏ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ । ଜଳ ଶରୀରକୁ ସତେଜ ରଖିବା ସହ ଖାଦ୍ୟକୁ ହଜମ କରିଥାଏ ।

ପଢନ୍ତୁ: ଆପଣ ବି ଅଧିକ ଖଟା ଖାଇବାକୁ ପସନ୍ଦ କରନ୍ତି କି? ହୋଇଯାଆନ୍ତୁ ସାବଧାନ

ସମ୍ବନ୍ଧିତ ଖବର

ହେୟାର୍‌ ଡ୍ରାୟର୍‌ କେଶ ଶୁଖାଇବା ସହ କରିଥାଏ ଏହି ସବୁ କାମ

Ratnamani Maharana

ଶରୀରରେ ଦେଖାଯାଉଛି କି ଏହି ୧୮ଟି ଲକ୍ଷଣ? ଥରେ କରାଇ ନିଅନ୍ତୁ ପରୀକ୍ଷା, ହୋଇପାରେ କ୍ୟାନସର

Ratnamani Maharana

ବିବାହିତ ମହିଳା ମାନେ କାହା ସହିତ ବି ଏସବୁ ଜିନିଷ ସେଆର କରିବା ଅନୁଚିତ,ଜାଣନ୍ତୁ କଣ

Ratnamani Maharana

ତ୍ୱଚା ସମସ୍ୟାକୁ ଦୂର କରି ଚେହେରାକୁ ଚମକାଇବାରେ ସାହାଯ୍ୟ କରେ କର୍ପୂର

Ratnamani Maharana

ଫିଡସ୍ ଭଳି ରୋଗକୁ ୧୫ ଦିନରେ ସମୂଳେ ନାଶ କରିବା ଭଳି ସାହସ ରଖେ ଏହି ଆୟୁର୍ବେଦିକ ବିଧି

Ratnamani Maharana

ଘରୋଇ ଉପାୟରେ ପାଆନ୍ତୁ ଆଖି ତଳେ କଳା ଦାଗରୁ ମୁକ୍ତି

Ratnamani Maharana