News

ଜଣେ ମହିଳାଙ୍କ ସମେତ ୯ ଆତଙ୍କବାଦୀ ରଚିଥିଲେ ଶ୍ରୀଲଙ୍କାରେ ନରସଂହାର

ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋରେ ଥିବା ଏକାଧିକ ଚର୍ଚ୍ଚ ଏବଂ ହୋଟେଲରେ ଗତ ରବିବାର ସିରିଜ ବିସ୍ଫୋରଣ  ଘଟିଥିଲା। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ(ଆଇଏସ) ଏବଂ ସ୍ଥାନୀୟ ଜାତୀୟ ତୋହୀଦ ଜମାତ(ଏନଟିଜେ) ଏହି ଆକ୍ରମଣ କରିଥିଲେ। ବୁଧବାର ସୁଦ୍ଧା ମୃତ୍ୟୁସଂଖ୍ୟା ୩୫୯ରେ ପହଞ୍ଚିଛି।  ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ହୋଇଥିବା ସିରିଜ ବିସ୍ଫୋରଣର ପ୍ରତିଶୋଧ ପାଇଁ ଏହାକୁ ଭିଆଯାଇଥିବା କୁହାଯାଇଛି।

 

ଆତ୍ମଘାତୀ ବିସ୍ଫୋରଣ ଘଟଣାରେ ସର୍ବମୋଟ ୯ ଜଣ ଆତଙ୍କବାଦୀ  ସାମିଲ ଥିଲେ। ଆଉ ଏଇ ୯ ଜଣ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ମହିଳା ଆତଙ୍କବାଦୀ ରହିଥିଲେ। ମାନବ ବୋମା ଭାବେ ଏହି ମହିଳା ଆତଙ୍କବାଦୀ ଜଣକ ଚର୍ଚ୍ଚ ମଧ୍ୟକୁ ପ୍ରବେଶ କରିବା ପରେ ନିଜ ଶରୀରରେ ଖଞ୍ଜିଥିବା ଡିଟୋନେଟରରେ ବିସ୍ଫୋରଣ  ଘଟାଇ ଏହି ଆତଙ୍କବାଦୀ ହାମ୍‌ଲା ଘଟାଇଥିଲେ। ଏବେ ଚଚ୍‌ର୍ ବାହାରୁ ଏହି ମହିଳା ଆତଙ୍କବାଦୀଙ୍କ ଚପଲ ମିଳିବା ପରେ ଏହି ଘଟଣା ଜଣାପଡ଼ିଥିବା କହିଥିବା କହିଛନ୍ତି ଶ୍ରୀଲଙ୍କାର ଉପ ପ୍ରତିରକ୍ଷା ମନ୍ତ୍ରୀ ରୁଆନ୍‌ ଓ୍ଵାଜିଓ୍ଵର୍ଦ୍ଧନେ

ପଢନ୍ତୁ: ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ଉତ୍ସବକୁ ନରେନ୍ଦ୍ର ମୋଦି ଅତିଥି ହୋଇ ଆସନ୍ତୁ ବୋଲି କହିଲେ ନବୀନ

Related posts

ଜୁନ୍‌ ୩ରେ ପ୍ରକାଶ ପାଇବ +୨ ବିଜ୍ଞାନ ପରୀକ୍ଷା ଫଳ

Ratnamani Moharana

ଆଜିଠୁ ପୁଣି ଅନଶନରେ ବସିଲେ ଅନ୍ନା ହଜାରେ

ENO Beuro

ଏଞ୍ଜେଲ ପ୍ରିୟା ଜଣା ପଡିଯିବ ନୁଖୁରି ସାହୁ ବୋଲି ଜାଣନ୍ତୁ କିପରି ଆସିଲା ନୂଆ ନିୟମ

Jitendra

2 comments

Leave a Comment