News

ବିନା ହେଲମେଟରେ ମନା ଫ୍ଲାଏଓଭର ବ୍ରିଜ

Hh

ଦୁର୍ଘଟଣା ଏଡାଇବା ପାଇଁ ରସୁଲଗଡରୁ ଖଣ୍ଡଗିରି ଫ୍ଲାଏଓଭର ଉପରେ ଲାଗିଲା କଟକଣା

ହେଲମେଟ ବିନା ଓଭରବ୍ରିଜରେ ଯାଇପାରିବେନି ବାଇକ ଆରୋହୀ । ତେବେ ପୂର୍ବରୁ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲା ପ୍ରଶାସନ । ଏଭଳି ନିୟମ ଆଜିଠୁ ଭୁବନେଶ୍ୱରରେ ଲାଗୁ ହୋଇଛି । ଓଭରବ୍ରିଜ ଉପରେ ବାରମ୍ବାର ଦୁର୍ଘଟଣାରେ ମୃତ୍ୟୁ ଖବର ସାମନାକୁ ଆସୁଥିବାବେଳେ ଏହାକୁ ରୋକିବାକୁ ନୁଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଅଧିକ ଦୁର୍ଘଟଣା ହେଉଥିବା ରସୁଲଗଡରୁ ଖଣ୍ଡଗିରି ଓଭରବ୍ରିଜ  ମଧ୍ୟରେ ଏହି ନିୟମ ଆଜିଠୁ ଲାଗୁହୋଇଛି ।

ରାଜଧାନୀରେ ଘଟୁଥିବା ଦୁର୍ଘଟଣା ମଧ୍ୟରୁ ଅଧିକାଂଶ ଫ୍ଲାଏଓଭର ଉପରେ ହେଉଛି। ଅଧିକାଂଶ ହେଲମେଟ ପିନ୍ଧୁ ନଥିବା ବାଇକ ଆରୋହି ଫ୍ଲାଏ ଓଭର ଦେଇ ଖସି ଯାଉଛନ୍ତି। ରାଜଧାନୀରେ ସ୍ପିଡ ବାଇକର ମାନଙ୍କ ସଂଖ୍ୟା ବୃଦ୍ଧି ହେବା ଫଳରେ ଅନେକ ଦୁର୍ଘଟଣା ଦେଖାଦେଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ବିନା ହେଲମେଟରେ ଏହି ରୁଟରେ ଓଭରବ୍ରିଜ ଉପରେ ବାଇକ ଚଲାଇବା ଉପରେ ରୋକ ଲଗାଇଛି ପ୍ରଶାସନ । ପରୀକ୍ଷାମୂଳକ ଭାବେ ଆସନ୍ତା ଗୋଟିଏ ମାସ ପର୍ଯ୍ୟନ୍ତ ଏହି ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ନୂଆ ନିୟମ ଲାଗୁ ହେବା ପରେ ଓଭରବ୍ରିଜ ଉପରେ ଯାଂଚକୁ କଡାକଡି କରାଯାଇଛି ।

ପଢନ୍ତୁ:  ଚୀନରେ ଭୂମିକମ୍ପ, ୧୧ ମୃତ ୧୨୨ ଆହତ

Related posts

ପ୍ରତିଷ୍ଠା ହେବ ଜାତୀୟ ଧନ୍ଦାମୂଳକ ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ

ENO Beuro

ବିମାନ କର୍ମଚାରୀଙ୍କ ଅସଦାଚରଣ କରିବା କଥା ମନରୁ ନଲିଭୁଣୂ ଏବେ ପାଇଲଟଙ୍କ କାମରେ ଯାତ୍ରୀ ଅସନ୍ତୋଷ

ENO Beuro

ପିଏନ୍‌ବି ମହାଠକେଇ ମାମଲା : ଶିଖା ଶର୍ମା ଏବଂ ଚନ୍ଦା କୋଚରଙ୍କୁ ସମନ ଜାରି

ENO Beuro

Leave a Comment